Posted inଫୁରସତ

ଏତେ ତାରିଖ ଥାଇ ଜାନୁୟାରୀ ୧ରେ କାହିଁକି ପାଳନ କରାଯାଏ ନୂଆବର୍ଷ, ଜାଣନ୍ତୁ…

ଇଂରାଜୀ ନୂଆବର୍ଷ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି କିନ୍ତୁ କରୋନା ମହାମାରୀ ଲୋକଙ୍କ ଉତ୍ସବରେ ଏକପ୍ରକାର ବାଧା ସୃଷ୍ଟି କରିଛି। ତଥାପି ଲୋକମାନେ ନୂତନ ବର୍ଷକୁ ସ୍ବାଗତ କରିବାକୁ ପ୍ରସ୍ତୁତ। ୧ ଜାନୁୟାରୀ ୨୦୨୨କୁ ଅପେକ୍ଷା କରିଛନ୍ତି। ଅନେକ ଲୋକ ପୁରୁଣା ସ୍ମୃତି ଛାଡ଼ି ନୂତନ ବର୍ଷରେ ଏକ ନୂତନ ଆରମ୍ଭ କରିବାକୁ ଚାହାନ୍ତି। ବର୍ଷକ ୧୨ ମାସ। ଏହା ମଧ୍ୟରେ ଅନେକ ତାରିଖ ରହିଛି କିନ୍ତୁ ଜାନୁୟାରୀ ୧ରେ ଇଂରାଜୀ ନୂଆବର୍ଷ କାହିଁକି ପାଳନ କରାଯାଏ ଜାଣନ୍ତୁ ସେ ସମ୍ପର୍କରେ…

ପ୍ରକୃତରେ ପ୍ରଥମେ ନୂଆବର୍ଷ ଜାନୁୟାରୀ ୧ରେ ପାଳନ କରାଯାଇ ନ ଥିଲା। ୧୫ ଅକ୍ଟୋବର ୧୫୮୨ରେ ନୂଆବର୍ଷ ପାଳନ କରାଯାଇଥିଲା। ଏହାପୂର୍ବରୁ, ଲୋକମାନେ ୨୫ ମାର୍ଚ୍ଚରେ ଏବଂ ବେଳେବେଳେ ୨୫ ଡିସେମ୍ବରରେ ନୂଆବର୍ଷ ପାଳନ କରୁଥିଲେ।

ରୋମର ରାଜା ନୁମା ପମ୍ପିଲସ ରୋମାନ କ୍ୟାଲେଣ୍ଡରକୁ ବଦଳାଇଲେ, ଯାହା ପରେ ଜାନୁୟାରୀକୁ ବର୍ଷର ପ୍ରଥମ ମାସ ଭାବରେ ବିବେଚନା କରାଗଲା। ଏହା ପୂର୍ବରୁ ମାର୍ଚ୍ଚକୁ ବର୍ଷର ପ୍ରଥମ ମାସ କୁହାଯାଉଥିଲା। ମାର୍ଚ୍ଚ ଅନୁଯାୟୀ ମଙ୍ଗଳ ଗ୍ରହର ନାମକରଣ ବି କରାଯାଇଛି। ରୋମର ଲୋକମାନେ ମଙ୍ଗଳ ଗ୍ରହକୁ ଯୁଦ୍ଧର ଦେବତା ଭାବରେ ବିବେଚନା କରନ୍ତି। ସୃଷ୍ଟି ହୋଇଥିବା ପ୍ରଥମ କ୍ୟାଲେଣ୍ଡରର ମାତ୍ର ୧୦ ମାସ ଥିଲା। ଏହି ପରିପ୍ରେକ୍ଷୀରେ ଗୋଟିଏ ବର୍ଷରେ ୩୧୦ ଦିନ ଥିଲା ଏବଂ ୮ ଦିନକୁ ଏକ ସପ୍ତାହ ଭାବରେ ବିବେଚନା କରାଯାଉଥିଲା।

କୁହାଯାଏ, ରୋମାନ ଶାସକ ଜୁଲିୟସ ସିଜର କ୍ୟାଲେଣ୍ଡର ବଦଳାଇଲେ। ଜାନୁୟାରୀ ୧ରେ ସିଜର ହିଁ ନୂତନ ବର୍ଷ ଆରମ୍ଭ କରିଥିଲେ। ଜୁଲିୟସ କ୍ୟାଲେଣ୍ଡର ବଦଳାଇବା ପରେ ବର୍ଷକୁ ୧୨ ମାସ ବଢ଼ା ଯାଇଥିଲା। ଜୁଲିୟସ ସିଜର ଜ୍ୟୋତିର୍ବିଜ୍ଞାନୀଙ୍କ ସହ ସାକ୍ଷାତ କରିଥିଲେ, ଏହା ପରେ ଜଣାପଡ଼ିଥିଲା ଯେ, ପୃଥିବୀ ୩୬୫ ଦିନ ଏବଂ ୬ ଘଣ୍ଟା ମଧ୍ୟରେ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଛି। ଏହାକୁ ଦୃଷ୍ଟିରେ ରଖି ଜୁଲିୟସ କ୍ୟାଲେଣ୍ଡରରେ ବର୍ଷକୁ ୩୬୫ ଦିନ କରିଥିଲେ।

ପ୍ରୋପ ଗ୍ରେଗୋରୀ ୧୫୮୨ ମସିହାରେ ଲ୍ୟାପ ବର୍ଷ ବିଷୟରେ ଜୁଲିୟସ କ୍ୟାଲେଣ୍ଡରରେ ଏକ ଭୁଲ୍‌ ଆବିଷ୍କାର କରିଥିଲେ। ସେହି ସମୟର ପ୍ରସିଦ୍ଧ ଧର୍ମଗୁରୁ ସେଣ୍ଟ୍‌ ଓ୍ବିଡ୍‌ କହିଥିଲେ, ଗୋଟିଏ ବର୍ଷରେ ୩୬୫ ଦିନ,୫ଘଣ୍ଟା ୪୬ ସେକେଣ୍ଡ ଅଛି। ଏହା ପରେ ରୋମାନ କ୍ୟାଲେଣ୍ଡର ପରିବର୍ତ୍ତନ କରାଯାଇଥିଲା ଏବଂ ଏକ ନୂତନ କ୍ୟାଲେଣ୍ଡର ସୃଷ୍ଟି ହେଲା। ସେହି ଦିନଠାରୁ ଜାନୁୟାରୀ ୧ରେ ଇଂରାଜୀ ନୂତନ ବର୍ଷ ଭାବେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri