Posted inଖେଳ

ମାର୍କ୍ୱେଜ ଭାରତୀୟ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌

ଆଦିଲ୍ଲୀ, ୨୦ା୭: ସ୍ପେନ୍‌ର ମାନୋଲୋ ମାର୍କ୍ୱେଜ ଭାରତୀୟ ସିନିୟର ପୁରୁଷ ଫୁଟ୍‌ବଲ ଦଳର ନୂଆ ମୁଖ୍ୟ କୋଚ୍‌ ଭାବେ ମନୋନୀତ ହୋଇଛନ୍ତି। ବହିଷ୍କୃତ ଇଗର ଷ୍ଟିମାକ୍‌ଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମାର୍କ୍ୱେଜ ବର୍ତ୍ତମାନ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଗୋଆ ଏଫ୍‌ସିର ଦାୟିତ୍ୱରେ ଅଛନ୍ତି। ଶନିବାର ଏଠାରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିଥିଲା। ଏଥିରେ ୫୫ବର୍ଷୀୟ ମାର୍କ୍ୱେଜଙ୍କ ନିଯୁକ୍ତି ଚୂଡ଼ାନ୍ତ ହୋଇଥିଲା।

ଜାତୀୟ ଦଳ ପାଇଁ ଫୁଲ୍‌ ଟାଇମ୍‌ କାର୍ଯ୍ୟ କରିବା ପୂର୍ବରୁ ୨୦୨୪-୨୫ ସିଜନରେ ଏହି ସ୍ପାନିଶ କୋଚ୍‌ ବର୍ତ୍ତମାନ ପାଇଁ ଉଭୟ ଆଇଏସ୍‌ଏଲ୍‌ ଫ୍ରାଞ୍ଚାଇଜ ଓ ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ଦ୍ୱୈତ ଦାୟିତ୍ୱ ନିର୍ବାହ କରିବେ। ମୁଖ୍ୟ କୋଚ୍‌ ଭାବେ ମାର୍କ୍ୱେଜଙ୍କ କାର୍ଯ୍ୟକାଳ ଅବଧି ସମ୍ପର୍କରେ ଏଆଇଏଫ୍‌ଏଫ୍‌ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ଭାରତୀୟ ଦଳ ୨୦୨୬ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରି ନ ପାରିବାରୁ ଜୁନ୍‌ ୧୭ରେ ଷ୍ଟିମାକ୍‌ ମୁଖ୍ୟ କୋଚ୍‌ ପଦବୀରୁ ବହିଷ୍କୃତ ହୋଇଥିଲେ।

ସୂଚନାଯୋଗ୍ୟ, ମାର୍କ୍ୱେଜ ୨୦୨୦ରୁ ଭାରତୀରେ ଦଳର କୋଚିଂ ଦେଇ ଆସୁଛନ୍ତି। ସେ ଦୁଇଟି ଆଇଏସ୍‌ଏଲ କ୍ଲବ ପାଇଁ କାର୍ଯ୍ୟ କରିଛନ୍ତି। ସେ ଏଫ୍‌ସି ଗୋଆ (୨୦୨୩-ବର୍ତ୍ତମାନ)ରେ ଯୋଗ ଦେବା ପୂର୍ବରୁ ପ୍ରଥମେ ହାଇଦ୍ରାବାଦ ଏଫ୍‌ସି (୨୦୨୦-୨୩) ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ତାଙ୍କ ତତ୍ତ୍ୱାବଧାନରେ ହାଇଦ୍ରାବାଦ ଏଫ୍‌ସି ୨୦୨୧-୨୨ରେ ଆଇଏସ୍‌ଏଲ୍‌ ଟାଇଟଲ ଜିତିପାରିଥିଲା। ଓଭରଅଲ୍‌ ମାର୍କ୍ୱେଜ ସ୍ପେନ୍‌ରେ ବହୁଦିନ ଧରି କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି।

ସେ ୨୦୧୭ରେ ଲା’ ଲିଗା ଦଳ ଲାସ୍‌ ପାମାସ ଦାୟିତ୍ୱରେ ଥିଲେ। ସେ ଆହୁରି ମଧ୍ୟ ଲସ୍‌ ପାମାସ ‘ବି’ ଏସ୍ପାନୟଲ ‘ବି’, ବାଡାଲୋନା, ପ୍ରାଟ୍‌ ଓ ୟୁରୋପା ଭଳି ସ୍ପାନିଶ ଲୋୟର ଡିଭିଜନ କ୍ଲବକୁ କୋଚିଂ ଦେଇଛନ୍ତି। ଭାରତୀୟ ସିନିୟର ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ହେବା ମୋ ପାଇଁ ଏକ ଗୌରବର ବିଷୟ। ଭାରତ ଏକ ସୁନ୍ଦର ଦେଶ। ଏହି ଦେଶର ଲୋକମାନଙ୍କ ସହିତ ମୁଁ ସଂଶ୍ଲିଷ୍ଟ ହୋଇଯାଇଛି। ଭାରତୀୟ ଫୁଟବଲ ଯେପରି ଉଲ୍ଲେଖନୀୟ ସଫଳତା ହାସଲ କରିପାରିବ ସେ ଦିଗରେ ମୁଁ ଯଥା ସମ୍ଭବ ଉଦ୍ୟମ କରିବି ବୋଲି ମାର୍କ୍ୱେଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri