ମହିଳାଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ହତ୍ୟାକାରୀଙ୍କ ବୟାନକୁ ଖଣ୍ଡନ କଲେ ମୃତ ମହିଳାଙ୍କ ପୁଅ

ଗଞ୍ଜାମ,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ମହିଳାଙ୍କୁ ପଥର ଛେଚି ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି ରମ୍ଭା ପୋଲିସ। ହତ୍ୟାକାରୀ ମୃତ ମହିଳାଙ୍କ ନିଜ ପୁତୁରା ସେହି ଗ୍ରାମର ମୁନା ନାହାକ (୨୩) ସେ ଏବେ ଜେଲରେ। ଘଟଣାସ୍ଥଳରୁ ମିଳିଥିବା ଇୟର ଫୋନ ଖୋଲିଥିଲା ହତ୍ୟାର ରହସ୍ୟ। ଅଭିଯୁକ୍ତଙ୍କୁ ପୋଲିସ ଗୁଡ଼େଇ ତୁଡ଼େଇ ପଚରାଉଚରା ପରେ ସେ ମାନିଥିଲା ବୋଲି ରମ୍ଭା ଥାନା ଆଇଆଇସି ପି ସ୍ବରୂପ କିଷାନ କହିଛନ୍ତି। ଦୀର୍ଘ ତିନି ଘଣ୍ଟା ପଚରା ଉଚରା ପରେ ଅଭିଯୁକ୍ତ ନିଜେ ପଥର ଛେଚି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। କାହିଁକି ଓ କ’ଣ ପାଇଁ ତାଙ୍କୁ ହତ୍ୟା କଲ ବୋଲି ପୋଲିସ ପଚାରିବାରୁ ସେହି ଅଞ୍ଚଳର ଜଣେ ଝିଅକୁ ପ୍ରେମ କରୁଥିଲା।  ଏହାକୁ ନେଇ ମୃତ ମହିଳା ସବୁବେଳେ ମୁନାଙ୍କୁ ଦେଖେଇ ଶିଖେଇ କହୁଥିବା ଯୋଗୁ ମୁନା ଏଥିରେ ପୂର୍ବରୁ ରାଗ ରଖିଥିଲେ। ଏଥିସହ ମୁନାଙ୍କ ବିଧବା ମା’ଙ୍କୁ ନିଜ ଘରେ କାମ  କରିବାକୁ ମୃତ ମହିଳା ଚାପ ପକାଉଥିଲେ ବୋଲି ଅଭିଯୁକ୍ତ ପୋଲିସକୁ କହିଥିଲେ। ଅନ୍ୟପଟେ ଅଭିଯୁକ୍ତଙ୍କ ବୟାନକୁ ଖଣ୍ଡନ କରୁଛନ୍ତି ମୃତ ମହିଳାଙ୍କ ପରିବାର। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଅଭିଯୁକ୍ତ ପୋଲିସକୁ କହିଥିବା କଥା ଭିତ୍ତିହୀନ।  ତାଙ୍କର ଗରିବ ହେତୁ ମା’ ସବୁବେଳେ ତାଙ୍କ ପ୍ରତି ଅନୁକମ୍ପା ଦେଖାଇ ଆସୁଥିଲେ ବୋଲି ମୃତ ମହିଳାଙ୍କ ପୁଅ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କେବେହେଲେ ନିଜ ଘର କାମ କରିବାକୁ ବାଧ୍ୟ କରୁ ନ ଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri