Posted inଖେଳ

ଆଜିଠୁ ପାରାଲିମ୍ପିକ୍ସ:୫୪୯ ପଦକ, ୪୪୦୦ ଆଥଲେଟ୍‌

ପ୍ୟାରିସ୍‌,୨୮ା୮(ପି.ଟି.):ପ୍ୟାରିସ୍‌ ୨୦୨୪ ପାରାଲିମ୍ପିକ୍ସ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଏହି କ୍ରୀଡା ମହାକୁମ୍ଭ ଆୟୋଜିତ ହେବ। ପ୍ୟାରିସ୍‌ରେ ୧୧ଦିନ ବ୍ୟାପୀ ହେବାକୁ ଥିବା ଏହି ଇଭେଣ୍ଟରେ ୨୨ଟି କ୍ରୀଡ଼ା ବର୍ଗର ସମୁଦାୟ ୫୪୯ ପଦକ ପାଇଁ ୪୪୦୦ ଆଥଲେଟ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ୟାରିସ୍‌ରେ ଥିବା ଐତିହାସିକ ପ୍ଲେସ୍‌ ଡି ଲା କନ୍‌କର୍ଡ ଯେଉଁଠାରେ ସ୍କେଟ୍‌ ବୋର୍ଡିଂ, ବ୍ରେକିଙ୍ଗ ଓ ୩ ଏ ସାଇଡ ବାସ୍କେଟବଲ ଭଳି ଇଭେଣ୍ଟ ଆୟୋଜିତ ହୋଇଥିଲା, ସେଠାରେ ପାରାଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହ ଆୟୋଜନ ହେବ। ସେହିପରି ଚେଟାଉ ଡ ଭର୍ସାଲିସ୍‌ ଷ୍ଟାଡିୟମରେ ପାରା ଇକ୍ୱେଷ୍ଟ୍ରେନ୍‌, ହ୍ବିଲ ଚେୟାର ଫେନ୍‌ସିଂ ଓ ପାରା ଆର୍ଚେରୀ ଭଳି
ଇଭେଣ୍ଟ ଆୟୋଜନର କାର୍ଯ୍ୟକ୍ରମ ରହିଛି। ଆଇଫେଲ ଟାଓ୍ବାର ନିକଟରେ ଥିବା ଭେନ୍ୟୁରେ ଦୃଷ୍ଟିବାଧିତ ଫୁଟବଲ ଖେଳାଯିବ। ଏହି ଇଭେଣ୍ଟରେ ପ୍ରତି ଟିମ୍‌ରେ ୫ ଜଣ ଲେଖାଏ ଖେଳାଳି ରହିବେ।
ପ୍ୟାରିସ୍‌ ବିଶ୍ୱର ଅନ୍ୟତମ ସୁନ୍ଦର ସହର ହୋଇଥିବାବେଳେ ପାରା ଆଥଲେଟମାନଙ୍କୁ ଏଠାରେ ଅଂଶଗ୍ରହଣ କରିବାରେ ଏକ ଅନନ୍ୟ ଅଭିଜ୍ଞତା ମିଳିବ ବୋଲି ପାରା ଟ୍ରାୟାଥ୍ଲନ ଚାମ୍ପିୟନ ମତ ଦେଇଛନ୍ତି। ଚଳିତ ପାରାଲିମ୍ପିକ୍ସରେ ଦୃଷ୍ଟିବାଧିତ ଖେଳାଳିଙ୍କ ପାଇଁ ଗୋଲ୍‌ ବଲ ଓ ବୋକିଆ ନାମରେ ଦୁଇଟି ଇଭେଣ୍ଟ ସାମିଲ କରାଯାଇଛି। ସେହିପରି ଟୋକିଓ ପାରାଲିମ୍ପିକ୍ସ ତୁଳନାରେ ମହିଳାଙ୍କ ପାଇଁ ୧୦ଟି ଇଭେଣ୍ଟ ପ୍ରଥମ ଥର ସାମିଲ କରାଯାଇଛି। ମହିଳାଙ୍କୁ ଅଧିକ ସୁଯୋଗ ଦେବା ଲକ୍ଷ୍ୟରେ ଏଭଳି କରାଯାଇଥିବା ପ୍ରକାଶ କରିଛନ୍ତି ଆଲେକ୍ସିସ୍‌ ହାନକ୍ୱିକ୍ୱାଣ୍ଟ।
ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ର ମଶାଲ ଯାତ୍ରା ଶନିବାର ଆରମ୍ଭ ହୋଇଥିଲା। ପାରାଲିମ୍ପିକ୍ସ ଗେମ୍ସର ଜନ୍ମସ୍ଥଳୀ କୁହାଯାଉଥିବା ଷ୍ଟୋକ୍‌ ମାଣ୍ଡେଭିଲେରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ମଶାଲଟି ଇଂଲିଶ ଚ୍ୟାନେଲ ଅତିକ୍ରମ କରି ୪ ଦିନ ପରେ ପ୍ୟାରିସ୍‌ରେ ପହଞ୍ଚିବ। ମଶାଲ ରୁଟ୍‌ରେ ଆଟ୍‌ଲାଣ୍ଟିକ୍‌ ସାଗର, ଭୂମଧ୍ୟସାଗର ସହିତ ପାଇରିନିସ୍‌ ଓ ଆଲ୍‌ପସ ପର୍ବତମାଳା ଭଳି ସ୍ଥାନ ରହିବ। ଏହାସହିତ ପାରାଲିମ୍ପିକ୍ସର ୧୧ ଦିନ ଯାକ ଅଲିମ୍ପିକ୍ସ ମଶାଲ ପ୍ୟାରିସ୍‌ ସହର ଉପରେ ଏକ ଉତ୍ତପ୍ତ ବେଲୁନ୍‌ ସାହାଯ୍ୟରେ ଉଡ଼ିବ। ବୁଧବାର ମଶାଲ ପହଞ୍ଚିବା ପରେ ପ୍ୟାରିସ୍‌ ପାରାଲିମ୍ପିକ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଚଳିତ ପାରାଲିମ୍ପିକ୍ସରେ ଏକାଧିକ ଆଥଲେଟଙ୍କ ପାଇଁ ନିଜ ଟାଇଟଲ ଡିଫେଣ୍ଡ କରିବାର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ଭାରତୀୟ ପାରା ଶୁଟର ଅବନୀ ଲେଖାରା ଏହି ତାଲିକାରେ ସାମିଲ ଅଛନ୍ତି। ଏକମାତ୍ର ଭାରତୀୟ ଭାବରେ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ଅବନୀଙ୍କୁ ଏସ୍‌ଏଚ୍‌-୧ ବର୍ଗରେ ନିଜ ସ୍ବର୍ଣ୍ଣ ପଦକ ଡିଫେଣ୍ଡ କରିବାକୁ ହେବ। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଆମେରିକାର ଓକସାନା ମଷ୍ଟର୍ସ ନିଜ ଟାଇଟଲ ଡିଫେଣ୍ଡ କରିବାକୁ ପ୍ରୟାସ କରିବେ। ନିଜ କ୍ୟାରିୟରରେ ୭ ସ୍ବର୍ଣ୍ଣ ସହ ୧୭ ପାରାଲିମ୍ପିକ୍ସ ପଦକ ଜିତି ସାରିଥିବା ଏହି ଆଥଲେଟଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଇଜିପ୍ଟର ପାରା ଶକ୍ତି ଉତ୍ତୋଳକ ଶେରିଫ୍‌ ଓସମାନ ଚତୁର୍ଥ ଓ ଇଟାଲିଆନ୍‌ ଫେନ୍ସର ବେବେ ଭିଓ କ୍ରମାଗତ ତୃତୀୟ ସ୍ବର୍ଣ୍ଣ ପଦକ ଲକ୍ଷ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ 

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri