ଜେଜେଙ୍କ ଦଶାହରେ ମହାନଦୀରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ

କଟକ,୭ା୪(କାର୍ତ୍ତିକ ସାହୁ): ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ହେବାକୁ ଆସି ନାତି ମହାନଦୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ରବିବାର ପୂର୍ବାହ୍ନରେ ଘଟିଛି। ମୃତକ ଜଣକ ହେଲେ ସିଡିଏ ସେକ୍ଟର-୬ ଅଞ୍ଚଳର ରଥୀନ୍ଦ୍ର ନାଥ ବାନାର୍ଜୀଙ୍କ ପୁତ୍ର ରୂପକ ବାନାର୍ଜୀ(୨୨)। ସେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍‌ ପଢ଼ୁଥିଲେ।
ସୂଚନା ଅନୁସାରେ, ରୂପକଙ୍କ ଜେଜେଙ୍କ ବିୟୋଗ ୧୦ ଦିନ ତଳେ ଘଟିଥିଲା। ତାଙ୍କ ଦଶାହ କର୍ମ ସମାପନ ନିମନ୍ତେ ପରିବାରବର୍ଗ ମହାନଦୀର ହାତୀଗଡ଼ା ଘାଟରେ ଏକାଠି ହୋଇଥିଲେ। ଘାଟକୂଳରେ ମୁଣ୍ଡନ, ଶୌଚ ଆଦି କର୍ମ ଚାଲିଥିବାରୁ ପରିବାର ଓ ଜ୍ଞାତିକୁଟୁମ୍ବମାନେ ସେଠାରେ ରୁଣ୍ଡ ହୋଇଥିଲେ। ଶୁଦ୍ଧିକ୍ରିୟାକୁ ଆସୁଥିବା ଲୋକମାନେ ମୁଣ୍ଡନ ପରେ ମହାନଦୀରେ ଗାଧୋଉଥାନ୍ତି। ହେଲେ ହଠାତ୍‌ ରୂପକ ମହାନଦୀର ପାଣିରେ ବୁଡ଼ିଗଲେ ବୋଲି ଉପସ୍ଥିତ ପରିବାରବର୍ଗ ପାଟି କରିଉଠିଲେ। ତୁରନ୍ତ ଦମକଳ ବାହିନୀକୁ ସୂଚନା ଦିଆଗଲା। ବିଡ଼ାନାସୀ ଓ ବକ୍ସିବଜାରରୁ ୨ଟି ଦମକଳ ବାହିନୀ ସେଠାରେ ପହଞ୍ଚତ୍ ପାଣି ଭିତରେ ଖୋଜାଖୋଜି ଆରମ୍ଭ କରିଦେଲେ। ସ୍କୁବା ଡାଇଭର୍‌ ପାଣି ଭିତରେ ବୁଡ଼ି ଖୋଜିବା ସହ ଅତ୍ୟାଧୁନିକ ଅଣ୍ଡର ଓ୍ବାଟର କ୍ୟାମେରା ସାହାଯ୍ୟରେ ପାଣି ଭିତରେ ଖୋଜାଯାଇଥିଲା। ଲାଇଫବଏ, ଲାଇଫ୍‌ ଜ୍ୟାକେଟ, ବୋଟ୍‌ ଆଦି ବ୍ୟବହାର କରି ଅଗ୍ନିଶମ ବାହିନୀ ମହାନଦୀର ଜଳରାଶିରେ ଖୋଜିଥିଲେ। ପ୍ରାୟ ୪୫ ମିନିଟ୍‌ ଧରି ଖୋଜିବା ପରେ ରୂପକଙ୍କୁ ମହାନଦୀ ଜଳରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜିବ ବେହେରାଙ୍କ କହିବାନୁସାରେ, ହାତୀଗଡ଼ା ଘାଟରେ ପ୍ରାୟ ୨୦ ଫୁଟ ଗଭୀରର ଜଳ ରହିଛି। ମୃତ ଯୁବକ ଜଣକ ପହଁରା ଜାଣିନଥିଲେ। ତେଣୁ ଏଭଳି ଅଘଟଣ ଘଟିଲା। ଅପରପକ୍ଷରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ମଧ୍ୟ ଖବର ପାଇ ସେଠାରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri