ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମି: ୭ ଦିନରେ ୬, ୨୩, ୬୩୨ କଇଁଛଙ୍କ ଅଣ୍ଡାଦାନ

ଗଞ୍ଜାମ,୨।୩(ଡି.ଏନ.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେ ସାମୁଦ୍ରିକ କଇଁଛମାନଙ୍କ ସାମୂହିକ ଅଣ୍ଡାଦାନ ଜାରି ରହିଛି। ସାତ ଦିନ ମଧ୍ୟରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି। ଗତ ଗୁରୁବାରଠାରୁ ବେଳାଭୂମିରେ ଆରମ୍ଭ ହୋଇଥିବା ଗଣ ଅଣ୍ଡାଦାନ ବୁଧବାର ସକାଳ ସୁଦ୍ଧା ୬ ଲକ୍ଷ ୨୩ହଜାର ୬୩୨ଟି ସାମୁଦ୍ରିକ କଇଁଛ ସାମୂହିକ ଅଣ୍ଡାଦାନ କରିଥିବା ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି, ଯାହାକି ଗତ ବର୍ଷ ରେକର୍ଡ ସଂଖ୍ୟକ ଅଲିଭ ରିଡଲେଙ୍କ ସାମୂହିକ ଗଣ ଅଣ୍ଡାଦାନ ୫ଲକ୍ଷ ୫୦ ହଜାର ହୋଇଥିବା ବେଳେ ଚଳିତ ବର୍ଷ ତା’ଠାରୁ ଢେର ବୃଦ୍ଧି ହୋଇଛି।

ମଙ୍ଗଳବାର ରାତ୍ରଠାରୁ ବୁଧବାର ସକାଳ ମଧ୍ୟରେ ୨୩ହଜାର ୨୨୩ ଗୋଟି କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଛି। ସେହିପରି ଗତ ଗୁରୁବାର ସକାଳଠାରୁ ସନ୍ଧ୍ୟା ୬ଟାରେ ୫୧ ହଜାର ୩୨୩, ସନ୍ଧ୍ୟା ୬ଟାଠାରୁ ଶୁକ୍ରବାର ସକାଳ ମଧ୍ୟରେ ୧ ଲକ୍ଷ ୩୪ହଜାର ୨୩୬, ଶୁକ୍ରବାର ରାତ୍ରରୁ ଶନିବାର ସକାଳ ମଧ୍ୟରେ ୧ଲକ୍ଷ ୩୮ହଜାର ୮୨୯, ଶନିବାର ରାତ୍ରରୁ ରବିବାର ସକାଳ ମଧ୍ୟରେ ୧ଲକ୍ଷ ୪୦ ହଜାର ୯୨୯, ରବିବାର ରାତ୍ରରୁ ସୋମବାର ସକାଳ ମଧ୍ୟରେ ୯୨ ହଜାର ୫୨୩, ସୋମବାରଠାରୁ ମଙ୍ଗଳବାର ସକାଳ ମଧ୍ୟରେ ୪୨ ହଜାର ୫୨୯ଅଲିଭ ରିଡଲେ ଗଣ ଅଣ୍ଡାଦାନ କରିଥିବା ଜଣାପଡିଛି। ବନ ବିଭଗୀୟ ଅଧିକାରୀ, କର୍ମଚାରୀ ଅଲିଭ ରିଡଲେ ଓ ଗଣ ଅଣ୍ଡାଦାନ ସ୍ଥଳ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଥିବା ପରିଲକ୍ଷିତ ହୋଇଛି। ତହସିଲଦାର ଅରୁଣ କୁମାର ନାୟକ ଘନ ଘନ ସମୁଦ୍ର ବେଳାଭୂମି ମୁହାଣ ଯାଇ କଇଁଛ ଓ ଅଣ୍ଡା ସୁରକ୍ଷିତ ଅଛି ନାଁ ନାହିଁ ପଚାରି ବୁଝୁଛନ୍ତି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ କଇଁଛଙ୍କ ଅଣ୍ଡା ଦାନ ହ୍ରାସ ହେବ ବୋଲି ପରିବେଶବିତ ମାନେ ଅନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri