Posted inଖେଳ

ପାକିସ୍ତାନକୁ ଧୂଳି ଚଟେଇଲା ବାଂଲାଦେଶ

ରାଓ୍ବଲପିଣ୍ଡି,୪ା୯: ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ୬ ଉଇକେଟରେ ଜିତି ନେଇଛି ବାଂଲାଦେଶ। ଏଥିସହିତ ଦଳ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଛି। ମ୍ୟାଚ ଜିତିବା ଲାଗି ମଙ୍ଗଳବାର ମ୍ୟାଚର ୫ମ ତଥା ଅନ୍ତିମ ଦିବସରେ ବାଂଲାଦେଶ ହାତରେ ୧୦ ଉଇକେଟ ଥିବାବେଳେ ବିଜୟ ପାଇଁ ୧୪୩ ରନ ଆବଶ୍ୟକ କରୁଥିଲା। ଭ୍ରମଣକାରୀ ଦଳ ୪ ଉଇକେଟ ବିନିମୟରେ ମ୍ୟାଚ ଜିତି ନେଇଥିଲା। ଶକିବ ଅଲ ହସନ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ। ବାଂଲାଦେଶର ଏହା ହେଉଛି ଦ୍ୱିତୀୟ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ବିଜୟ। ପୂର୍ବରୁ ୨୦୦୯ରେ ଦଳ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ଭ୍ରମଣକାରୀ ଦଳ ପ୍ରଥମ ଟେଷ୍ଟ ମ୍ୟାଚ ୧୦ ଉଇକେଟରେ ବିଜୟୀ ହୋଇଥିଲା। ରାଓ୍ବଲପିଣ୍ଡିଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ସମ୍ଭବ ହୋଇ ନ ଥିଲା। ଫଳରେ ମ୍ୟାଚ ୪ଦିନ ବିଶିଷ୍ଟ ହୋଇଯାଇଥିଲା। ବାଂଲାଦେଶ ଏହାର ଦ୍ୱିତୀୟ ଇନିଂସରେ ୪ ଉଇକେଟ ବିନିମୟରେ ୧୮୫ ରନ କରିଥିଲା। ଶକିବ ୨୧ ରନ ଏବଂ ମୁସ୍‌ଫିର ରହିମ ୨୨ରନ କରି ଅପରାଜିତ ରହିଥିଲେ। ପ୍ରଥମ ଇନିଂସରେ ବାଂଲାଦେଶ ଏକଦା ମାତ୍ର ୨୬ରନରେ ଏହାର ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ଲିଟନ ଦାସ ଓ ମେହିଦି ହସନ ମିରାଜଙ୍କ ପ୍ରଭାବୀ ବ୍ୟାଟିଂ ଯୋଗୁ ଦଳ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ପରେ ଫାଷ୍ଟ ବୋଲର ହସନ ମେହମୁଦ, ନାହିଦ ରାଣା ଓ ତସ୍କିନ ଅହମ୍ମଦଙ୍କ ଚମତ୍କାର ବୋଲିଂ ଯୋଗୁ ଦଳ ପାକିସ୍ତାନକୁ ଦ୍ୱିତୀୟ ଇନିଂସରେ ୧୭୨ରନରେ ଅଲଆଉଟ କରିଦେଇଥିଲା। ବାଂଲାଦେଶ ପାଇଁ ୪ଟି ସେସନରେ ୧୮୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମ୍ୟାଚରେ ନାଟକୀୟ ପ୍ରତ୍ୟାବର୍ତ୍ତନ ପାଇଁ ପାକିସ୍ତାନ ପ୍ରୟାସ କରିଥିଲା। ମାତ୍ର ଜାକିର ହସନ (୪୦ରନ), ଅଧିନାୟକ ନଜମୁଲ ହୋନେସ ସାନ୍ତୋ (୩୮) ଏବଂ ମୋମିନୁଲ ହକ୍‌ (୩୪) ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ସେମାନଙ୍କ ଦଳକୁ ଆଗେଇ ନେଇଥିଲେ। ସୂଚନାଯୋଗ୍ୟ, ପାକିସ୍ତାନ ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ଗତ ୧୦ଟି ମ୍ୟାଚ ମଧ୍ୟରେ ଗୋଟିଏ ହେଲେ ବିଜୟ ହାସଲ କରିପାରି ନାହିଁ। ଶେଷଥର ପାଇଁ ୨୦୨୧ ଡିସେମ୍ବରରେ ରାଓ୍ବଲପିଣ୍ଡିଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିଥିଲା। ମଙ୍ଗଳବାର ଲିଟନ ଦାସ ପ୍ଲେୟର ଅଫ୍‌ ଦି ମ୍ୟାଚ ଏବଂ ମେହିଦି ହସନ ମିରାଜ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri