Posted inଖେଳ

ଟେଷ୍ଟରେ ୧୦୦ ଉଇକେଟ ପୂରଣ କରିବାକୁ ଚାହାନ୍ତି ଶ୍ରୀସନ୍ଥ

ମୁମ୍ବାଇ, ୨୧।୮: ଭାରତୀୟ ପେସର ଏସ୍‌. ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ ହ୍ରାସ କରି ୭ ବର୍ଷ କରାଯାଇଛି। ଫଳରେ ସେ ଆସନ୍ତା ବର୍ଷ ସେପ୍ଟେମ୍ବରଠାରୁ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିପାରିବେ। ବାସନ୍ଦାଦେଶ ସମୟ ସୀମା ଧାର୍ଯ୍ୟ କରାଯିବା ପରେ ଟେଷ୍ଟ ଫର୍ମାଟରେ ୧୦୦ ଉଇକେଟ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା ଶ୍ରୀସନ୍ଥ କହିଛନ୍ତି। ବର୍ତ୍ତମାନ ମୁଁ ଯାହା କିଛି ଶୁଣିଛି, ସେଥିନେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ମୋ ପାଇଁ ପ୍ରାର୍ଥନା କରିଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ୍‌। ମୋତେ ଏବେ ୩୬। ପରବର୍ଷ ମୋ ବୟସ ୩୭ ହୋଇଯିବ। ମୋ ନିକଟରେ ୮୭ ଟେଷ୍ଟ ଉଇକେଟ ଅଛି। କ୍ରିକେଟର ଲମ୍ବା ଫର୍ମାଟରେ ୧୦୦ ଉଇକେଟ ନେଇ କ୍ୟାରିୟର ଶେଷ କରିବାକୁ ଚାହେଁ। ମୁଁ ଜାତୀୟ ଟେଷ୍ଟ ଦଳକୁ ଫେରିପାରିବି। ସର୍ବଦା ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳିବାକୁ ଚାହୁଁଥିଲି ବୋଲି ଶ୍ରୀସନ୍ଥ କହିଛନ୍ତି। କେରଳ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସେ ଦ୍ୱିତୀୟ ଖେଳାଳି। ସେ ୨୭ ଟେଷ୍ଟରୁ ୮୭ ଉଇକେଟ ନେଇଛନ୍ତି। ସେହିଭଳି ୫୩ ଦିନିକିଆ ଖେଳିଥିବା ଶ୍ରୀସନ୍ଥଙ୍କ ହାତରେ ୭୫ ଉଇକେଟ ରହିଛି। ମାତ୍ର ୧୦ ଟି୨୦ ଅନ୍ତର୍ଜାତୀୟ ଖେଳିଥିବା ପେସର ୭ ଉଇକେଟ ହାତେଇଛନ୍ତି। ଉଲ୍ଲେଖଥାଉ କି, ମାନ୍ୟବର ସୁପ୍ରିମକୋର୍ଟ ବିସିସିଆଇ ଓମ୍ବୁଡ୍‌ସମ୍ୟାନ ଅବସରପ୍ରାପ୍ତ ଜଷ୍ଟିସ ଡି. କେ. ଜୈନଙ୍କୁ ୨୦୧୩ ଆଇପିଏଲ ସ୍ପଟ୍‌ ଫିକ୍ସିଂ ଘଟଣାରେ ସମ୍ପୃକ୍ତ ଶ୍ରୀସନ୍ଥାଙ୍କ ବାସନ୍ଦାଦେଶ ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀସନ୍ଥଙ୍କ ଉପରୁ ବାସନ୍ଦାଦେଶ ୨୦୨୦ ସେପ୍ଟେମ୍ବର ୧୨ ତାରିଖରେ ଉଠିବ ବୋଲି ଜୈନ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri