କେନ୍ଦୁଝରରେ ମହାବଳ ପ୍ରସଙ୍ଗ: ଅସ୍ବୀକାର କଲେ ଡିଏଫ୍‌ଓ

କେନ୍ଦୁଝର,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଏକ ସିସିଟିଭି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ଏହାକୁ ନେଇ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହା କେଉଁ ସ୍ଥାନର ଫଟୋ ସଠିକ ଜଣାପଡୁ ନ ଥିବା ବେଳେ ଏଭଳି ଘଟଣାକୁ ଡିଏଫଓ, କେନ୍ଦୁଝର ଧନରାଜ ଏଚ.ଡି ଅସ୍ବୀକାର କରଛନ୍ତି।
ପ୍ରକାଶ ଯେ, ପାଟଣା ରେଞ୍ଜ ଅଞ୍ଚଳରେ ଗତମାସରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ବାଘ ଆକ୍ରମଣରେ ମୃତ୍ୟୁ ଘଟିଥିବା ନେଇ ପୋଲିସ ମାମଲା ରୁଜୁ କରିଥିଲା। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଡିଏଫ୍‌ଓ କହିଥିବା ବେଳେ ଘଟଗାଁ ଏସ୍‌ଡିପିଓ ଏହାକୁ ବାଘ ଆକ୍ରମଣ ଯୋଗୁ ମରିଥିବା ସୂଚନା ଦେଇଥିଲେ। ଉକ୍ତ ସମୟରେ ବନ ବିଭାଗ ପକ୍ଷରୁ ପାଟଣା ଅଞ୍ଚଳରେ ବାଘର ପାଦଚିହ୍ନ ବିଭିନ୍ନ ସ୍ଥାନରେ ମିଳିବା ପରେ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ଅଦ୍ୟାବଧି କୌଣସି ବାଘର ଚିତ୍ର ସିସିଟିଭିରେ କଏଦ୍‌ ହୋଇ ନ ଥିବା ବେଳେ ବର୍ତ୍ତମାନ ଘଟଗାଁ ରେଞ୍ଜ ଅଟେଇ ଅଞ୍ଚଳରେ ବାଘ ବୁଲୁଥିବା ଏକ ସିସିଟିଭି ଚିତ୍ର ସାମ୍ନାକୁ ଆସିଛି।
ବାଘର ବୟସ ପାଖାପାଖି ୨/୩ ବର୍ଷ ହେବ ବୋଲି କୁହାଯାଉଛି। ଏହି ବାଘଟି ଶିମିଳିପାଳ ଅଞ୍ଚଳରୁ ସାତକୋଶିଆ ଦେଇ କେନ୍ଦୁଝର ପାଟଣା ଓ ଘଟଗାଁ ରେଞ୍ଜ ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଚାଲିଆସୁଥିବା କୁହାଯାଉଛି। ତେବେ ଏହି ଘଟଣାକୁ ନେଇ ବନ ବିଭାଗ ସୋମବାର ଜଣେ ମହିଳାଙ୍କ ସମେତ ୨ ଜଣ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ମିଶାଇ ତିନି ଜଣଙ୍କୁ ଘଟଗାଁ ରେଞ୍ଜକୁ ବଦଳି କରିଥିବା ଜଣାପଡିଛି ା ସେମାନେ ହେଲେ ପୂର୍ଣଚନ୍ଦ୍ର ମହାନ୍ତ, ମଧୂସ୍ମିତା ଦୋରା ଓ ଖଗେଶ୍ୱର ରାଉତ।ସେମାନଙ୍କ ମଧ୍ୟରୁ ପୂର୍ଣଚନ୍ଦ୍ର ମହାନ୍ତଙ୍କୁ ସ୍ବତନ୍ତ୍ର ଡ୍ୟୁଟିରେ ବାଘର ଗତିବିଧି ନୀରିକ୍ଷଣ ପାଇଁ ବଦଳି କରାଯାଇଛି। ଅନ୍ୟପକ୍ଷରେ ବାଘ ଚଳପ୍ରଚଳକୁ ନେଇ ଜଙ୍ଗଲ ମଧ୍ୟରେ ରାସ୍ତାରେ ପୋଲିସ ବାରିକେଡ୍‌ ଲଗାଇ ଲୋକଙ୍କ ଯାତାୟତ ଉପରେ କଟକଣା ଲଗାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri