Posted inଜାତୀୟ

ଆରବରେ ଜନ୍ମିତ ହଲୱା କେମିତି ପହଞ୍ଚିଲା ଭାରତ ? ସଂସଦରେ ରାହୁଲ କହିଲେ…

ନୂଆଦିଲ୍ଲୀ, ୩୦।୦୭: ସଂସଦରେ ଜାରି ରହଛି ମୌସୁମୀ ଅଧିବେସନ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବଜେଟ୍‌କୁ ନେଇ ଗତକାଲି ସଂସଦରେ ହାଲ୍ଲା କରିଛନ୍ତି । କେନ୍ଦ୍ରୀୟ ବଜେଟ୍‌ ପୂର୍ବରୁ ହୋଇଥିବା ହଲୱା ସେରେମନି ସମୟର ଫଟୋ ଦେଖାଇ କହିଥିଲେ ଯେ, ଏଥିରେ ବଜେଟ୍‌ର ହଲୱା ବଣ୍ଟା ଯାଉଛି । କିନ୍ତୁ ଫଟୋରେ ମତେ କୌଣସି ଓବିସି, ଆଦିବାସୀ କିମ଼୍ବା ଦଳିତଙ୍କ ସମସ୍ୟା କାଇଁ ଦେଖାଯାଉନି । ଦେଶର ହଲୱା ବଣ୍ଟା ଯାଉଛି ହେଲେ ୭୩ ପ୍ରତିଶତ ନାହିଁ । ସେ ଆହୁରି କହିଛନ୍ତି ଯେ ବଜେଟ୍‌ର ହଲୱା ବଣ୍ଟା ଯାଉଛି କିନ୍ତୁ ଦେଶକୁ ହଲୱା ମିଳୁନାହିଁ ।

ତେବେ ଏହି ହଲୱାର ଜନ୍ମ ଆରବ ଦେଶରେ ବୋଲି କୁହାଯାଉଛି । ଏହି ହଲୱା ଶବ୍ଦ ଆରବୀ ଶବ୍ଦ ହୁଲୱରୁ ଆସିଛି । ଯାହାର ଅର୍ଥ ମିଠା । ପୂର୍ବରୁ ଏହି ମିଠା ଗୁଡ଼ ଏବଂ ଦୁଗ୍ଧରେ ପ୍ରସ୍ତୁତ ହେଉଥିଲା । ଆଜି ବି ଆରବ ଲୋକେ ସେମାନଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ହଲୱା ଖୁଆଇ ଚର୍ଚ୍ଚା କରିଥାନ୍ତି । ବର୍ତ୍ତମାନ ସେମାନେ ଆରାରୁଟ, ଅଣ୍ଡା, ଚିନି, ବାଦାମ, ଘିଅ ଆଦି ବ୍ୟବହାର କରି ଏହି ହଲୱା ପ୍ରସ୍ତୁତ କରୁଛନ୍ତି ।

କୁହାଯାଏ ଦିଲ୍ଲୀରେ ସୁଲତାନ ରାଜୁତି ସମୟରେ ଆରବୀୟ ହାଲୱା ଭାରତ ଆସିଥିଲା। ହଲୱା ହୁଏତ ୧୩ ତମ ଶତାବ୍ଦୀର ଆରମ୍ଭରୁ ୧୬ ତମ ଶତାବ୍ଦୀର ମଧ୍ୟଭାଗ ମଧ୍ୟରେ ଭାରତ ଆସିଥାଇପାରେ । ହଲୱା ଏବଂ ଏହାର ରେସିପି ମାଲୱା ସୁଲତାନଙ୍କ ପାଇଁ ୧୫ଶହ ଶତାବ୍ଦୀରେ ଲେଖାଯାଇଥିବା ଏକ ପୁସ୍ତକ ’ନିମାତନାମା ବା ବୁକ ଅଫ ଡେଲିଟ୍ସ’ରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri