Posted inଖେଳ

ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ମ୍ୟାଚ ନିରପେକ୍ଷ; ଭେନ୍ୟୁ କଥା ଉଠାଇବ ଏଆଇଟିଏ

ନୂଆଦିଲ୍ଲୀ, ୧୯ା୮(ପି.ଟି.)-ଇସ୍‌ଲାମାବାଦ୍‌ଠାରେ ଖେଳାଯିବାକୁଥିବା ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚକୁ ଏକ ନିରପେକ୍ଷ ଭେନ୍ୟୁରେ କରାଇବା କେତେ ଜରୁରି ତାହା ସର୍ବଭାରତୀୟ ଟେବୁଲ ଟେନିସ ଆସୋସିଏଶନ (ଏଆଇଟିଏ) ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌)କୁ ହୃଦ୍‌ବୋଧ କରିବା ଲାଗି ଚେଷ୍ଟା କରିବ। ଟିମ୍‌ ଅଧିନାୟକ ମହେଶ ଭୂପତି ସୋମବାର ଟେଲି-କନସଲ୍‌ଟେଶନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଭାରତୀୟ ପ୍ରଦେଶ ଜମ୍ମୁ-କଶ୍ମୀର ଉପରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାରକୁ ନେଇ ଭାରତ ସହିତ ପାକିସ୍ତାନର କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ସେପ୍ଟେମ୍ବର ୧୪ ଓ ୧୫ରେ ଖେଳାଯିବାକୁ ଥିବା ମ୍ୟାଚ ଲାଗି ଭାରତ ଏହାର ଶ୍ରେଷ୍ଠ ଦଳ ମନୋନୀତ କରିଛି। ଜମ୍ମୁ-କଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚରେ ପରିଣତ ହେବାପରେ ପାକିସ୍ତାନ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡ଼ି ଚାଲିଯିବା ଲାଗି କହିଛି। ଗୁଡ୍‌ ଓ୍ବିଲ ଟ୍ରେନ୍‌ ସେବାକୁ ବନ୍ଦ ରଖିଛି। ଭାରତ ବିରୋଧରେ ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ସହ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମର୍ଥନ ଯୋଗାଡ଼ କରିବାରେ ଲାଗିିପଡ଼ିଛି। ଉତ୍ତେଜନା ସତ୍ତ୍ୱେ ଏକ ଦ୍ୱିପାକ୍ଷିକ ସିରିଜରେ ହସ୍ତକ୍ଷେପ କରିବ ନାହିଁ ବୋଲି ଭାରତର କ୍ରୀଡ଼ା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ତେଣୁ ନିରପେକ୍ଷ ଭେନ୍ୟୁ ପାଇଁ ଆଇଟିଏଫ୍‌କୁ ରାଜି କରାଇବା କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏଣେ ବର୍ତ୍ତମାନ ଭେନ୍ୟୁ ପରିବର୍ତ୍ତନ କରିବା ଲାଗି କୌଣସି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁଭବ କରାଯାଉନାହିଁ ବୋଲି ଆଇଟିଏଫ୍‌ ଦୃଢତାର ସହିତ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri