Posted inଖେଳ

ଫାଇନାଲରେ ରାଜସ୍ଥାନ-ଗୁଜରାଟ

ଅହମଦାବାଦ,୨୮।୫: ସିନିୟର ଖେଳାଳିଙ୍କ ଦାୟିତ୍ୱହୀନ ପ୍ରଦର୍ଶନ ଯୋଗୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଭିଯାନ କ୍ୱାଲିଫାୟର-୨ରୁ ଶେଷ ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଜୋସ ବଟଲରଙ୍କ ଅପରାଜିତ ଶତକ ସହାୟତାରେ ରାଜସ୍ଥାନ ୭ ଉଇକେଟରେ ଆର୍‌ସିବିକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ରାଜସ୍ଥାନ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ରବିବାର ଅନୁଷ୍ଠିତ ହେବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ଏଲିମିନେଟର ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ କରିଥିବା ଆର୍‌ସିବି ଏଠାରେ ଶେଷ ୫ ଓଭରରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ରାଜସ୍ଥାନ ୧୮.୧ ଓଭରରେ ୩ ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରି ନେଇଥିଲା। କ୍ୱାଲିଫାୟର-୧ରେ ରାଜସ୍ଥାନକୁ ହରାଇ ଗୁଜରାଟ ଫାଇନାଲରେ ପ୍ରବେଶ କରିଥିଲା। ତେଣୁ ମେଗା ଫାଇନାଲ ଏହାର ରିମ୍ୟାଚ ସଦୃଶ ହେବ। ଆଇପିଏଲ୍‌ରେ ଗୁଜରାଟ ନୂଆ ଦଳ ହୋଇଥିବାବେଳେ ରାଜସ୍ଥାନ ପୂର୍ବରୁ ପ୍ରଥମ ସଂସ୍କରଣ ୨୦୦୮ରେ ଚାମ୍ପିୟନ ହୋଇଥିଲା। ତେଣୁ ଲିଗ୍‌ ଇତିହାସରେ ରାଜସ୍ଥାନ ଦ୍ୱିତୀୟ ଥରପାଇଁ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ୨୦୧୦ ଓ ୨୦୧୫ ପରି ଏଥର ମଧ୍ୟ ଆରସିବି ତୃତୀୟ ଥରପାଇଁ ତୃତୀୟସ୍ଥାନରେ ସନ୍ତୁଷ୍ଟ ରହିଛି। ୨୦୦୯, ୨୦୧୧ ଓ ୨୦୧୬ରେ ଦଳ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଏଥର ନେତୃତ୍ୱରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେହି ପ୍ରଦର୍ଶନକୁ ଦୋହରାଇ ପାରିନାହିଁ।

କ୍ୱାଲିଫାୟର-୨ ପରି ବଡ଼ ମ୍ୟାଚରେ ଶତକ ହାସଲ କରି ଦକ୍ଷତା ଦେଖାଇଥିଲେ ରାଜସ୍ଥାନର ତାରକା ବ୍ୟାଟର ଜୋସ ବଟଲର। ସେ ୬୦ ବଲ୍‌ରୁ ୧୦ ଚୌକା ଓ ୬ ଛକା ସହାୟତାରେ ୧୦୬ ରନ କରି ଅପରାଜିତ ରହିଥିଲେ। ଯୁବ ଓପନର ଯଶସ୍ବି ଜୟସ୍ବାଲ ୧୩ ବଲ୍‌ରୁ ୨୧ (୧ ଚୌକା, ୨ ଛକା) ଏବଂ ଅଧିନାୟକ ସଞ୍ଜୁ ସାମସନ ୨୧ ବଲ୍‌ରୁ ୨୩ (୧ ଚୌକା, ୨ ଛକା) ରନ କରିଥିଲେ। ଆରସିବି ପକ୍ଷରୁ ଜୋଶ୍‌ ହାଜେଲଉଡ୍‌ ୨ଟି ଓ ଓ୍ବାନିନ୍ଦୁ ହସରଙ୍ଗା ଗୋଟିଏ ଉଇକେଟ ନେଇଥିଲେ।

ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆର୍‌ସିବିର ବ୍ୟାଟିଂ କିମ୍ବା ବୋଲିଂ କିଛି ବି କାମ ଦେଇ ନ ଥିଲା। ଏଲିମିନେଟର ମ୍ୟାଚ୍‌ରେ ଶତକ ହାସଲ କରିଥିବା କେବଳ ରଜତ ପଟିଦାରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି ରାଜସ୍ଥାନ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ଟସ୍‌ ହାରି ଦଳ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବାବେଳେ ବଡ଼ ମ୍ୟାଚ୍‌ରେ ନିରାଶ କରିଥିଲେ ବିରାଟ କୋହଲି। ସେ ମାତ୍ର ୭ ରନ୍‌ କରି ଦଳର ପରାଜୟ ପର୍ବ ଆରମ୍ଭ କରିଥିଲେ। ଅଧିନାୟକ ଫାଫ୍‌ ଡୁ’ପ୍ଲେସି ୨୭ ବଲ୍‌ରୁ ୨୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ରଜତ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ କ୍ରିଜ୍‌ରେ ଥିବା ସମୟରେ ଆର୍‌ସିବି ବଡ଼ ସ୍କୋର କରିବା ସମ୍ଭାବନା ସୃଷ୍ଟି ହୋଇଥିଲା। ମାତ୍ର ସଞ୍ଜୁ ସାମ୍‌ସନଙ୍କ ଚତୁର ଅଧିନାୟକତ୍ୱ ଆଗରେ ଆର୍‌ସିବି ହାର ମାନିଥିଲା। ବିପଜ୍ଜନକ ମ୍ୟାକ୍ସଓ୍ବେଲ କ୍ରିଜ୍‌ରେ ସେଟ୍‌ ହୋଇ ଆସୁଥିବା ଦେଖି ସେ ୧୪ତମ ଓଭରରେ ଟ୍ରେଣ୍ଟ ବୋଲ୍ଟଙ୍କୁ ବୋଲିଂ ଭାର ଦେଇ ସଫଳ ହୋଇଥିଲେ। ମ୍ୟାକ୍ସଓ୍ବେଲ ୧୩ ବଲ୍‌ରୁ ୧ ଚୌକା ଓ ୨ ଛକା ସହାୟତାରେ ୨୪ ରନ୍‌ କରି ଆଉଟ ହେବା ଇନିଂସ୍‌ର ଟର୍ନିଂ ପଏଣ୍ଟ ଥିଲା। ପଟିଦାର ୪୨ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୫୮ ରନ୍‌ କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ। ଦୀନେଶ କାର୍ତ୍ତିକଙ୍କ ସମେତ ଟେଲ୍‌ ଏଣ୍ଡରଙ୍କ ବିପର୍ଯ୍ୟୟ ଆର୍‌ସିବିକୁ ବହୁତ କ୍ଷତି ପହଞ୍ଚାଇଥିଲା। ଶେଷ ୫ ଓଭରରେ ଏହି ଦଳ ମାତ୍ର ୩୪ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଏବଂ ୫ ଉଇକେଟ ହରାଇଥିଲା। ମହୀପାଲ ଲୋମରୋର ୮, କାର୍ତ୍ତିକ ୬ ଓ ହର୍ଷଲ ପଟେଲ ୧ ରନ୍‌ କରିପାରିଥିବାବେଳେ ଓ୍ବାନିନ୍ଦୁ ହସରଙ୍ଗା ଖାତା ଖୋଲିପାରି ନ ଥିଲେ। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଡ ମ୍ୟାକକୟ ୩ଟି ଲେଖାଏ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

ଟିମ୍‌ ଇଣ୍ଡିଆରୁ କେ ଏଲ୍‌ ରାହୁଲ କାହିଁକି ପଡ଼ିଲେ ବାଦ୍‌? ଜାଣନ୍ତୁ ୫ କାରଣ…

ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି।...

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ୍‌,୩୦।୪: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି। ଆଫ୍ରିକା ଆଡେନ୍‌ ମାର୍କ୍ରାମଙ୍କୁ ଅଧିନାୟକ କରିଛି। ଆଜିକାଲି ମାର୍କାମ ଆଇପିଏଲ ୨୦୨୪ ରେ...

ବେବି ଆସିବେ…ଭାଇରାଲ ହେଲା ସାକ୍ଷିଙ୍କ ଇନଷ୍ଟା ଷ୍ଟୋରୀ

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ସେହି ମ୍ୟାଚ ସମୟରେ ଏମଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri