Posted inଖେଳ

ଅଲିମ୍ପିକ୍ସ ଉଦ୍‌ଯାପିତ, ଭାରତକୁ ୬ ପଦକ

ପ୍ୟାରିସ, ୧୨।୮: ପ୍ୟାରିସ୍‌ ଅଲିମ୍ପିକ୍ସ ରବିବାର ଉଦ୍‌ଯାପିତ ହୋଇଛି। ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ଜଗତର ଏହି ମହା ପ୍ରତିଯୋଗିତା ଏକାଧିକ କାରଣ ପାଇଁ ବିବାଦ ଘେରରେ ରହିଥିବାବେଳେ ସଫଳ ଆୟୋଜନର ସ୍ମରଣୀୟ ସ୍ମୃତି ଛାଡ଼ିଛି। ଅଲିମ୍ପିକ୍ସର ୩୪ତମ ସଂସ୍କରଣରେ ଭାରତ ୬ ପଦକ ସହ ଅଭିଯାନ ଶେଷ କରିଛି। ଏଥର ଯଦିଓ ସ୍ବର୍ଣ୍ଣ ପଦକ ବିଜୟ ସମ୍ଭବ ହୋଇ ନ ଥିଲା ତେବେ ଭାରତୀୟ ଆଥ୍‌ଲେଟମାନେ ଗୋଟିଏ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ପାଇ ଦେଶକୁ ଗର୍ବିତ କରିଛନ୍ତି। ଆଥ୍‌ଲେଟିକ୍ସର ଜାଭେଲିନ୍‌ ଥ୍ରୋରୁ ରୌପ୍ୟ ପଦକଟି ଆସିଥିବାବେଳେ ଶୁଟିଂରୁ ୩ଟି ଏବଂ ପୁରୁଷ ହକି ଓ ରେସଲିଂରୁ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ମିଳିଛି।

ଭାରତ ପାଇଁ ପଦକ ଅଭିଯାନ ଆରମ୍ଭ କରିଥିଲେ ତାରକା ମହିଳା ଶୁଟର ମନୁ ଭାକର। ସେ ଜୁଲାଇ ୨୮ରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସି ଭରିଥିଲେ। ଗୋଟିଏ ପଦକରେ ସନ୍ତୁଷ୍ଟ ହୋଇ ନ ଥିଲେ ଭାକର। ଜୁଲାଇ ୩୦ରେ ଅନୁଷ୍ଠିତ ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ସରବଜୋତ ସିଂଙ୍କ ସହ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅଗଷ୍ଟ ୧ରେ ଶୁଟିଂ ଇଭେଣ୍ଟରୁ ଭାରତକୁ ମିଳିଥିଲା ୩ୟ ବ୍ରୋଞ୍ଜ ପଦକ। ଏଥର ସଫଳତା ତାଲିକାରେ ସାମିଲ ହୋଇଥିଲେ ସ୍ବପ୍ନିଲ କୁସାଲ। ସେ ପୁରୁଷ ୫୦ ମିଟର ରାଇଫଲ ଥ୍ରୀ-ପୋଜିଶନ୍ସ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅଗଷ୍ଟ ୮ରେ ଭାରତକୁ ଡବଲ ପଦକ ମିଳିଥିଲା। ପୁରୁଷ ହକି ଦଳ ସ୍ପେନ୍‌କୁ ୨-୧ ଗୋଲରେ ହରାଇ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବଜାୟ ରଖିଥିବାବେଳେ ଗୋଲ୍ଡେନ ବୟ ନୀରଜ କୁମାର ଏଥର ପୁରୁଷ ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିଲେ। ଏଥିସହ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ଏକାଧିକ ପଦକ ଜିତିବାରେ ସେ ଭାରତର ସବୁଠାରୁ ସଫଳ ପ୍ରତିଯୋଗୀ ହୋଇ ଯାଇଥିଲେ। ଅଗଷ୍ଟ ୯ରେ ରେସଲିଂରୁ ମିଳିଥିଲା ଭାରତକୁ ୬ଷ୍ଠ ତଥା ଅନ୍ତିମ ପଦକ। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ ରେସଲିଂରେ ଅମନ ସେରାଓ୍ବତ ଏହି ସଫଳତା ପାଇଥିଲେ।

ଅଲିମ୍ପିକ୍ସରେ ଭାରତୀୟଙ୍କ ସଫଳତାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଭିନେସ ଫୋଗଟଙ୍କ ଘଟଣା କ୍ରୀଡ଼ାପ୍ରେମୀଙ୍କ ମନରେ ଦୁଃଖ ଭରିଥିଲା। ମହିଳା ଫ୍ରିଷ୍ଟାଇଲ ୫୦ କେଜି ଇଭେଣ୍ଟରେ ଭିନେସ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ଏବଂ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚ୍‌ଙ୍କୁ ୭-୫ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହି ପର୍ଯ୍ୟାୟରେ ସେ କ୍ୟୁବାର ୟୁସ୍ନେଲିସ ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲେ। ତେବେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ ପୂର୍ବରୁ ହୋଇଥିବା ଓଜନ ମାପରେ ସେ ୧୦୦ ଗ୍ରାମ୍‌ ଅଧିକ ରହିଥିବା ଜଣା ପଡ଼ିଥିଲା। ଫଳରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ଏବଂ ସେ ଫାଇନାଲ ଲଢ଼ିବାରୁ ବଞ୍ଚତ୍ତ ହୋଇଥିଲେ। ସେ ଫାଇନାଲରେ ପ୍ରବେଶ କରିଥିବାରୁ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଉ ବୋଲି ଭିନେଶ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌)ର ଦ୍ୱାରସ୍ଥ ହୋଇଛନ୍ତି। କାସ୍‌ର ଆଡ୍‌ହକ ଡିଭିଜନ ମାମଲାର ଶୁଣାଣିକୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଫଳରେ ଭାରତର ଏହି ସାହସୀ ରେସଲର ପଦକ ପାଇବେ କି ନାହିଁ ତାହା କାସ୍‌ ନିଷ୍ପତ୍ତି ପରେ ସ୍ପଷ୍ଟ ହେବ। ଭିନେଶ ଫୋଗଟ ବନାମ ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସ୍‌ଲିଂ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ମାମଲା ଉପରେ ନିଷ୍ପତ୍ତି ନେବେ କାସ୍‌ର ଏକକ ଆର୍ବିଟ୍ରେଟର ବିଚାରପତି ଡକ୍ଟର ଆନାବେଲ ବେନେଟ। ଏହି ମାମଲାରେ ହାଇପ୍ରୋଫାଇଲ ସିନିୟର ଆଡ୍‌ଭୋକେଟ ହରିଶ ସାଲ୍‌ଭେ ଓ ବିଦୁସ୍ପାତ ସିଂଘାଣିଆ ଭିନେଶଙ୍କ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି।

ଭାରତ ପ୍ୟାରିସ୍‌ରୁ ୬ ପଦକ ପାଇଥିବାବେଳେ ଅନ୍ୟ କେତେକ ଇଭେଣ୍ଟରେ ଅଳ୍ପକେ ବଞ୍ଚତ୍ତ ହୋଇଛି। ପଦକର ନିକଟତର ହୋଇ ଅଧଡଜନେରୁ ଊର୍ଦ୍ଧ୍ୱ ଭାରତୀୟ ପ୍ରତିଯୋଗୀ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୁରୁଷ ୧୦ ମିଟର ଏୟାର ରାଇଫଲ ଶୁଟିଂରେ ଅର୍ଜୁନ ବବୁତା, ମିକ୍ସଡ ଟିମ୍‌ ଆର୍ଚେରୀ ଇଭେଣ୍ଟରେ ଧୀରଜ ବୋମ୍ମାଦେଭରା ଓ ଅଙ୍କିତା ଭକତ, ମହିଳା ୨୫ ମିଟର ପିସ୍ତଲରେ ମନୁ ଭାକର, ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନରେ ଲକ୍ଷ୍ୟ ସେନ୍‌, ଶୁଟିଂର ମିକ୍ସଡ ଟିମ୍‌ ସ୍କେଟ୍‌ ଇଭେଣ୍ଟରେ ଅନନ୍ତଜିତ ସିଂ ଓ ମାହେଶ୍ୱରୀ ଚୌହାନ ଏବଂ ୪୯ କେଜି ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ। ମହିଳା ୨୫ ମିଟର ପିସ୍ତଲରେ ପଦକ ଜିତିଥିଲେ ଗୋଟିଏ ଅଲିମ୍ପିକ୍ସରେ ୩ଟି ପଦକ ହାସଲରେ ବିରଳ ଭାରତୀୟ ରେକର୍ଡର ଅଧିକାରୀ ହୋଇଥାନ୍ତେ ମନୁ ଭାକର।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri