Posted inଖେଳ

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ କରିବା ତଥା ମ୍ୟାଚ୍‌ ଅପ୍‌ କରିବାରେ ଏଆଇ ଟେକ୍ନୋଲୋଜି ସହାୟତା କରିଥିବା କହିଛନ୍ତି ଜନ୍‌। ଏହି କୌଶଳ ସହାୟତାରେ ହିଁ ଇଂଲଣ୍ଡ ମହିଳା ଦଳ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ବିଜୟୀ ହୋଇଥିଲା ବୋଲି ସେ କହିଛନ୍ତି। ଲଣ୍ଡନସ୍ଥିତ କମ୍ପାନୀ ପିଏସ୍‌ଆଇ ପକ୍ଷରୁ ଏହି ବୈଷୟିକ କୌଶଳ ପ୍ରଦାନ କରାଯାଉଛି। ଓମେନ୍ସ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ୟୁପି ଓ୍ବାରିୟର୍ଜର କୋଚ୍‌ ରହିଥିବା ସମୟରେ ସେ ଏହି କୌଶଳ ବିଷୟରେ ଜାଣିବାକୁ ପାଇଥିଲେ। ତେବେ କ୍ରୀଡ଼ାରେ ଏଆଇ ବ୍ୟବହାର କରିବାରେ ଜନ୍‌ ପ୍ରଥମ ବ୍ୟକ୍ତି ନୁହନ୍ତି, ଇଂଲଣ୍ଡ ରଗ୍‌ବୀ ୟୁନିୟନର କୋଚ୍‌ ଷ୍ଟିଭ୍‌ ବର୍ଥଓ୍ବିକ ପୂର୍ବରୁ ଏହି କୌଶଳ ବ୍ୟବହାର କରିଛନ୍ତି। ସେ ମ୍ୟାନେଜର ଥିବା ରଗ୍‌ବୀ କ୍ଲବ ଓ୍ବିଗାନ୍‌ ଓ୍ବାରିୟର୍ସ ଓ ଫୁଟ୍‌ବଲ କ୍ଲବ୍‌ ଓ୍ବିଗାନ୍‌ ଆଥ୍‌ଲେଟିକ୍ସରେ ଏହି କୌଶଳ ବ୍ୟବହାର କରିଛନ୍ତି। ଯେତେବେଳେ ସମାନ ଦକ୍ଷତା ବିଶିଷ୍ଟ ଦୁଇ ଜଣ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ପଡ଼ିଥାଏ ସେତେବେଳେ ଏଆଇ ବେଶ୍‌ ସହାୟକ ହୋଇଥାଏ। ପ୍ରତି ମ୍ୟାଚ୍‌ ପୂର୍ବରୁ ୨ ଲକ୍ଷ ୫୦ ହଜାର ସିମୁଲେସନ୍‌ କମ୍ପାନୀ ନିକଟକୁ ପଠାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇଲେ ଷ୍ଟିଭ୍ ସ୍ମିଥ, ଏବେ ନଜର ଡନ୍ ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ଉପରେ

ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ମେଲବର୍ଣ୍ଣଠାରେ ଚାଲିଥିବା ଆସେସ୍ ସିରିଜର ଚତୁର୍ଥ ଟେଷ୍ଟରେ...

ବିରାଟଙ୍କୁ କ’ଣ କହିଲେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ ୟୁଟ୍ୟୁବର MrBeast? ଏବେ ଏହାକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୧: ସାରା ବିଶ୍ୱରେ MrBeast ନାମରେ ପରିଚିତ ଏହି YouTuber, ଯାହାଙ୍କ ପ୍ରକୃତ ନାମ ଜେମ୍ସ ଷ୍ଟିଫେନ ଡୋନାଲ୍ଡସନ, ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ...

ମୁସ୍ତାଫିଜୁର ରହମାନଙ୍କୁ ହଟାଇ ନାହିଁ BCCI! ତେବେ କାହା ଇସାରାରେ IPLରୁ ବିଦା ଦେଲେ ବାଂଲାଦେଶୀ ଖେଳାଳି? ଜାଣନ୍ତୁ…

ନୂଆଦିଲ୍ଲୀ,୬।୧: ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPL ରୁ ବାହାର କରିବାର ନିଷ୍ପତ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ନିଆଯାଇ ନଥିଲା। ରିପୋର୍ଟ...

ଟି-୨୦ ବିଶ୍ୱକପରେ ଦେଖିବାକୁ ମିଳିବେନି ଏହି ୫ ଖେଳାଳି, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ICC ପୁରୁଷ ଟି-୨୦ ବିଶ୍ୱକପ ଫେବୃଆରୀ ୭, ୨୦୨୬ରେ ଆରମ୍ଭ ହେବ। ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ,...

ନ୍ୟୁଜିଲ୍ୟାଣ୍ଡ ସହ ହେବାକୁ ଥିବା ଓ୍ବାନ ଡେ’ ସିରିଜ ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୬।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ଦ୍ଦେଶ ପରେ, ବିରାଟ କୋହଲି ବିଜୟ ହଜାରେ ଟ୍ରଫି 2025-26 ର ପ୍ରଥମ ଦୁଇଟି ମ୍ୟାଚରେ ବ୍ୟାଟ...

ICCର ଜବାବ ପରେ ହିଁ ପରବର୍ତ୍ତି ପଦକ୍ଷେପ ନେବ ବାଂଲାଦେଶ, T20 World Cup 2026 ଉପରେ ଏବେବି ସସପେନ୍ସ

ନୂଆଦିଲ୍ଲୀ,୬।୧: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ୭, ୨୦୨୬ ରେ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ...

ବଢିଲା ଶାମିଙ୍କ ଅଡ଼ୁଆ: ନୋଟିସ ପଠାଇଲେ ନିର୍ବାଚନ କମିଶନ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୫।୧: ମହମ୍ମଦ ଶାମି ନିକଟରେ ଭାରତୀୟ ଦଳରୁ ଡ୍ରପ୍‌ ହେବା କାରଣରୁ ଖବରରେ ରହିଆସୁଛନ୍ତି। ଏବେ, ରିପୋର୍ଟ ଅନୁସାରେ ନିର୍ବାଚନ କମିଶନ ଶାମି ଏବଂ ତାଙ୍କ...

ଟଙ୍କା ପାଇଁ ୟୁଟ୍ୟୁବରେ ଭିଡିଓ କରିବେ ବିରାଟ କୋହଲି! ମିଷ୍ଟର ବିଷ୍ଟଙ୍କ ଖୁଲାସା ପରେ ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୫।୧: ଲୋକପ୍ରିୟ ୟୁଟ୍ୟୁବରଙ୍କ ସହ ଭିଡିଓ କରିବେ ବିରାଟ କୋହଲି। ପୂର୍ବରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପରି ବିଶ୍ୱ ପ୍ରସିଦ୍ଧ ତାରକାଙ୍କ ସହିତ ଭିଡିଓ କରିଥିବା ୟୁଟ୍ୟୁବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri