କଚ୍ଛପ ଗତିରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁର ଆରଡବ୍ଲ୍ୟୁଡି ସବଡିଭିଜନ ଅଧୀନରେ ଚାଲିଥିବା ୫ଟି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ଅହେତୁକ ବିଳମ୍ବ ଦେଖାଦେଇଛି। ଠିକାଦାରଙ୍କ ସହ ଚୁକ୍ତି ହୋଇଥିବା ନିର୍ମାଣ କାର୍ଯ୍ୟ ଅବଧି ସରିଗଲାଣି। ଏନେଇ ବାରମ୍ବାର ଆରଡବ୍ଲ୍ୟୁଡି ଗଞ୍ଜାମ -୨ ବିଭାଗ ପକ୍ଷରୁ ସମ୍ପୃକ୍ତ କାର୍ଯ୍ୟରେ ନିୟୋଜିତ ଠିକାଦାରମାନଙ୍କୁ ଚିଠି ସହ ଅନୁରୋଧ ଓ ନିର୍ଦ୍ଦେଶ ପରେ ମଧ୍ୟ ଠିକାଦାରମାନେ ନୀରବ ରହୁଛନ୍ତି ା ଏହି ଖିଲାପି ଠିକାଦାରମାନଙ୍କୁ ବ୍ରହ୍ମପୁରସ୍ଥିତ ଆରଡବ୍ଲ୍ୟୁ ଡିଭିଜନ-୨ ଗଞ୍ଜାମର ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ଏସବିଡି କ୍ଲଜ୍‌ ୫୨.୨(ଏ), (ଏଚ୍‌) ଆଧାରରେ ଉକ୍ତ କାରଣଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ କାହିଁକି ଚୁକ୍ତି ବାତିଲ କରାନଯିବ ଏବଂ କ୍ଷତିଭରଣା କାହିଁକି କରାନଯିବ ସେ ସମ୍ପର୍କରେ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଛତ୍ରପୁର ବ୍ଲକ ର ଦିବ୍ୟସିଂହପୁର ଠାରୁ ଭାଗିରଥିପୁର ଭାୟା ବଉଳଗାଁ-ବଡମାଧପୁର-ବରଙ୍ଗ ରାସ୍ତା, ଏନଏଚ୍‌-୧୬ ଠାରୁ ଉପୁଲାପୁଟି ପିଡବ୍ଲ୍ୟୁଡି ରୋଡ୍‌ ଭାୟା ଶ୍ରୀରାମଚନ୍ଦ୍ରପୁର-ପାଇକପଡା-କାଳିପଲ୍ଳୀ-ବାସନାପୁଟି-ଉପୁଲାପୁଟି ରାସ୍ତା ଏବଂ ଦିବ୍ୟସିଂହପୁର ଠାରୁ ଗୋବା ଭାୟା ବଉଳଗାଁ-ସିଙ୍ଗିପୁର-ଖୁରିଗାଁ-ରଙ୍ଗମାଟିଆ-ଗୋବା ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୩ ଟି ରାସ୍ତା ନିର୍ମାଣ ପାଇଁ ୬୩୩.୯୦ ଲକ୍ଷ ଟଙ୍କା ଆକଳନ ହୋଇଥିଲା । ଏଥିପାଇଁ ଠିକାଦାରଙ୍କ ସହ ୨୦୨୨ ସେପ୍ଟେମ୍ବର ୧୨ରେ ଏଗ୍ରିମେଣ୍ଟ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ମାତ୍ର ୮.୭୮ ପ୍ରତିଶତ ତଥା ୫୫.୬୭ ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ସରିଛି । ଏହି କାମ ଅତ୍ୟନ୍ତ କଚ୍ଛପ ଗତିରେ ଚାଲୁଥିବାରୁ ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ସୂଚନା ଦିଆଯାଇଛି । ସେହିପରି କରାତଳି ଠାରୁ ବ୍ରାହ୍ମଣିଆପଲ୍ଲୀ ଆରଡି ରୋଡ୍‌ ଭାୟା ଶ୍ରୀରାମପୁର ରୋଡ୍‌ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୨୦୫.୫୫ ଲକ୍ଷ ଟଙ୍କାରେ ନିର୍ମାଣ ପାଇଁ ଆକଳନ ହୋଇଥିଲା । ଠିକାଦାରଙ୍କ ସହ ୨୦୨୧ ଜାନୁଆରୀ ୨୧ରେ ଚୁକ୍ତି ହୋଇଥିଲା ଏବଂ ଏହି ରାସ୍ତା ନିର୍ମାଣ କାମ ୨୦୨୨ ସେପ୍ଟେମ୍ବର ୨୧ରେ ସରିବା ଲାଗି ଧାର୍ଯ୍ୟ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୦.୧୫ ପ୍ରତିଶତ କାମ ତଥା ୪୧.୪୨ ଲକ୍ଷ ଟଙ୍କାର କାମ ସରିଛି । ଏହି ରାସ୍ତା ନିର୍ମାଣର ଅବଧି ସରିବାର ୬ ମାସ ରୁ ଉର୍ଦ୍ଧ୍ୱ ସମୟ ବିତିଲାଣି ା ତେବେ କାମ ଅଧାରୁ ବନ୍ଦ ରହିଛି । ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି । ଆହୁରି ଜଣାଯାଇଛି ଯେ ପିଡବ୍ଲ୍ୟଡି ରୋଡ୍‌ ଠାରୁ ସାନଗୋପାଳପୁର ଭାୟା ଲାଉପୁଟ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ପାଇଁ ୩୬୧.୮୩ ଲକ୍ଷ ଟଙ୍କା ଆକଳନ ହୋଇଥିଲା । ଏଥିପାଇଁ ୨୦୨୧ ସେପ୍ଟେମ୍ବର ୮ରେ କାମ ଆରମ୍ଭ ହୋଇଥିଲା ଏବଂ ୨୦୨୨ ଅଗଷ୍ଟ ୭ରେ କାମ ସରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ଅବଧିକୁ ୮ ମାସ ବିତିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୬.୩୦ ପ୍ରତିଶତ ତଥା ୨୦୩.୭୨ ଲକ୍ଷ ଟଙ୍କାର କାମ ଶେଷ ହୋଇଛି। ଏହି ବିଳମ୍ବ ଯୋଗୁଁ ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri