Posted inଖେଳ

ବର୍ନ୍ସ ବାଦ୍‌, ଓ୍ବାର୍ନର, ପୁକୋଭସ୍କି ସାମିଲ

ମେଲବୋର୍ନ, ୩୧।୧୨(ପି.ଟି.)- ଭାରତ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରୁ ଓପନର ଜୋ ବର୍ନ୍ସ ବାଦ୍‌ ପଡ଼ିଛନ୍ତି। ଡେଭିଡ ଓ୍ବାର୍ନର ଓ ଓ୍ବିଲ୍‌ ପୁକୋଭସ୍କି ଦଳରେ ସାମିଲ ହୋଇଛନ୍ତି। ପ୍ରଥମ ଦୁଇ ଟେଷ୍ଟର ୪ ଇନିଂସରେ ବନର୍‌ସ ଗୋଟିଏ ମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଯଥାକ୍ରମେ ୮, ୫୧, ୦ ଓ ୪ ରନ କରିଥିଲେ। ଅଷ୍ଟ୍ରେଲିଆ ଆଡିଲେଡ୍‌ରେ ବିଜୟୀ ହୋଇଥିଲେ ହେଁ ଭାରତ ମେଲବୋର୍ନରେ ଜିତିବାପରେ ସିରିଜ ୧-୧ ସ୍ଥିତିରେ ରହିଛି। ଉରୁସନ୍ଧିରେ ଆଘାତ ଯୋଗୁ ଓ୍ବାର୍ନର ପୂର୍ବ ୨ ଟେଷ୍ଟରେ ଖେଳିପାରି ନ ଥିଲେ। ଏବେ ଫିଟ୍‌ ହୋଇଥିବାରୁ ସଂଘର୍ଷ କରୁଥିବା ବର୍ନ୍ସଙ୍କ ସ୍ଥାନରେ ତାଙ୍କୁ ସାମିଲ କରିବାରେ କୌଣସି ଅସୁବିଧା ହୋଇ ନ ଥିଲା। ବନର୍‌ସଙ୍କୁ ଦଳରୁ ରିଲିଜ୍‌ କରାଯାଇଛି। ଏବେ ସେ ଘରୋଇ କ୍ରିକେଟରେ ବ୍ରିସବେନ୍‌ ହିଟ୍‌ ପାଇଁ ଉପଲବ୍ଧ ହେବେ ବୋଲି ଜାତୀୟ ଚୟନକର୍ତ୍ତା ଟ୍ରେଭର ହନ୍ସ ପ୍ରକାଶ କରିଛନ୍ତି। ଓ୍ବାର୍ନର, ପୁକୋଭସ୍କି ଏବଂ ସିଅନ ଆବୋଟ ଗୁରୁବାର ଦଳରେ ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ଆହତ ସମସ୍ୟାରୁ ଆବୋଟ ସମ୍ପୂର୍ଣ୍ଣ ମୁକୁଳିଛନ୍ତି। ଜାନୁୟାରୀ ୭ରୁ ତୃତୀୟ ଟେଷ୍ଟ ସିଡ୍‌ନୀରେ ଆରମ୍ଭ ହେବ। ଏହା ମଧ୍ୟରେ ଆହୁରି ୭ ଦିନ ସମୟ ଥିବାରୁ ଓ୍ବାର୍ନର ଓ ଆବୋଟ ତୃତୀୟ ଟେଷ୍ଟ ପାଇଁ ଉପଲବ୍ଧ ହୋଇପାରିବେ ବୋଲି ହନ୍ସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କନକସନରେ ପୀଡ଼ିତ ହୋଇଥିବା ପୁକୋଭସ୍କି ଏବେ ପ୍ଲେଇଂ ପ୍ରୋଟୋକଲର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛନ୍ତି। ତାଙ୍କ ଦେହରେ କୌଣସି ଲକ୍ଷଣ ନାହିଁ। ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି। ତେଣୁ ସେ ମଧ୍ୟ ଚୟନପାଇଁ ଉପଲବ୍ଧ ହେବା ଆଶା ରହିଛି ବୋଲି ହନ୍ସ କହିଛନ୍ତି।
ପରିବର୍ତ୍ତିତ ଅଷ୍ଟ୍ରେଲିଆ ଦଳ: ଟିମ୍‌ ପେନ୍‌ (ଅଧିନାୟକ), ସିଅନ ଆବୋଟ, ପ୍ୟାଟ୍‌ କୁମିନ୍ସ, କାମେରନ ଗ୍ରୀନ୍‌, ମାର୍ନସ ଲାବୁସ୍କାନ, ମାର୍କୁସ ହାରିସ, ଜୋଶ୍‌ ହାଜେଲ୍‌ଉଡ୍‌, ଟ୍ରାଭିସ ହେଡ୍‌, ମୋଇସେସ ହେନରିକ୍ସ, ନାଥାନ ଲିୟନ, ମିଚେଲ ନେସେର, ଜେମ୍ସ ପ୍ୟାଟିନସନ, ଓ୍ବିଲ୍‌ ପୁକୋଭସ୍କି, ଷ୍ଟିଭ୍‌ ସ୍ମିଥ, ମିଚେଲ ଷ୍ଟାର୍କ, ମିଚେଲ ସ୍ବେପସନ, ମାଥ୍ୟୁ ଓ୍ବାଡେ, ଡେଭିଡ ଓ୍ବାର୍ନର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri