ଲୋୟର ସୁକତେଲ ଡ୍ୟାମ୍‌ରୁ ସ୍ଥାୟୀ ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଲୋଇସିଂହା,୨୬ା୪(ସୁଶାନ୍ତ ବାରିକ): ବଲାଙ୍ଗୀର ସର୍କିଟ ହାଉସ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଲୋଇସିଂହା ଓ ଆଗଲପୁର ବ୍ଲକର ମିଳିତ କୃଷକ ସଂଘର୍ଷ ସମିତି ଏକ ପ୍ରତିନିଧି ଭେଟି ଲୋୟର ସୁକତେଲ ଡ୍ୟାମ୍‌ରୁ ଜଳସେଚନରୁ ବାଦ ପଡିଥିବା ଉଭୟ ବ୍ଲକର ୧୧ ପଞ୍ଚାୟତର ଚାଷଜମିକୁ ସ୍ଥାୟୀ ଜଳସେଚନ ପାଇଁ ଦାବିପତ୍ର ଦିଆଯାଇଛି। ଦାବିପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସାକ୍ଷାତ କରିଥିବା ପ୍ରତିିନିଧି ଦଳକୁ କହିଛନ୍ତି।

ଏହି ଅବସରରେ ଜିଲାର ୨ ଜଣ ମନ୍ତ୍ରୀ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଉପସ୍ଥିତ ଥିବା ମିଳିତ କୃଷକ ସଂଘର୍ଷର ସମିତିର ସଭାପତି ଯୁଧିଷ୍ଠିର ପଧାନ, ପୂର୍ବତନ ସଭାପତି ରତ୍ନାକର ମିଶ୍ର ଓ ସଦସ୍ୟ ଶ୍ୟାମସୁନ୍ଦର ମେହେର ଜଣାଇଛନ୍ତି। ଲୋଇସିଂହା ବ୍ଲକ ମାଗୁରବେଡ଼ାଠାରେ ସୁକତେଲ ନଦୀରେ ବଲାଙ୍ଗୀର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଡ୍ୟାମ୍‌ ବନ୍ଧାଯାଇଛି। ଚାଷଜମିକୁ ଜଳସେଚନ ଓ ପିଇବା ପାଣି ସଙ୍କଟ ଦୂର ଲକ୍ଷ୍ୟରେ ଏହି ଡ୍ୟାମ୍‌ ନିର୍ମାଣ ହୋଇଛି। ୨୦୦୦ରେ ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ବେଳେ ବାମପାର୍ଶ୍ୱ କେନାଲରେ ୫୫ ପ୍ରତିଶତ ଓ ଡାହାଣ ପାର୍ଶ୍ୱ କେନାଲରେ ୪୫ ପ୍ରତିଶତ ଜଳସେଚନ ପାଇଁ ସ୍ଥିରୀକୃତ ହୋଇଥିଲା। ସେତେବେଳେ ଖୋଲା କେନାଲର ପ୍ରସ୍ତାବ ରହିଥିଲା। ପରବର୍ତ୍ତୀ ସମୟରେ ଡିପିଆରକୁ ପରିବର୍ତ୍ତନ କରି ଚାପଯୁକ୍ତ ପାଇପ ଯୋଗେ ଜଳସେଚନ ପାଇଁ ପଦକ୍ଷେପ ନିଆଯାଇ ସବୁ କିଛି ଓଲଟପାଲଟ କରିଦିଆଗଲା। ବାମପାର୍ଶ୍ୱ କେନାଲ ଯଥା(ଲୋଇସିଂହା ଓ ଆଗଲପୁର ବ୍ଲକ ପଟ)କୁ ମୋଟ୍‌ ୪୦ ହଜାର ୧୩୫ ହେକ୍ଟର ଯଥା ୧୩୧୩୦.୫୮ ହେକ୍ଟର( ଯଥା ୩୨.୭୧୬%) ଜମିକୁ ଜଳ ସେଚନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ସେହିପରି ଡ୍ୟାମର ଡାହାଣ ପାର୍ଶ୍ୱରେ ୨୭ ହଜାର୪.୪୨ ହେକ୍ଟର( ୬୭.୨୮୪%) ଜମିକୁ ଜଳସେଚନ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

ଏହିକ୍ରମରେ ଭୂତଳ ଜଳସେଚନ ପାଇଁ ପାଇପ୍‌ଲାଇନ କାମ ମଧ୍ୟ ଜୋର୍‌ସୋରରେ ଚାଲିଛି। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପକୁ ତରବରିଆ ଭାବେ ଉଦ୍‌ଘାଟନ କରିଥିଲେ। ଦୁଃଖର ବିଷୟ ଉକ୍ତ ପ୍ରକଳ୍ପଟି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଲୋଇସିଂହା ବ୍ଲକରେ ନିର୍ମାଣ ହୋଇଛି। ପ୍ରକଳ୍ପ ଯୋଗୁ ଲୋଇସିଂହା ବ୍ଲକ ହଜାର ହଜାର ଅଧିବାସୀ ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇଛନ୍ତି। ତେବେ ବିଡମ୍ବନା ଯେ, ଡ୍ୟାମର ବାମପାର୍ଶ୍ୱରେ ଥିବା ଲୋଇସିଂହା ବ୍ଲକର ୬ ପଞ୍ଚାୟତ ଲୋଇସିଂହା, ବୁର୍ଡା, ବୁଢୀପଦର,ବାଦିବାହାଲ ଓ ହୀରାପୁର।

ସେହିପରି ଆଗଲପୁର ବ୍ଲକର ୫ଟି ପଞ୍ଚାୟତ ଯଥା ଝରଣୀପାଲି, ନୁନିଆପାଲି, ବଡଟୀକା,  ନଅଗାଁ(ଖ) ଓ ବେନ୍ଦ୍ରା ପଞ୍ଚାୟତ ଜଳସେଚନରୁ ବାଦ ପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ୨୦୨୪ ସଧାରଣ ନିର୍ବାଚନ ବେଳେ ବର୍ତ୍ତମାନର ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ନିର୍ବାଚନୀ ସଭାରେ  ଭାଜପା ସରକାର ଆସିଲେ ଡିପିଆର ସଂଶୋଧନ କରି ବାଦ ପଡିଥିବା ଅଞ୍ଚଳକୁ ପ୍ରକଳ୍ପକୁ ଜଳସେଚନ ପାଇଁ ପଦକ୍ଷେପ ନିଅଯିବାକୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ସମୟରେ ମିଳିତ କୃଷକ ସଂଘର୍ଷ ସମିତି ପକ୍ଷରୁ ସ୍ତାୟୀ ଜସେଚନ ଦାବି ନେଇ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଛି। ଲୋକଙ୍କ ସରକାର ତଥା ମୁଖ୍ୟମନ୍ତ୍ରୀ ଚାଷ ଓ ଚାଷୀଙ୍କ ପାଇଁ କାର୍ଯ୍ୟ କରୁଥିବା କହୁଛନ୍ତି। ଏବେ ମିଳିତ କୃଷକ ସଂଘର୍ଷର ଦାବିକୁ କେତେଦୂର କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri