ବାମରାରେ ଲେଡ଼ାପୋକ ପ୍ରାଦୁର୍ଭାବ

କୁଚିଣ୍ଡା,୮ା୮(ବିରଞ୍ଚତ୍ ଦର୍କା): ଚଳିତବର୍ଷ ଚାଷ ପାଇଁ ପାଗ ଅନୁକୂଳ ଥିବାବେଳେ ଲଗାଣ ବର୍ଷା ହେତୁ ଧାନ ଫସଲରେ ଲେଡ଼ାପୋକର ପ୍ରାଦୁର୍ଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ବାମରା ବ୍ଲକର ୬ ପଞ୍ଚାୟତର ମୋଟ ୨୨ ଗାଁ ଏଥିରେ ପ୍ରଭାବିତ ହୋଇଥିବା ବ୍ଲକ କୃଷି ଅଧିକାରୀ ଦେବାନନ୍ଦ ସାହୁଙ୍କ ରିପୋର୍ଟରୁ ଜଣାପଡିଛି। କୁଟାରିମାଲ ପଞ୍ଚାୟତର ୬, ଉଚ୍ଚକାପାଟର ୨, ପିଣ୍ଡାପଥରର ୩, ଗଡ଼ପୋଷର ୩, ଲରିଆପାଲିର ୬ ଓ ବାବୁନିକ୍ତିମାଲ ପଞ୍ଚାୟତର ୪ଟି ଗ୍ରାମରେ ଲେଡ଼ା ପୋକ ବ୍ୟାପିଛି। ଏହିସବୁ ଗ୍ରାମର ମୋଟ ୧୩ ହେକ୍ଟର ଚାଷ ଜମିରେ ମଧ୍ୟମ ଧରଣର ଓ ୨୨ ହେକ୍ଟର ଚାଷ ଜମିରେ ନିମ୍ନଧରଣର ଲେଡା ପୋକ ଲାଗି ଧାନ ଫସଲ କ୍ଷୟକ୍ଷତି ହୋଇଥିବା କୃଷି ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ଆକଳନ କରାଯାଇଥିବା କୁହାଯାଇଛି। ଏ ନେଇ କୁଟାରିମାଲ ପଞ୍ଚାୟତର ସରପଞ୍ଚ ତ୍ରିଲିଙ୍ଗ ଛତ୍ରିଆ ବାମରା ବ୍ଲକ ଓ ସମ୍ବଲପୁର ଜିଲା କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାମରା ବ୍ଲକ କୃଷି ଅଧିକାରୀଙ୍କ ରିପୋର୍ଟ ଓ ସରପଞ୍ଚଙ୍କ ଅଭିଯୋଗକୁ ଭିତ୍ତି କରି ରାଜ୍ୟ ସରକାରଙ୍କ କୃଷି ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ଲିଙ୍ଗରାଜ ଦୀପ, କୁଚିଣ୍ଡା କୃଷି ଜିଲା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ବାମରା ସହକାରୀ କୃଷି ଅଧିକାରୀ ପୃଥୀରାଜ ଭୋଇ, କୁଟାରୀମାଲ ଭିଏଡବ୍ଲ୍ୟୁ ରମିତା ଭୋଇ ପ୍ରମୁଖ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କୃଷି ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଲେଡ଼ା ପୋକ ନିୟନ୍ତ୍ରଣ, ଏହାର ନିରାକରଣ ଓ କୀଟନାଶକ ପ୍ରୟୋଗ ପ୍ରକ୍ରିୟା ବିଷୟରେ ପରାମର୍ଶ ଦେଇଛନ୍ତି। ଏଥିରେ ଯଦି ନିୟନ୍ତ୍ରଣ ନ ହୁଏ ତେବେ ଆବଶ୍ୟକ ପଡ଼ିଲେ ରାଜ୍ୟ କୃଷି ନିର୍ଦ୍ଦେଶାଳୟ, ସମ୍ବଲପୁର ଆଞ୍ଚଳିକ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି ଅଧିକାରୀଙ୍କ ସହିତ ସିଧାସଳଖ କଥା ହୋଇପାରିବେ ବୋଲି କୃଷି ବୈଜ୍ଞାନିକ ଦୀପ ଚାଷୀମାନଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri