Posted inଖେଳ

ଷ୍ଟବ୍ସ, ପୋରେଲଙ୍କ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୧୫ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରିଷ୍ଟାନ ଷ୍ଟବ୍ସ ଓ ଅଭିଷେକ ପୋରେଲ। ଉଭୟ ଖେଳାଳିଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୪ ଉଇକେଟରେ ୨୦୮ ରନ୍‌ କରିଥିଲା। ଜବାବରେ ଖବର ପ୍ରସ୍ତୁତି ସୁଦ୍ଧା ଲକ୍ଷ୍ନୌ ୯ ଓଭରରେ ୫ ଉଇକେଟ ହରାଇ ୮୫ ରନ୍‌ କରିଛି। ଏହି ମ୍ୟାଚ୍‌ ପାଇଁ ଉଭୟ ଦଳ ୩ ପରିବର୍ତ୍ତନ ସହ ଓହ୍ଲାଇଥିଲେ। ୟଶ ଠାକୁର, କ୍ରିଷ୍ଣପ୍ପା ଗୌତମ ଓ ଆୟୁଷ ବଦୋନୀଙ୍କ ସ୍ଥାନରେ ୟୁଧବୀର ସିଂ ଚରକ, ମୋହସିନ୍‌ ଖାନ୍‌ ଓ ଅର୍ଶଦ ଖାନଙ୍କୁ ଖେଳାଇଥିଲା ଲକ୍ଷ୍ନୌ। ଅନ୍ୟ ପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଡେଭିଡ୍‌ ଓ୍ବାର୍ନର, ଇଶାନ୍ତ ଶର୍ମା ଓ କୁମାର କୁଶାଗ୍ରଙ୍କୁ ବାଦ ଦେଇଥିଲା।
ଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଲକ୍ଷ୍ନୌ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ବିପଜ୍ଜନକ ଜେକ୍‌ ଫ୍ରେଜର ମ୍ୟାକଗ୍ରୁକଙ୍କୁ ଖାତା ଖୋଲିବା ଆଗରୁ ଆଉଟ କରିଥିଲେ ଅର୍ଶଦ ଖାନ୍‌। ତେବେ ଅନ୍ୟତମ ଓପନର ଅଭିଷେକ ପୋରେଲ(୫୮) ଓ ଶାଇ ହୋପ୍‌ (୩୮) ଦ୍ୱିତୀୟ ଉଇକେଟରେ ୯୨ ରନ୍‌ ଯୋଡିଥିଲେ। ଇନିଂସର ଟପ୍‌ ସ୍କୋରର ଥିବା ପୋରେଲ୍‌ ୩୩ ବଲ୍‌ ଖେଳି ୫ ଚୌକା ଓ ୪ ଛକା ମାରିଥିଲେ। ହୋପ୍‌ ୨୭ ବଲ୍‌ ଖେଳି ୩ ଚୌକା ଓ ୨ ଛକା ମାରିଥିଲେ। ୨ ଖେଳାଳି ମାତ୍ର ୧୭ ରନ୍‌ ମଧ୍ୟରେ ପ୍ୟାଭିଲିୟନ ଫେରିଥିବା ବେଳେ ଅଧିନାୟକ ରିଷଭ ପନ୍ତ ମାତ୍ର ୩୩ ରନ୍‌ କରିଥିଲେ। ୨୩ ବଲ ଖେଳିଥିବା ପନ୍ତ ୫ ଚୌକା ମାରି ଦଳୀୟ ସ୍କୋର ୧୫୮ରେ ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ଶେଷ ଭାଗରେ ଟ୍ରିଷ୍ଟାନ ଷ୍ଟବ୍ସ(୫୭*) ଓ ଅକ୍ଷର ପଟେଲ(୧୪*) ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ଅନ୍ତିମ ୨୨ ବଲ୍‌ରେ ଉଭୟ ଖେଳାଳି ଦ୍ରୁତ ବ୍ୟାଟିଂ କରି ୫୦ ରନ୍‌ ଯୋଡିଥିଲେ। ଟ୍ରିଷ୍ଟାନ ଷ୍ଟବ୍ସ ୨୫ ବଲ୍‌ ଖେଳି ୩ ଚୌକା ଓ ୪ ଛକା ମାରିଥିଲେ। ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ୍‌ ସର୍ବାଧିକ ୨, ରବି ବିଷ୍ଣୋଇ ଓ ଅର୍ଶଦ ଖାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୦୮/୪ (ଅଭିଷେକ ପୋରେଲ-୫୮, ଟ୍ରିଷ୍ଟାନ ଷ୍ଟବ୍ସ-୫୭*, ଶାଇ ହୋପ୍‌-୩୮, ନବୀନ ଉଲ ହକ-୨/୫୧, ରବି ବିଷ୍ଣୋଇ-୧/୨୬, ଅର୍ଶଦ ଖାନ୍‌-୧/୪୫)।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

ତାମିଲନାଡୁରେ ଆଖି ବୁଜିଦେଲେ ଓଡ଼ିଆ ଶ୍ରମିକ: ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବିଧବା ମା’ ଆଖିରୁ ଶୁଖୁନି ଲୁହ 

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ...

ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ...

‘ବିପଦମୁକ୍ତ ଭବିଷ୍ୟତ ଗଠନରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ’

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ପରିସରରେ ମଙ୍ଗଳବାର ପରିବେଶ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri