Posted inଜାତୀୟ

ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ଭାରତର ୯୫

ନୂଆଦିଲ୍ଲୀ,୨୬ା୪: ସାରା ବିଶ୍ୱରେ ଗ୍ରୀଷ୍ମଜନିତ ଉତ୍ତାପକୁ ନେଇ ଭାରତ ଏବେ କେନ୍ଦ୍ରସ୍ଥଳ ପାଲଟିଛି। କାରଣ ଭାରତର ଅଧିକାଂଶ ସହରରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ବହୁ ସହରର ଉତ୍ତାପ ୪୦ ଡିଗ୍ରୀ ଡେଇଁଛି। ସ୍ଥିତି ଏଭଳି ହୋଇଛି ଯେ, ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ଟି ସହର କେବଳ ଭାରତରେ ରହିଛି। ‘ ରିଅଲ ଟାଇମ୍‌ ଗ୍ଲୋବାଲ ଟେମ୍ପେରେଚର’ ର଼୍ୟାଙ୍କିଙ୍ଗ୍‌ ରିପୋର୍ଟ ଅନୁସାରେ ଉତ୍ତର ଭାରତଠାରୁ ଗାଙ୍ଗେୟ ଉପତ୍ୟକା ମଧ୍ୟରେ ଅଧିକାଂଶ ସହରର ତାପମାତ୍ରା ଏବେ ସୁଦ୍ଧା ୪୦ ଡିଗ୍ରୀ ଅତିକ୍ରମ କରିଥିଲାବେଳେ ବହୁ ସହରର ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଛି। କେବଳ ବଡ଼ ସହର ନୁହେଁ, ମଧ୍ୟମ ଏବଂ ଅପେକ୍ଷାକୃତ ଛୋଟ ସହରରେ ମଧ୍ୟ ଏଭଳି ସ୍ଥିତି ଦେଖାଯାଇଥିବାରୁ ଭାରତରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବହାର ଭୟାବହତା କିଭଳି ରହିବ ତାହାକୁ ନେଇ ଚିନ୍ତାପ୍ରକଟ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବା ସହରଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ତେଲଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ଛତିଶଗଡ଼ ଆଦି ରାଜ୍ୟର ସହର ରହିଛି। ଏଥର ‘ଏଲ୍‌-ନିନୋ’ ପ୍ରଭାବରେ ମୌସୁମୀ ସ୍ୱାଭାବିକ ହୋଇ ନ ପାରେ ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ମୌସୁମୀ ଭାରତ ଉପକୂଳ ଛୁଇଁବା ବିଳମ୍ୱ ହେବ ବୋଲି ଆକଳନ କରାଯାଉଥିବାବେଳେ ଶୁଷ୍କ ଆକାଶ ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଏହିସବୁ ରାଜ୍ୟର ବିଭିନ୍ନ ସହରକୁ ପ୍ରଭାବିତ କରିଥିବା କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ବିଭିନ୍ନ ସହରରେ ‘ୟେଲୋ ଓ୍ୱାର୍ନିଂ’ ଜାରି କରାଯାଇଛି। ଆଗକୁ ସ୍ଥିତି ଆହୁରି ଜଟିଳ ରୂପ ନେବା ଆଶଙ୍କା କରାଯାଇ ଏଥିପାଇଁ ବିହିତ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଛୋଟ ପିଲା,ବୟସ୍କ ବ୍ୟକ୍ତି ଏବଂ ବାହାରେ କାମ କରୁଥିବା ଶ୍ରମିକମାନଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପଡ଼ିବ ବୋଲି କୁହାଯାଇଛି। ବର୍ତ୍ତମାନ ଦେଶର ବିଭିନ୍ନ ସହରର ତାପମାତ୍ରା ଯେଭଳି ବଢ଼ିବାରେ ଲାଗିଛି ତାହା ଭାରତକୁ ବିଶ୍ୱର ସବୁଠାରୁ ଉତ୍ତପ୍ତ ଇଲାକା( ଗ୍ଲୋବାଲ ଏକ୍ସଟ୍ରିମ୍‌ ଟେମ୍ପେରେଚର) ର଼୍ୟାଙ୍କିଙ୍ଗ୍‌ରେ ସ୍ଥାନିତ କରିଛି।
ଦିଲ୍ଲୀରେ ହସ୍ପିଟାଲରେ ଖୋଲିଲା ‘ହିଟ୍‌ଷ୍ଟ୍ରୋକ୍‌ ୟୁନିଟ୍‌’
ଦେଶର ଉତ୍ତର ଭାଗ ସମେତ ଉତ୍ତର ପଶ୍ଚିମ, ପଶ୍ଚିମ ଏବଂ କେନ୍ଦ୍ରଭାଗର ବିଭିନ୍ନ ସହରର ତାପମାତ୍ରା ଅସହ୍ୟ ହେବାକୁ ଲାଗିଥିବାବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଏହାଛଡ଼ା ଏନ୍‌ସିଆର୍‌କୁ ଲାଗିଥିବା ଉତ୍ତରପ୍ରଦେଶର କିଛି ସହରର ତାପମାତ୍ରା ମଧ୍ୟ ଅସହ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ‘ହିଟ୍‌ ଷ୍ଟ୍ରୋକ୍‌ ୟୁନିଟ୍‌’ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?