Posted inଜାତୀୟ

୫୯ ଆସନରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ: ଗାନ୍ଧୀ, ଗଡ୍‌ସେରେ ପ୍ରଚାର ଶେଷ

ନୂଆଦିଲ୍ଲୀ,୧୮ା୫(ପି.ଟି.): ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବାକି । ପଶ୍ଚିମବଙ୍ଗରେ ହିଂସା ଯୋଗୁ ୯ ଆସନରେ ଗୁରୁବାର ରାତି ୧୦ଟାରେ ଓ ଅବଶିଷ୍ଟ ୭ ରାଜ୍ୟର ୫୦ ଆସନରେ ଶୁକ୍ରବାର ସନ୍ଧ୍ୟାରେ ସବୁ ଦଳ ପକ୍ଷରୁ ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପ୍ରଚାର ଶେଷରେ ମହାମତ୍ା ଗାନ୍ଧୀ ଓ ତାଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ନେଇ ଜାତୀୟ ରଜନୀତି ସରଗରମ ହୋଇଛି। ଭୋପାଳର ଭାଜପା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ନାଥୁରାମଙ୍କୁ ଦେଶଭକ୍ତ ଭାବେ ଅଭିହିତ କରିବା ପରେ ଗୈରିକ ଦଳକୁ ଘେରିଛି କଂଗ୍ରେସ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନିନ୍ଦାକରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଶାସକ ଭାଜପା ଓ ବିରୋଧୀ କଂଗ୍ରେସର  ପ୍ରଚାର ସ୍ରୋତରେ ହଜିଯାଇଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
ରାଜ୍ୟର ୫୯ ଆସନରେ ରବିବାର ଭୋଟଗ୍ରହଣ କରାଯିବ। ଏହି ଆସନଗୁଡ଼ିକ ହେଲା ବିହାର (୮), ଝାଡ଼ଖଣ୍ଡ (୩), ମଧ୍ୟପ୍ରଦେଶ (୮), ପଞ୍ଜାବ (୧୩), ପଶ୍ଚିମବଙ୍ଗ (୯), ଚଣ୍ଡିଗଡ଼ (୧) ଓ ହିମାଚଳ ପ୍ରଦେଶର ୪ । ଏଥିପାଇଁ ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏଥର ସାଧାରଣ ନିର୍ବାଚନରେ ପ୍ରଚାର ପୁଲଓ୍ବାମା ଆକ୍ରମଣ ଓ ବାଲାକୋଟ ପ୍ରତିଆକ୍ରମଣରୁ ଆରମ୍ଭ ହୋଇ ଗାନ୍ଧିଜୀ ଏବଂ ଗଡ୍‌ସେରେ ଶେଷ ହୋଇଛି। ଏହା ମଧ୍ୟରେ ସାଧାରଣ ଜନତାଙ୍କ ସହ ଜଡ଼ିତ ବହୁ ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସିପାରିନାହିଁ। ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ କଂଗ୍ରେସର ଦିଗ୍‌ବିଜୟ ସିଂ ଏବଂ ଭାଜପାରୁ ପ୍ରାର୍ଥୀ ହୋଇଥିବା ପ୍ରଜ୍ଞା ସିଂ ଠାକୁରଙ୍କ ମଧ୍ୟରେ ହିନ୍ଦୁତ୍ୱକୁ ନେଇ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ଏହି ଆସନରେ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିଲେ ହେଁ ପ୍ରଜ୍ଞାଙ୍କ ଏକ ମନ୍ତବ୍ୟରୁ ବିବାଦର ଝଡ଼ ସୃଷ୍ଟି ହୋଇଛି। ନାଥୁରାମ ଦେଶଭକ୍ତ ଥିଲେ, ଅଛନ୍ତି ଓ ରହିବେ ବୋଲି ପ୍ରଜ୍ଞା ଗୁରୁବାର ଖବରଦାତାମାନଙ୍କୁ କହିଥିଲେ। ଅବଶ୍ୟ ବିବାଦ ଉଠିବା ପରେ ସେ ଏଥିପାଇଁ କ୍ଷମାମାଗିଥିଲେ। ହେଲେ ସେ ଛାଡ଼ିଥିବା ଏହି ଅଫେରନ୍ତା ତୀର କଂଗ୍ରେସ ପାଇଁ ବ୍ରହ୍ମାସ୍ତ୍ର ଭଳି ସୁଯୋଗ ଆଣିଦେଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇ ଭାଜପାକୁ କୋଣଠେସା କରିବାକୁ କଂଗ୍ରେସ ଉଦ୍ୟମ କରିଛି। କଂଗ୍ରେସ ନେତା କପିଲ ସିବଲ୍‌ ଓ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଦ୍ୱାରା ଗଡ୍‌ସେ ଅନୁପ୍ରାଣିତ ଥିଲେ ବୋଲି ସମାଲୋଚନା କରିଛନ୍ତି। ଇତିମଧ୍ୟରେ କର୍ନାଟକର ଭାଜପା ଏମ୍‌ପି ନିଲୀନ କୁମାର କଟୀଲ ଗଡ୍‌ସେଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି। ଗଡ୍‌ସେ ଜଣକୁ ହତ୍ୟା କରିଥିବାବେଳେ ରାଜୀବ ୧୭,୦୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଉଭୟଙ୍କ ମଧ୍ୟରୁ କିଏ ଅଧିକ କ୍ରୂର ଓ ନିଷ୍ଠୁର ବୋଲି ସେ ପ୍ରଶ୍ନ କରିଛନ୍ତି। ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗ୍‌ଡେ ମଧ୍ୟ ଗଡ୍‌ସେଙ୍କୁ ଦେଶଭକ୍ତ ଭାବେ ଅଭିହିତ କରି ନିଆଁରେ ଘିଅ ଢାଳିଛନ୍ତି। ଏସବୁର ଜବାବ ଦେବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାହୁଲ କହିଛନ୍ତି, ଭାଜପା-ଆର୍‌ଏସ୍‌ଏସ୍‌ ‘ଗଡ୍‌ (ଭଗବାନ) ପ୍ରେମୀ’ ନୁହନ୍ତି, ବରଂ ‘ଗଡ୍‌ସେ ପ୍ରେମୀ’। ପ୍ରଜ୍ଞାଙ୍କ ମନ୍ତବ୍ୟରୁ ଏହା ପ୍ରମାଣିତ ହୋଇଛି ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।
ଚାରିଆଡୁ ସମାଲୋଚିତ ହେବା ପରେ ଭାଜପା ମୁଖ୍ୟ ଶାହ କହିଛନ୍ତି, ଗଡ୍‌ସେ ମନ୍ତବ୍ୟ ଦଳର ବିଚାରଧାରା ନୁହେଁ। ତାଙ୍କୁ ଦେଶଭକ୍ତ ବୋଲି ଅଭିହିତ କରିଥିବା ନେତାଙ୍କ ବିରୋଧରେ ୧୦ ଦିନ ମଧ୍ୟରେ ରିପୋର୍ଟ ଆସିବ। ଏହା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶାହ ଟୁଇଟ୍‌ କରିଛନ୍ତି। ସେହିପରି ମଧ୍ୟପ୍ରଦେଶର ଏକ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀଙ୍କୁ ଅପମାନିତ କରି ତାଙ୍କ ହତ୍ୟାକାରୀ ଗଡ୍‌ସେଙ୍କୁ ଦେଶଭକ୍ତ କହିଥିବା ପ୍ରଜ୍ଞାଙ୍କୁ କ୍ଷମା କରାଯିବନାହିଁ। ଏଭଳି ମନ୍ତବ୍ୟ ସମାଜ ପାଇଁ କ୍ଷତିକାରକ। ସେ ଏଥିଲାଗି କ୍ଷମା ମାଗିଛନ୍ତି, କିନ୍ତୁ ତାଙ୍କୁ ମୁଁ ସମ୍ପୂର୍ଣ୍ଣ କ୍ଷମା ଦେବା ପାଇଁ ଅସମର୍ଥ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri