Odisha Elections 2024

ଅଗଷ୍ଟ ୨୧ରେ ‘ଏଇ ରାଖୀ ତୋ ରକ୍ଷାକବଚ’

ଭୁବନେଶ୍ୱର,୧୨।୮:ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଜୀ ସାର୍ଥକର ‘ଜୀ ସାର୍ଥକ ଫିଲ୍ମସ’ରେ ରାଖୀ ପୂର୍ଣ୍ଣିମା ଅବସରରେ ନୂଆ ସିନେମା ‘ଏଇ ରାଖୀ ତୋ ରକ୍ଷା କବଚ’ ର ପୋଷ୍ଟର ଓ ଅଡିଓ ରିଲିଜ ହୋଇଯାଇଛି। ଉକ୍ତ ଚଳଚ୍ଚିତ୍ରରେ ଭାଇ-ଭଉଣୀର ସମ୍ପର୍କକୁ ଏକ ସୁନ୍ଦର ରୂପରେ ଅବତାରଣା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ ହୋଇଛି। ଉକ୍ତ ଚଳଚ୍ଚିତ୍ର ଆସନ୍ତା ଅଗଷ୍ଟ ୨୧ ରବିବାର ସନ୍ଧ୍ୟା ୬ଟା୩୦ରେ ଜୀ ସାର୍ଥକରେ ପ୍ରସାରିତ ହେବ। ଏଥିରେ କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜନା ଦେଇଥିବା ବେଳେ ଲିପ୍ସା ମିଶ୍ର ସହ ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି। ସେହିଭଳି ଗିମିକ ମାଷ୍ଟର ସଞ୍ଜୟ ନାୟକ ଉକ୍ତ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ରାଖୀକୁ ନେଇ ସଞ୍ଜୟ ସୁପରହିଟ୍‌ ‘ରାଖୀ ବାନ୍ଧିଲି ମୋ ରଖିବ ମାନ’ ଭଳି ଫିଲ୍ମ ନିର୍ମାଣ କରିଥିଲେ, ଯେଉଁଥିରେ ସ୍ବର୍ଗତ ମିହିର ଦାସଙ୍କ ସହ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏହି ଚଳଚ୍ଚିତ୍ରରେ ଗିମିକ ମାଷ୍ଟର ସଞ୍ଜୟ କ’ଣ ନୂଆ କରିବାକୁ ଯାଉଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରର ଗୀତଗୁଡି଼କ ବହୁ ସୁମଧୁର ହୋଇଥିବାରୁ ଦର୍ଶକମାନେ ପସନ୍ଦ କରିବେ। ରାଖୀକୁ ନେଇ ଅନେକ ଓଡ଼ିଆ ଚଳଚ୍ଚିତ୍ର ପରଦାକୁ ଆସିଛି। କିନ୍ତୁ ଗତ କିଛି ବର୍ଷ ହେବ ରାଖୀକୁ ବଡ଼ପରଦାରେ ଦେଖିବାକୁ ମିଳି ନ ଥିଲା। ଅନେକ ଦିନ ପରେ ରାଖୀକୁ ନେଇ ଓଡ଼ିଆ ସିନେମା ନିର୍ମାଣ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

ଆସିପାରିଲାନି ଆମ୍ବୁଲାନ୍ସ: ଆଖିବୁଜିଲେ ପ୍ରସୂତି, ନବଜାତ ଗୁରୁତର

ଦଶପଲ୍ଲା,୨୬ା୫: ନୟାଗଡ଼ ଜିଲା ଦଶପଲ୍ଲାର ବାଣୀଗୋଚ୍ଛା ଥାନା କଣପାଜୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ବାତ୍ୟା ‘ରେମାଲ’ ଭୟ, କୂଳରେ ହାଇଆଲର୍ଟ

ଭୋଗରାଇ, ୨୬।୫(ପ୍ରଦୀପ ଦାସ):ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri