ରାଜଧାନୀରେ ହେବ ମିଠା କାରଖାନା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରରେ ସ୍ଥାପନ ହେବ ମିଠା ହବ୍‌। କ୍ଷୁଦ୍ର ମିଷ୍ଟାନ୍ନ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ସମସ୍ତ ସହାୟତା ଯୋଗାଇ ଦିଆଯିବ। ଆଗାମୀ ଦିନରେ ମିଠା କାରଖାନା ପାଇଁ ଜମି ଯୋଗାଇ ଦିଆଯିବ। ଯେଉଁଠି ମିଠା ପାଇଁ ଉନ୍ନତ ଭିତ୍ତିଭୂମି ଓ ପ୍ୟାକେଜିଂର ବ୍ୟବସ୍ଥା ଥିବ ସେଠାରେ ଇଡ୍‌କୋ ଅଧୀନରେ ଥିବା ଜମି ମଧ୍ୟରୁ ଏକ ଜମି ଚିହ୍ନଟ କରାଯିବା ପରେ କାରଖାନା ସ୍ଥାପନ ହେବ ବୋଲି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ସୋମବାର ସୂଚନା ଭବନରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ମନ୍ତ୍ରୀ ମିଶ୍ର ମିଠା ବ୍ୟବସାୟୀଙ୍କୁ ଉତ୍ସାହିତ କରିବା ସହ ସରକାରଙ୍କ ଆଭିମୁଖ୍ୟ ସଂକ୍ରାନ୍ତରେ କହିଥିଲେ। ଏଥିସହ ସଚିବାଳୟ ଆସି ଏନେଇ ଆଲୋଚନା କରିବାକୁ ସମିତି ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ସଭାକୁ ଉଦ୍‌ଘାଟନ କରିଥିଲେ। ମିଠା ବ୍ୟବସାୟୀଙ୍କ ବିଭିନ୍ନ ଦାବିଗୁଡ଼ିକର ଶୀଘ୍ର ସମାଧାନ ହେବ ବୋଲି କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଦେବୀପ୍ରସାଦ ମିଶ୍ର, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶା ମିଠାକୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ କରିବା ସହ ବିଶ୍ୱସ୍ତରରେ ପ୍ରଚାରି ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ସମିତି ସଭାପତି ବିମ୍ବାଧର ବେହେରା ସରକାରଙ୍କ ନିକଟରେ ବିଭିନ୍ନ ଦାବି ରଖିଥିଲେ। ପାହାଳରେ ରସଗୋଲା ବ୍ୟବସାୟୀଙ୍କୁ ସରକାରୀ ଜାଗାରେ ସ୍ବତନ୍ତ୍ର ଭାବେ ଥଇଥାନ, ଆର୍ଥିକ ପ୍ରୋତ୍ସାହନ, ମିଠା କାରଖାନା ପାଇଁ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ସଦସ୍ୟଙ୍କୁ ଇଡ୍‌କୋ ଜାଗା, ବିଦେଶକୁ ମିଠା ରପ୍ତାନୀ ପାଇଁ ଉତ୍ତମ ଭିତ୍ତିଭୂମି, ପ୍ୟାକେଜିଂ ବ୍ୟବସ୍ଥା, ସମିତିର କାର୍ଯ୍ୟାଳୟ ପାଇଁ ସରକାରୀ ବାସଗୃହ, ଛେନାଗଜା, ଛେନାପୋଡ଼ ଛେନାଝିଲ୍ଲୀ, ଆରିସା, ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ କରିବାକୁ ସେ କହିଥିଲେ। ଗବେଷକ ଅସିତ ମହାନ୍ତି ରସଗୋଲା ଜିଆଇ ଟ୍ୟାଗ ମାନ୍ୟତା ଦିଗରେ ହୋଇଥିବା ଉଦ୍ୟମ ଓ ଏଥିସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ରସଗୋଲାକୁ ଜିଆଇ ମାନ୍ୟତା ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କେତେଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମିତି ଉପଦେଷ୍ଟା ପ୍ରଶାନ୍ତ କରଙ୍କ ସମେତ ପାହାଳ ରସଗୋଲା ବ୍ୟବସାୟୀ ସଂଘର ସମସ୍ତ କର୍ମକର୍ତ୍ତା ଓ ସମିତି ସଦସ୍ୟଗଣ ଉପସ୍ଥିତ ଥିଲେ। କଣ୍ଠଶିଳ୍ପୀ ସୁସ୍ମିତା ଦାସ ରସଗୋଲା ସଂଗୀତ ପରିବେଷଣ କରିଥିଲେ। ସମିତି ପକ୍ଷରୁ ୫୦ ହଜାର ରସଗୋଲା ବଣ୍ଟା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri