ଟ୍ରେନ୍‌ରେ ଯାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା: ୬ଷ୍ଠ ସାକ୍ଷୀଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୨୦ା୩-ଏକ ଚଳନ୍ତା ଟ୍ରେନ୍‌ରେ ଜଣେ ଯାତ୍ରୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ମାମଲାର ବିଚାରଣା ଏଡିଜେ (ଏଲ୍‌ଆର୍‌) କୋର୍ଟରେ ଚାଲିଛି। ଏଥିରେ ୮ଜଣ ସାକ୍ଷୀ ରହିଥିବା ବେଳେ ଏଯାବତ ୬ଜଣ ସାକ୍ଷୀ କୋର୍ଟରେ ହାଜର ହୋଇ ଘଟଣା ସମ୍ପର୍କରେ ନିଜ ନିଜର ବୟାନ ଦେଇ ସାରିଛନ୍ତି। ଷଷ୍ଠ ସାକ୍ଷୀ ଭାବେ ବିହାର ଝାଡ଼ଖଣ୍ଡର ପାଲନ ଗୋରାଇ ନିଜର ବୟାନ ଦେଇ ସାରିଛନ୍ତି। ସେ ନିଜ ବୟାନରେ ପ୍ରସନ୍ନଜିତଙ୍କୁ ହତ୍ୟା କରାଯାଇଛି କି ନାହିଁ ଏ ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଛନ୍ତି। ସେହିପରି ପୂର୍ବରୁ ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ଏଏସ୍‌ଆଇ ସୀମାଞ୍ଚଳ ସାହୁ ଯିଏକି ଉକ୍ତ ମାମଲାର ଅଭିଯୋଗକାରୀ ସେ ପ୍ରଥମ ସାକ୍ଷୀ ଭାବେ କୋର୍ଟରେ ହାଜର ହୋଇ ନିଜର ବୟାନ ଦେଇଥିଲେ। ପରେ ଛତ୍ରପୁର ଜିଆର୍‌ପି ହେଡ୍‌ କନଷ୍ଟେବଲ ପ୍ରସନ୍ନ କୁମାର ନାୟକ, ବ୍ରହ୍ମପୁର ଜିଆର୍‌ପି କନଷ୍ଟେବଲ କୈଳାସ ଚନ୍ଦ୍ର ବେହେରା, ଚେନ୍ନାଇ- ହାଓଡା ଟ୍ରେନ୍‌ର ଗାର୍ଡ ଆର୍‌. କମଳାକର ଓ ଉକ୍ତ ଟ୍ରେନ୍‌ର ଡ୍ରାଇଭର ଜି. ଶ୍ରୀନିବାସ ରାଓଙ୍କ ପୃଥକ୍‌ ଭାବେ କୋର୍ଟରେ ବୟାନ ରେକର୍ଡ କରାଯାଇଛି ବୋଲି ଏପିପି ରଜତ କୁମାର ଦାଶ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୨୨ ଜୁଲାଇ ୫ ଅପରାହ୍ନରେ ଜଣେ ଯୁବକଙ୍କୁ ଟ୍ରେନ୍‌ ଭିତରେ ଛୁରି ଭୁସି ହତ୍ୟା କରାଯାଇଥିଲା। ଉକ୍ତ ହତ୍ୟା ଘଟଣାଟି ଚେନ୍ନାଇ-ହାଓଡା ଟ୍ରେନ୍‌ରେ ଛତ୍ରପୁର ନିକଟରେ ଘଟିଥିଲା। ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ପ୍ରସନ୍ନଜିତ ଗୋରାଇ(୩୪)। ଏନେଇ ରେଳ ସୁରକ୍ଷା ବଳର ଏଏସ୍‌ଆଇ ସୀମାଞ୍ଚଳ ସାହୁଙ୍କ ଅଭିଯୋଗ ପରେ ରେଳପଥ ପୋଲିସ ନଂ. ୪୭/୨୨ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ରକ୍ତଭିଜା ଛୁରି ଓ ହତ୍ୟାକାରୀଙ୍କ ରକ୍ତଭିଜା କପଡ଼ା ଜବତକରି ପରୀକ୍ଷା ପାଇଁ ପଠାଇଥିଲା। ପୋଲିସ ହତ୍ୟାକାରୀ ସୁବୋଧ ଗୋରାଇଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। କୌଣସି ଏକ ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri