Odisha Elections 2024
Posted inଗଜପତି

ପାରଳା ସହରର ରାସ୍ତାଘାଟ ଶୋଚନୀୟ

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ରାସ୍ତାଘାଟ ଶୋଚନୀୟ ଅବସ୍ଥାରେ ଥିବା ବେଳେ ପ୍ରଶାସନର ଦୃଷ୍ଟି କେବେ ପଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିିଶେଷ କରି ସହରର ପ୍ରମୁଖ ରାସ୍ତା ଦୟନୀୟ ହେବାରେ ଲାଗିଛି। ରାଣୀପେଣ୍ଠରୁ ପ୍ରବେଶ କଲା ମାତ୍ରେ ଖାଲଖମା ସହରକୁ ସ୍ବାଗତ କରୁଥିବା ବେଳେ ସହର ମଧ୍ୟରେ ମୁଖ୍ୟ ରାସ୍ତାଗୁଡିକର ଅବସ୍ଥା ଦୟନୀୟ ଦେଖିବାକୁ ମିଳୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା, ପୋଲିସ ଷ୍ଟେଶନ ଛକ ଠାରୁ ମେଡିକାଲ ଛକ ଦେଇ ସିନେମା ହଲ ଛକ, ଗାନ୍ଧୀ ଛକ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଗୁଡିକ ଖାଲଖମା ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ସାମାନ୍ୟ କାଳବୈଶାଖୀ ବର୍ଷାରେ ମଧ୍ୟ ରାସ୍ତାଗୁଡ଼ିକ କର୍ଦମାକ୍ତ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏହି କର୍ଦମାକ୍ତ ରାସ୍ତାରେ ସହରବାସୀ ଯାତାୟତ କରୁଥିବା ବେଳେ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ପ୍ରମୁଖ ରାସ୍ତା ଗୁଡିକର ଉନ୍ନତିକରଣ ଏବଂ ସୁଦୃଢ ରାସ୍ତା ନିର୍ମାଣ ପାଇଁ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ପୂର୍ତ୍ତ ବିଭାଗକୁ ଗତ କିଛି ବର୍ଷ ପୂର୍ବେ ପୌରପରିଷଦ ପକ୍ଷରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ହେଲେ ପୂର୍ତ୍ତବିଭାଗ ଏହି ମୁଖ୍ୟ ରାସ୍ତାଗୁଡିକର ଉନ୍ନତି, ନିର୍ମାଣ, ରକ୍ଷଣାବେକ୍ଷଣ କରିବ କ’ଣ ଦାୟିତ୍ୱ ନେବା ପରଠାରୁ ସ୍ଥାଣୁ ପାଲଟିଯାଇଛି।
୨୦୨୦-୨୧ କରୋନା କଟକଣା ସମୟରେ ମେଡିକାଲ ରାସ୍ତାର ଫ୍ରେଣ୍ଡସ କଲୋନୀ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ଅତି ତରବରିଆ ଏବଂ ଯୋଜନା ବିହୀନ ଭାବେ ରାସ୍ତା ନିର୍ମାଣ କରିଥିଲା। ବର୍ତ୍ତମାନ ଏହି ରାସ୍ତାର ସିମେଣ୍ଟ କଂକ୍ରିଟ ସ୍ଥାନେ ସ୍ଥାନେ ଉଠିଯାଇଥିବା ବେଳେ ସମଗ୍ର ରାସ୍ତାର ଚିପ୍ସ ବା ଗୋଡି ଗୁଡିକ ବାହାରି ପଡିଲାଣି। ଏହାସହ ଏହି ରାସ୍ତାର ଜଙ୍ଗମସାହି ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନକରି ଛାଡି ଦିଆଯାଇଛି। ଗାନ୍ଧୀ ଛକଠାରୁ ପୁରୁଣା କୋର୍ଟ ଛକ ରାସ୍ତା ଅବସ୍ଥା କଦର୍ଯ୍ୟ ହୋଇପଡିଛି। ସେହିପରି ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ସାହି ବସ୍ତି ରାସ୍ତା ମଧ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସାହି ବସ୍ତି ରାସ୍ତାଘାଟର ଅବସ୍ଥା ମଧ୍ୟ ଅନୁରୂପ। ସହରର ୧୬ଟି ୱାର୍ଡର ବିଭିନ୍ନ ସାହି ବସ୍ତିରେ ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ପାଇପଲାଇନ ସଂଯୋଗୀକରଣ ପାଇଁ ରାସ୍ତାଗୁଡିକୁ ଖନନ କରାଯାଇଥିଲା। ହେଲେ ସେହି ସ୍ଥାନମାନଙ୍କରେ ଉପଯୁକ୍ତ ସିମେଣ୍ଟ ଗୋଡି ଆଦି ନ ପକାଯିବା ଯୋଗୁଁ ସେଗୁଡିକ ଖାଲଖମାରେ ପରିଣତ ହୋଇଛି। ସେହିପରି ପୌରପରିଷଦ କଥା ନ କହିଲେ ଭଲ। ସହରର ନାନାଦି ସମସ୍ୟା ଲାଗି ରହିଥିଲେ ମଧ୍ୟ ବର୍ତ୍ତମାନ ମୁଖ୍ୟ ସମସ୍ୟା ମଧ୍ୟରେ ରାସ୍ତାଘାଟ ଥିବାରୁ ଏଥିପ୍ରତି ସରକାର ଦୃଷ୍ଟି ଦେଇ ସହରର ସୌନ୍ଦର୍ଯ୍ୟକରଣ ଓ ରାସ୍ତାଘାଟର ସୁବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ପାଇଁ ପାରଳା ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କେଟ କମ୍ପ୍ଲେକ୍ସ, ଶୌଚାଳୟରେ ଝୁଲୁଛି ତାଲା

ପାରଳାଖେମୁଣ୍ଡି, ୨୫ା୫ (ଗିରିଧାରୀ ପରିଛା): ସରକାର କୋଟି କୋଟି ଟଙ୍କା ବ୍ୟୟ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ଓ କିଛି ମୁଷ୍ଟିମେୟ...

ସ୍ତ୍ରୀ ସହିତ ଅନୈତିକ ସମ୍ପର୍କରୁ ସାଙ୍ଗଙ୍କୁ ହତ୍ୟା

ପାରଳାଖେମୁଣ୍ଡି, ୨୩ା୫ (ଗିରିଧାରୀ ପରିଛା): ସ୍ତ୍ରୀ ସହିତ ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ବନ୍ଧୁଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ଗତ ୧୯ ତାରିଖରେ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

ଭୋଟ ବର୍ଜନ କଲେ ଅଞ୍ଚଳବାସୀ

ମୋହନା,୧୪/୫(ମନ୍ମଥ ମିଶ୍ର):ସାଧାରଣ ନିର୍ବାଚନ ପାଇଁ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି। ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ୨୯୭ଟି ଭୋଟ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri