ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସ-୨୦୨୬: LIVE ଅପ୍‌ଡେଟ୍ସ

ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସ-୨୦୨୬ ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହେଉଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପ, ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପୁରସ୍କାର ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟବସାୟ ନେତା ଏବଂ ବୃତ୍ତିଗତଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିବ। ପ୍ରତିବର୍ଷ ଆୟୋଜିତ ହେଉଥିବା ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସ-୨୦୨୬ର ଲକ୍ଷ୍ୟ ହେଉଛି ବ୍ୟବସାୟ ଏବଂ ଉଦ୍ୟୋଗିତାରେ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରିବା, ଓଡ଼ିଶାରେ ନବସୃଜନ, ନେତୃତ୍ୱ ଏବଂ ପ୍ରଭାବର ଭାବନାକୁ ପାଳନ କରିବା।

ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ(ମୁଖ୍ୟବକ୍ତା) ବିଜନେସ୍‌ ଏମିନେନ୍ସ ଆୱାର୍ଡ୍ସ-୨୦୨୬ରେ ପହଞ୍ଚିଛନ୍ତି। ଉଦ୍ୟୋଗୀତା ଉତ୍ସବକୁ ପ୍ରୋତ୍ସାହିତ ଏବଂ ପୁରସ୍କାର ବିଜେତାଙ୍କୁ ଉତ୍ସାହିତ କରିବା ପାଇଁ ସ୍ବାଇଁ ପହଞ୍ଚିଛନ୍ତି।

ବିଜନେସ୍‌ ଏମିନେନ୍ସ ଆୱାର୍ଡ୍ସ-୨୦୨୬ରେ  ପ୍ରତିଷ୍ଠିତ ବ୍ୟବସାୟୀମାନେ ପହଞ୍ଚିଛନ୍ତି। ଏଥିସହିତ ଧରିତ୍ରୀ ତଥା ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ, ସିଇଓ ଆଦ୍ୟାଶା ସତପଥୀ ଅତିଥିମାନଙ୍କୁ ସ୍ବାଗତ କରିଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜନେସ୍‌ ଏମିନେନ୍ସ ଆୱାର୍ଡ୍ସ-୨୦୨୬ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ଏହି ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିବା ଉଦ୍ୟୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ଉତ୍ସାହିତ କରିବା ସହ ପୁରସ୍କୃତ ମଧ୍ୟ କରିବେ।

ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ପ୍ରଦାନ କରିଛନ୍ତି। ସେ ବିଜନେନ୍ସ ଏମିନେନ୍ସ ଆୱାର୍ଡ୍ସ ପଛର ଦୃଷ୍ଟିକୋଣ, ନବସୃଜନ ଏବଂ ଉତ୍କର୍ଷତା ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ୨୦୨୧ କୋଭିଡ ସମୟରେ ଆମେ ବିଜନେନ୍ସ ଏମିନେନ୍ସ ଆୱାର୍ଡ୍ସ ଆରମ୍ଭ କରିଥିଲୁ, ଯାହାର ଲକ୍ଷ୍ୟ ହେଉଛି ରିସ୍କ ନେଉଥିବା, ସୁଯୋଗ ଦେବା ଏବଂ ଅନେକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଥିବା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା

କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶାର ପରିବର୍ତ୍ତିତ ବ୍ୟବସାୟିକ ଦୃଶ୍ୟପଟ ଏବଂ ନୂଆ ଯୁଗର ଉଦ୍ୟୋଗୀଙ୍କ ଉତ୍ଥାନ ଉପରେ ଆଲୋକପାତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଅଭିଭାଷଣ ରଖିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଏହି ପୁରସ୍କାର ସଫଳତାର ଉତ୍ସବ ନୁହେଁ ଏହା ହେଉଛି ସାହସ, ସଂଘର୍ଷ ଓ ଆତ୍ମବିଶ୍ୱାସର, ନିଷ୍ଠା ଓ ଉଦ୍ୟେୀଗୀ ମନୋଭାବର ବଡ଼ ସମ୍ମାନ।

ଶେଷରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ  ସମୟ ବାହାର କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତି ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ସମସ୍ତ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଓଡ଼ିଶାର ଅଭିବୃଦ୍ଧିରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ! ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ, ଏହି କାରଣକୁ ନେଇ….

ବଲାଙ୍ଗୀର,୨୪।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ମାଝିପଡାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି…

ଦିବ୍ୟାଙ୍ଗ ସ୍ବାମୀଙ୍କୁ କାନ୍ଧରେ ବସାଇ ୧୮୦ କିଲୋମିଟର ଚାଲିଲେ ସ୍ତ୍ରୀ: ପ୍ରେମ-ବିଶ୍ୱାସର ଅନନ୍ୟ ଉଦାହରଣ

ଲକ୍ଷ୍ନୌ,୨୪।୭: କାଉଡି ଯାତ୍ରାକୁ କେବଳ ଧାର୍ମିକ ବିଶ୍ୱାସର ପର୍ବ ଭାବରେ ବର୍ଣ୍ଣନା କରାଯାଏ। ଏହି ତୀର୍ଥଯାତ୍ରା ବିଶ୍ୱାସ, ତ୍ୟାଗ, ଧର୍ଯ୍ୟ ଏବଂ ମାନବୀୟ ସମ୍ପର୍କର ଗଭୀରତାକୁ ମଧ୍ୟ…

ନଇଁଲେ ମୋଦି ସରକାର! ଅଧରାତିରେ କାହିଁକି କଲେ ଭିଡିଓ, କଣ ରହିଛି ବଡ଼ ଚାଲ୍ ଜାଣନ୍ତୁ

ନୂଆଦିଲ୍ଲୀ,୨୪।୭: ୨୩ ଜୁଲାଇ, ୨୦୨୬ ରାତି ୧୧:୫୨ ସମୟରେ… NEET ପେପର୍ ଲିକ୍ ବିରୋଧରେ CJP ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିଲା। ସେହି ମୁହୂର୍ତ୍ତରେ, ପ୍ରଧାନମନ୍ତ୍ରୀ…

ମେଡିକାଲରେ ପଶି ଭଙ୍ଗାରୁଜା, ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବରୁ ରହିଛି ଏସବୁ କେସ୍‌…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବଡ଼ ବଜାରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଅସାମାଜିକ ଯୁବକ ମେଡିକାଲ ଭିତରେ ପଶି ମେଡିକାଲ ଅଫିସର ଏବଂ ଆୟୁଷ ଡାକ୍ତରଙ୍କ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନା ନାହିଁ? ଜାଣନ୍ତୁ ସୋନମ ଓ୍ବାଙ୍ଗଚୁକଙ୍କୁ କ’ଣ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ ବିରୋଧରେ ଅନଶନରେ ବସିଥିବା କର୍ମୀ ସୋନମ ୱାଙ୍ଗଚୁକ ଗୁରୁବାର ରାତିରେ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା…

ଅମିତ ଶାହାଙ୍କ ବୈଠକ, ନଡ୍ଡାଙ୍କ ଚିଠି, ସୋନମଙ୍କ ପତ୍ନୀଙ୍କୁ ଫୋନ…, ଜାଣନ୍ତୁ ୱାଙ୍ଗଚୁକଙ୍କ ଅନଶନ ଶେଷ ପଛର ଇନସାଇଡ଼ ଷ୍ଟୋରୀ

ନୂଆଦିଲ୍ଲୀ,୨୪।୭: NEET ପେପର୍‌ ଲିକ ମାମଲାକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଙ୍କ ପ୍ରତିବାଦ ଏବଂ ୨୬ ଦିନ ଧରି ଅନଶନରେ ଥିବା ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ…

ପ୍ରଥମଥର ପୁରୁଷୋତ୍ତମପୁର ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନ୍‌କାଉଣ୍ଟର

ପୁରୁଷୋତ୍ତମପୁର,୨୪।୭(ସବିତା ମିଶ୍ର): ଗଞ୍ଜାମ ଜିଲାରେ ପୁଣି ଏନକାଉଣ୍ଟର । ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ପ୍ରଥମଥର ଏନକାଉଣ୍ଟର କରାଯାଇଥିଲା । ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ…

୫ ଦିନରେ ଏତେ କୋଟି କ୍ଷତି, CJP ଧାରଣା ଶେଷ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀରେ ଚାଲିଥିବା ବଡ଼ ଧରଣର ପ୍ରତିବାଦ ଏବଂ ପ୍ରଦର୍ଶନ ଯୋଗୁଁ ବାଣିଜ୍ୟ ଏବଂ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବା ସମ୍ପର୍କରେ ଚାମ୍ବର ଅଫ୍ ଟ୍ରେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri