ଗୋପାଳପୁର-ରାୟଗଡ଼ା ନୂଆ ରେଳଲାଇନ୍‌ ଦାବି, ଆଲାଇନ୍‌ମେଣ୍ଟ ନକ୍ସାର ପୁନଃ ଅନୁଧ୍ୟାନ କରି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତୀକ୍ଷିତ ଗୋପାଳପୁର-ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ତୃତୀୟ ପାଳି ପାଇଁ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଆସିବା ପରେ ଗଞ୍ଜାମ ଜିଲା ଚିକିଟି ନିକଟ ବାହୁଦା ନଦୀ ମୁହାଣରେ ପ୍ରସ୍ତାବିତ ବୃହତ ବନ୍ଦର ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ବାହୁଦା ବନ୍ଦର ସହ ଗୋପାଳପୁର ବନ୍ଦର ଏବଂ ଦକ୍ଷିଣ ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନାର ଖଣିଜ ସମୃଦ୍ଧ ଅଞ୍ଚଳରେ ନୂତନ ରେଳ ଲାଇନ ନିର୍ମାଣ କରାଯିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ସମିତି ପକ୍ଷରୁ ଦାବି କରାଯାଇଛି। ଗତ ୨୦୧୦ରେ ଏହି ଆଲାଇନ୍‌ମେଣ୍ଟ୍‌ରେ ସର୍ଭେ କରାଯାଇ ଗୋପାଳପୁରଠାରୁ ରାୟଗଡ଼ାର ଦୂରତା ୨୦୭ କିମି ଆକଳନ କରାଯାଇଥିଲା। ଏବେ ପୁଣି ଏହାକୁ ଦାୟିତ୍ୱରେ ଥିବା କେତେକ ଆନ୍ଧ୍ର ଅଧିକାରୀ ଓଡ଼ିଶା ପ୍ରତି ଅସହିଷ୍ଣୁ ମନୋଭାବ ପ୍ରଦର୍ଶନ ପୂର୍ବକ ଏହି ପ୍ରସ୍ତାବିତ ରେଳ ଲାଇନର ଗତିପଥକୁ ବଙ୍କା ଟଙ୍କା କରି ୨୬୦ କିମି କରି ଦୂରତା ବଢାଇବା ଦ୍ବାରା ସିଙ୍ଗାପୁରରୁ ମାଲବାହୀ ଟ୍ରେନ୍‌ ବାହୁଦା ବା ଗୋପାଳପୁର ବନ୍ଦର ପରିବର୍ତ୍ତେ ବିଶାଖାପାଟଣା ଯିବ। ଫଳରେ ଗଞ୍ଜାମ, ମୋହନା, ପଦ୍ମପୁର ଓ ଗୁଡ଼ାରି ଅଞ୍ଚଳରେ ନିଯୁକ୍ତିର ସମ୍ଭାବନା କମିଯିବ।

ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଆଲାଇନ୍‌ମେଣ୍ଟକୁ କାର୍ଯ୍ୟକାରୀ କରି ଗୁଣପୁରରୁ ପଦ୍ମପୁରକୁ ମାତ୍ର ୨୦ କିମି ସଂଯୋଗ କରିଦେଲେ ଗୁଣପୁରରୁ ଥେରୁବାଲି ଯାଏ ଏହା ଆପେ ସଂଯୋଗ ହୋଇଯିବ। ଗୁଣପୁରରୁ ରାମନାଗୁଡ଼ା ଦେଇ ଥେରୁବାଲି ୭୮କିମିର ଆବଶ୍ୟକ ପଡ଼ିବ ନାହିଁ। ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ରେଳ ଲାଇନ ପ୍ରତିଯୋଗିତାମୂଳକ ଏବଂ ନିରବଚ୍ଛିନ୍ନ ମାଲ ପରିବହନ ନିଶ୍ଚିତ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଗୋପାଳପୁର – ରାୟଗଡ଼ା ନୂତନ ରେଳପଥ ନିମନ୍ତେ ଚୂଡ଼ାନ୍ତ ଆଲାଇନ୍‌ମେଣ୍ଟ ପାଇଁ ସର୍ଭେ କାର୍ଯ୍ୟ ଚଳାଇଛନ୍ତି।ଏହା ଦ୍ବାରା ଏକ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ସର୍ଭେ କରାଯାଉଥିବା ରେଳ ଲାଇନ୍‌ଟି ଅଧିକ ଦୂରତା, ବଙ୍କା ଏବଂ ଏଥିରେ ଅନେକ ସୁଡ଼ଙ୍ଗ ସ୍ଥାନ ପାଇଛି। ଯାହା ଫଳରେ ପ୍ରକଳ୍ପର ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି ପାଇବାର ଆଶଙ୍କା ରହିଛି । ପୁଞ୍ଜି ବ୍ୟୟ ବୃଦ୍ଧି ଯୋଗୁ ଏହି ରେଳ ଲାଇନ ଦୀର୍ଘକାଳୀନ ଆର୍ଥିକ ବ୍ୟବହାର୍ଯ୍ୟତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏହି ଦୀର୍ଘ ରେଳପଥ ରାୟଗଡ଼ା ଅଞ୍ଚଳକୁ ସେବା ଯୋଗାଉଥିବା ଅନ୍ୟାନ୍ୟ ମାଲ ପରିବହନ କରିଡର ତୁଳନାରେ ଏହି ରୁଟ୍‌କୁ କମ୍‌ ପ୍ରତିଯୋଗିତାମୂଳକ କରିବ।

ରାଜ୍ୟ ସରକାର, ରେଳବାଇ କର୍ତ୍ତୃପକ୍ଷ ପ୍ରସ୍ତାବିତ ବାହୁଦା ବନ୍ଦରର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ରେଳ ଲାଇନ୍‌ ଆଲାଇନ୍‌ମେଣ୍ଟର ପୁନଃ ସର୍ଭେ ଓ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ସର୍ଦାପୁର-ରାମନାଗୁଡ଼ା,ବାଙ୍କିଲି କରିଡର ଅନୁଯାୟୀ ସର୍ଦାପୁରରୁ ଏହି ପ୍ରସ୍ତାବିତ ରେଳ ଲାଇନକୁ ପଦ୍ମପୁର ଏବଂ ଗୁଡ଼ାରୀ ମଧ୍ୟ ଦେଇ ରାମନାଗୁଡ଼ା କିମ୍ବା ବାଙ୍କିଲିକୁ ସଂଯୋଗ କରାଗଲେ ଏହା କମ ଦୂରତା ବିଶିଷ୍ଟ ଏବଂ ସିଧା ରୁଟ୍‌ ହେବ। ଏଥିରେ ମୁଖ୍ୟତଃ ସରକାରୀ ଜମି ଅଧିଗ୍ରହଣ ହେବାକୁ ଥିବାରୁ ପ୍ରକଳ୍ପ ନିର୍ମାଣରେ ଜମି ଅଧିଗ୍ରହଣ ଖର୍ଚ୍ଚ ଏବଂ ସମୟ ହ୍ରାସ ହୋଇପାରିବ। ଏହା ଦ୍ବାରା ପଦ୍ମପୁର ଏବଂ ଗୁଡ଼ାରୀ ଅଞ୍ଚଳ ବାସିନ୍ଦା ଉପକୃତ ହୋଇପାରିବେ। ବାଙ୍କିଲିଠାରୁ ରାୟଗଡ଼ା ମାତ୍ର ୩୦ କିଲୋମିଟର ଦୂର। କିନ୍ତୁ ବର୍ତ୍ତମାନ ଆଲାଇନ୍‌ମେଣ୍ଟ ସର୍ଭେ ଅନୁଯାୟୀ ରେଳ ଲାଇନ ଦୁର୍ଗୀ ଦେଇ ଯାଉଥିବାରୁ ପ୍ରାୟ ୫୦ କିଲୋମିଟର ଅତିରିକ୍ତ ଦୂରତା ବୃଦ୍ଧି ପାଇବ। ଅଯଥା ଏହି ଦୂରତା ବୃଦ୍ଧି ଯୋଗୁ ବିଭାଗୀୟ ପରିଚାଳନା ଦକ୍ଷତା ଏବଂ ପ୍ରତିଯୋଗିତାମୂଳକତାକୁ ପ୍ରଭାବିତ କରିବ ବୋଲି ଜଣାପଡ଼ିଛି।
ଗଜପତି ଜିଲା ଚାନ୍ଦିପୁଟ ନିକଟରେ ଆବଶ୍ୟକ ସୁଡ଼ଙ୍ଗକୁ ଏଡ଼ାଇବା ପାଇଁ ରେଳ ଲାଇନକୁ ଚାନ୍ଦିପୁଟ ନିକଟସ୍ଥ ପାର୍ବତ୍ୟ ଉପତ୍ୟକା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ସହ ଦିଗପହଣ୍ଡି ସହରକୁ ସଂଯୋଗ କରାଯାଇପାରିବ। ଯାହାଫଳରେ ଏହି ଆଲାଇନ୍‌ମେଣ୍ଟରେ ପ୍ରସ୍ତାବିତ ସୁଡ଼ଙ୍ଗକୁ ଏଡାଇ ଦେବ ଏବଂ ରେଳ ଲାଇନ ନିର୍ମାଣ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିପାରିବ।

ବ୍ରହ୍ମପୁର ରେଳ ଷ୍ଟେଶନକୁ ବାଇପାସ କରି ଏହି ରେଳ ଲାଇନ ସିଧାସଳଖ ଚିକିଟି ନିକଟସ୍ଥ ପ୍ରସ୍ତାବିତ ବାହୁଦା ବନ୍ଦରକୁ ସଂଯୋଗ ହୋଇପାରିବ। ବ୍ରହ୍ମପୁର ରିଙ୍ଗ ରୋଡ୍‌ ଦେଇ ଲାଞ୍ଜିଆରୁ ହଳଦିଆପଦର ନିକଟରେ ଚେନ୍ନାଇ-ହାଓ୍ବଡ଼ା ମୁଖ୍ୟ ରେଳ ଲାଇନ୍‌ରେ ମିଶିବା ପାଇଁ ଏକ ବ୍ୟବହାର୍ଯ୍ୟ ରୁଟ ରହିଛି। ଫଳରେ ବ୍ରହ୍ମପୁର ରେଲଓ୍ବେ ଷ୍ଟେଶନରେ ଭିଡ଼କୁ ରୋକାଯାଇ ବାହୁଦା ବନ୍ଦରକୁ ମାଲ ପରିବହନ ସହଜ ହୋଇପାରିବ। ପ୍ରାରମ୍ଭିକ ସର୍ଭେରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ ଏହି ବିକଳ୍ପଗୁଡ଼ିକର ପୁନଃ ସମୀକ୍ଷା କରାଗଲେ ରାଷ୍ଟ୍ରୀୟ ସ୍ବାର୍ଥ ସାଧିତ ହେବା ସହ ଓଡ଼ିଶାର ବନ୍ଦର ଭିତ୍ତିଭୂମିକୁ ସହାୟତା ମିଳିବ ଏବଂ ନୂତନ ରେଳ ଲାଇନ୍‌ ଦ୍ୱାରା ଏହି ସବୁ ଅଞ୍ଚଳର ଅର୍ଥନୈତିକ ବିକାଶ ସାଙ୍ଗକୁ ବ୍ୟବସାୟିକ ସଫଳତା ବୃଦ୍ଧି ପାଇବ।
ତେଣୁ ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଲାଇନ୍‌ମେଣ୍ଟର ପୁନଃ ସର୍ଭେ ପରୀକ୍ଷଣ କରାଯିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ସମିତିର ସଭାପତି ତଥା ପୂର୍ବତନ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ଡ. ବାଳକୃଷ୍ଣ ପଣ୍ଡା ଏବଂ ଦିଗପହଣ୍ଡି ଅଞ୍ଚଳବାସୀଙ୍କ ସମେତ ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଜନସାଧାରଣ ପୂର୍ବତଟ ରେଲଓ୍ବେ ମୁଖ୍ୟ ପ୍ରବନ୍ଧକଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri