ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩।୭(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଗତ ଦୁଇଦିନ ହେଲା ବାଘ ଆତଙ୍କ ଦେଖାଯାଇଛି। ବାଘକୁ କେହି ଦେଖି ନ ଥିଲେ ମଧ୍ୟ ବନାଞ୍ଚଳ ଅନ୍ତର୍ଗତ ଆଡିଗୁଡ଼ି ଗ୍ରାମ ନିକଟ ସିଆଙ୍ଗାଉଜୁ ପାହାଡ଼ରେ ଶନିବାର ଏକ ବାଛୁରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମରି ପଡ଼ିଥିବା ଏବଂ ନିକଟସ୍ଥ ବୁଦାରେ ଶଦ୍ଦ ଶୁଣି ଭୟରେ ସେଠାରୁ ପଳାଇ ଆସିଥିବା ଉକ୍ତ ଅଞ୍ଚଳର ଟିଙ୍ଗା ମୁଠାମାଝି କହିଛନ୍ତି। ଟିଙ୍ଗା ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଏପରି ଘଟଣା ଦେଖି ଅଞ୍ଚଳରେ ବାଘ ଥିବା ସନ୍ଦେହ କରୁଥିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ଲଳିତମୋହନ ନାୟକଙ୍କୁ କହିଥିଲେ ା ବନ ବିଭାଗ ପକ୍ଷରୁ ରବିବାର ଏବଂ ସୋମବାର ଉକ୍ତ ଅଞ୍ଚଳରେ ତଦନ୍ତ କରାଯାଇଛି। ତେବେ ବାଛୁରି ମୃତଦେହ ପଡିଛି ବୋଲି କୁହାଯାଉଥିବା ସ୍ଥାନକୁ ଯିବାପାଇଁ ବନ କର୍ମଚାରୀମାନେ ଭୟ କରୁଛନ୍ତି। ଉକ୍ତ ସ୍ଥାନଟି ଘଞ୍ଚ ଜଙ୍ଗଲ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ସେଠାକୁ ପହଞ୍ଚି ପାରି ନ ଥିବା ବନାଞ୍ଚଳ ଅଧିକାରୀ ନାୟକ କହିଛନ୍ତି। ତଥାପି ଖୁବ୍ଶୀଘ୍ର ସେଠାରୁ ପାଦଚିହ୍ନ ଚିହ୍ନଟ କରାଯିବ ବୋଲି ସେ କହିଛନ୍ତି। ଉକ୍ତ ଅଞ୍ଚଳରେ ଚିତ୍ତା ବାଘ ଥିବା ବନ ବିଭାଗ ଅନୁମାନ କରିଛି ା ବାଘକୁ ନେଇ ଆଡିଗୁଡ଼ି ଗ୍ରାମବାସୀ ଭୟଭୀତ ଥିବାରୁ ସେମାନଙ୍କୁ ସୋଲାର ଲାଇଟ ଯୋଗାଇ ଦିଆଯିବା ସହ ବନ ବିଭାଗ କର୍ମଚାରୀ ବାରମ୍ବାର ଗ୍ରାମକୁ ଯାଇ ଲୋକେ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସରେ ଉକ୍ତ ବନାଞ୍ଚଳର ଉଲିପଦର ହଷ୍ଟେଲ ଭିତରକୁ ବାଘ ପଶି ଆସିଥିବା ଆତଙ୍କ ସୃଷ୍ଟି ହୋଇଥିଲା। ଏବେ ସୁଦ୍ଧା ବନ ବିଭାଗ ପକ୍ଷରୁ ତାହା ବାଘ କିମ୍ବା ଅନ୍ୟ କୌଣସି ହଂସ୍ରଜନ୍ତୁ ସ୍ପଷ୍ଟ କରାଯାଇନାହିଁ। ବାଘ ଆତଙ୍କ ଯୋଗୁ ଜଙ୍ଗଲକୁ ଯାଇପାରୁ ନ ଥିବା ବେଳେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନ ଥିବା ଗ୍ରାମବାସୀ କହିଛନ୍ତି।
ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି
ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...
୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ
ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...
ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...
ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…
ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...
ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ
ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...
ଅଭିନବ ଉପାୟରେ ଠକେଇ, ଫୋନ୍ପେରେ ଡେମୋ ଦେଖାଇଲେ…
ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...
ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର
ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...
Archives


