Posted inଜାତୀୟ

କଶ୍ମୀର ନୁହେଁ, ଏବେ କେବଳ ପିଓକେ: ପାକିସ୍ତାନକୁ ରାଜନାଥଙ୍କ ଚରମବାଣୀ

କାଲ୍‌କା, ୧୯ା୮(ପି.ଟି./ଆଇଏଏନ୍‌ଏସ୍‌) :ଆତଙ୍କବାଦ ଉପରେ ଲଗାମ ନ ଲଗାଇବା ଯାଏ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ। ଯଦି ଆଗକୁ କଥାବାର୍ତ୍ତା ହୁଏ ତାହା କେବଳ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ନେଇ ହେବ। କଶ୍ମୀରକୁ ନେଇ ଆଲୋଚନାର ପ୍ରଶ୍ନ ଉଠୁନାହିଁ ବୋଲି ପଡ଼ୋଶୀ ଦେଶକୁ ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।
ରାଜନାଥ ହରିୟାଣାରେ ଭାଜପାର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ପାକିସ୍ତାନ ବିରୋଧରେ ସ୍ବର ଶାଣିତ କରିଛନ୍ତି। ପଡ଼ୋଶୀ ଦେଶକୁ ଟାର୍ଗେଟ କରି ସେ କହିଛନ୍ତି, ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପତ୍ୟକାର ବିକାଶ ପାଇଁ ଉଦ୍ଦିଷ୍ଟ। ହେଲେ ଇସ୍‌ଲାମାବାଦ ଏହି ପଦକ୍ଷେପକୁ ଭାରତର ଏକ ଭୁଲ୍‌ ବୋଲି ଦର୍ଶାଇ ଅନ୍ତର୍ଜାତୀୟ ସମୁଦାୟର କବାଟ ବାଡ଼ଉଛି। ପଡ଼ୋଶୀ ଯଦି ଆତଙ୍କବାଦୀଙ୍କୁ ସମର୍ଥନ ଦେବା ବନ୍ଦକରେ ତେବେ ଆଗକୁ ଆଲୋଚନା କେବଳ (୧୯୪୭ରୁ ପାକିସ୍ତାନ ବେଆଇନ ଭାବେ ଦଖଲ କରି ରଖିଥିବା) ପିଓକେକୁ ନେଇ ହେବ। ଭାରତ ବାଲାକୋଟ୍‌ଠାରୁ ବି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ବୋଲି କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ତାଙ୍କ ଦେଶବାସୀଙ୍କୁ କହିଥିଲେ। ବାଲାକୋଟରେ ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ୍‌ କରାଯାଇଥିବା ନେଇ ପୂର୍ବରୁ ଖଣ୍ଡନ କରିଆସୁଥିବା ଇମ୍ରାନ୍‌ ଏବେ ଏହାକୁ ସ୍ବୀକାର କରିଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ରାଜନାଥ କହିଛନ୍ତି।
କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଚାରିଆଡ଼ୁ ହତାଶ ହେବା ପରେ ତା’ର ସବୁଦିନିଆ ବନ୍ଧୁ ଚାଇନାର ସହଯୋଗ ଲୋଡ଼ିଥିଲା। ଉପତ୍ୟକାକୁ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ନିଷ୍ପତ୍ତିରେ କ୍ଷୁବ୍ଧ ଚାଇନା ଏହାକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)କୁ ଟାଣିଥିଲା। ଚାଇନାର ଅନୁରୋଧକ୍ରମେ ଶୁକ୍ରବାର ରାତି ୭ଟା ୩୦ରେ ୟୁଏନ୍‌ଏସ୍‌ସିର ସିକ୍ୟୁରିଟି କାଉନ୍‌ସିଲ୍‌ କନ୍‌ସଲ୍‌ଟେଶନ ରୁମ୍‌ରେ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅନୌପଚାରିକ ଭାବେ ଆଲୋଚନାବେଳେ ଅନ୍ୟ ୪ ସ୍ଥାୟୀ ସଦସ୍ୟ ଫ୍ରାନ୍ସ, ରୁଷିଆ, ବ୍ରିଟେନ ଓ ଆମେରିକା ଏବଂ ୧୦ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ବେଲ୍‌ଜିଅମ୍‌, କୋଟେ ଡି’ଆଇଭରି, ଡୋମିନିକାନ୍‌ ରିପବ୍ଲିକ୍‌, ଇକ୍ୱେଟୋରିଆଲ ଗିନି, ଜର୍ମାନୀ, ଇଣ୍ଡୋନେସିଆ, କୁଏଟ୍‌, ପେରୁ, ପୋଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଭାରତ ସପକ୍ଷରେ ମତ ଦେଇଥିଲେ। ଫଳରେ ପାକିସ୍ତାନ ଓ ଚାଇନା ଏକଘରିକିଆ ହୋଇଯାଇଥିଲେ। ଜାତିସଂଘରେ ନିରାଶ ହୋଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନିକଟରେ କେବଳ ଭାରତ ବିରୋଧୀ ଟୁଇଟ୍‌ କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି କୁହାଯାଉଛି।
ପ୍ରକାଶ ଯେ, ଆସନ୍ତା ଅକ୍ଟୋବର ଆଡ଼କୁ ହରିୟାଣାରେ ବିଧାନସଭା ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ରାଜନାଥ କାଲ୍‌କାରେ ଭାଜପାର ଜନ ଆଶୀର୍ବାଦ ଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି। ଏହି ଯାତ୍ରା ରାଜ୍ୟର ୯୦ ବିଧାନସଭା ଆସନ ଦେଇ ଅତିକ୍ରମ କରି ସେପ୍ଟେମ୍ବର ୮ରେ ରୋହତକ୍‌ରେ ଉଦ୍‌ଯାପନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟରେ ଏମିତି ଦାବି କଲେ ସିସୋଡିଆ, ଜଜ କହିଲେ କାଲିକି ଆସନ୍ତୁ…

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ଦିଲ୍ଲୀର ମଦ...

ବଡ଼ ଖବର! ଆମେଠିରୁ ନିର୍ବାଚନ ଲଢ଼ିବାକୁ ରାହୁଲଙ୍କ ସହମତି, ଖାର୍ଗେ କରିବେ ଘୋଷଣା-ରିପୋର୍ଟ

ନୂଆଦିଲ୍ଲୀ,୨।୫: କଂଗ୍ରେସ ଦଳରୁ ବଡ଼ ଖବର ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ...

ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ପ୍ରଖ୍ୟାତ କମେଡିଆନ

ନୂଆଦିଲ୍ଲୀ,୨।୫: ପ୍ରଖ୍ୟାତ ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲା ମଧ୍ୟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀର ଜଣେ ସ୍ବାଧୀନ...

ହିଟ ଓ୍ବେଭ ପାଇଁ ବଢିଲା ଭୋଟିଂ ଟାଇମ

ନୂଆଦିଲ୍ଲୀ,୨।୫: ଗୋଟିଏ ପଟେ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ଶୀର୍ଷରେ ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ...

ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା...

କରୋନା ଟିକା ସାର୍ଟିଫିକେଟ୍ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଗାଏବ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ କରନା ଟିକା ପ୍ରମାଣପତ୍ରରୁ ହଟାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ଟିକାକରଣ ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ...

ଶେଷରେ ବଦଳି ଗଲା କଂଗ୍ରେସର ପତ୍ତା! ଆମେଠି ନୁହେଁ ଏହି ଆସନରୁ ଲଢିପାରନ୍ତି ରାହୁଲ

ନୂଆଦିଲ୍ଲୀ,୨।୫: ଗାନ୍ଧୀ ପରିବାରର ଗଡ଼ ହୋଇ ରହିଥିବା ଉତ୍ତର ପ୍ରଦେଶର ଆମେଠି ଏବଂ ରାଏବରେଲି ଆସନ ସମ୍ପର୍କରେ କଂଗ୍ରେସ ଏପର୍ଯ୍ୟନ୍ତ କାର୍ଡ ଖୋଲିନାହିଁ। ଏହି ସମୟରେ,...

ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ନିର୍ବାଚନୀ ଗସ୍ତ ବାତିଲ କରି ଦିଲ୍ଲୀ ଫେରିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨।୫: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ରାଜମାତା ମାଧବୀ ରାଜେ ସିନ୍ଧିଆ ଗତ କିଛି ଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri