ନିର୍ଣ୍ଣାୟକ ହେବେ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧ା୧୦: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ୯ ଝୁଲା ରାଜ୍ୟ ଉପରେ ନିର୍ଭର କରେ। ତେଣୁ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ଜୋ ବିଡେନଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣରେ ରାଜ୍ୟଗୁଡ଼ିକରେ ବସବାସ କରୁଥିବା ୧.୪ ନିୟୁତ ଭାରତୀୟ ବଂଶୋଦ୍ଭବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ‘ଦି ଅବ୍‌ଜର୍ଭର ରିସର୍ଚ୍ଚ ଫାଉଣ୍ଡେଶନ’ (ଓଆର୍‌ଏଫ୍‌) ପକ୍ଷରୁ ଜାରି ଏକ ସଦ୍ୟ ରିପୋର୍ଟରୁ ଏହି ବିଷୟ ଜଣାପଡ଼ିଛି।
‘ୟୁଏସ୍‌ ଇଲେକ୍ସନ ୨୦୨୦: ଦି ବ୍ୟାଟେଲଗ୍ରାଉଣ୍ଡ ଷ୍ଟେଟ୍ସ’ ଶୀର୍ଷକ ରିପୋର୍ଟରେ ଥିଙ୍କଟ୍ୟାଙ୍କ ଓଆର୍‌ଏଫ୍‌ ଉଲ୍ଲେଖ କରିଛି ଯେ, ଆମେରିକାରେ ରଣକ୍ଷେତ୍ର ରାଜ୍ୟଗୁଡ଼ିକ ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ନିର୍ଦ୍ଧାରଣ କରିବେ। ଏହି ରାଜ୍ୟଗୁଡ଼ିକ ଡେମୋକ୍ରାଟ୍ସ କିମ୍ବା ରିପବ୍ଲିକାନ୍‌ଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ନ ଥାଆନ୍ତି କି କୌଣସି ପକ୍ଷ ଆଡ଼କୁ ଢଳନ୍ତି ନାହିଁ। ଏହି ୯ ରାଜ୍ୟ ହେଲା ଆରିଜୋନା, ଫ୍ଲୋରିଡା, ଜର୍ଜିଆ, ମିଶିଗାନ, ନର୍ଥ କାରୋଲିନା, ଓହିଓ, ପେନ୍‌ସିଲଭାନିଆ, ଟେକ୍ସାସ୍‌ ଓ ଓ୍ବିସ୍କୋନ୍‌ସିନ। ଏଗୁଡ଼ିକ ହାତରେ ୧୭୩ଟି ଇଲେକ୍ଟୋରାଲ ଭୋଟ ରହିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ରହିଥିବାବେଳେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ ୨୭୦ ଖଣ୍ଡ ଭୋଟ ଆବଶ୍ୟକ ହୋଇଥାଏ। ତେଣୁ ଏହି ରାଜ୍ୟଗୁଡ଼ିକ ଉପରେ ଉଭୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ନୋମିନି ଜୋ ବିଡେନ୍‌ ଗୁରୁତ୍ୱ ଦେଉଛନ୍ତି।
ରିପୋର୍ଟରେ ବିଶେଷକରି ରଣକ୍ଷେତ୍ର ରାଜ୍ୟ ଓ ସେଗୁଡ଼ିକର ଅର୍ଥନୀତି ଉପରେ କୋଭିଡ୍‌-୧୯ ଭୂତାଣୁର ପ୍ରଭାବ ଏବଂ ମହାମାରୀ ସମୟରେ ରାଜନୈତିକ ବିବାଦ ସମ୍ପର୍କରେ ଅବତାରଣା କରାଯାଇଛି। ଏହାବାଦ ଉପରୋକ୍ତ ରାଜ୍ୟଗୁଡ଼ିକରେ ଭାରତୀୟ-ଆମେରିକୀୟ ସମୁଦାୟର ପ୍ରଭାବ ସମ୍ପର୍କରେ କୁହାଯାଇଛି। ଆମେରିକାର ଅନେକ ଭାଗରେ ଭାରତୀୟ ବଂଶୋଦ୍ଭବ ସମୁଦାୟର ଉପସ୍ଥିତି ଓ ବ୍ୟାପକ ପ୍ରଭାବ ସେମାନଙ୍କୁ ଏକ ନିର୍ଣ୍ଣାୟକ ରାଜନୈତିକ ଶକ୍ତିରେ ପରିଣତ କରିଛି। ଭାରତୀୟ ସମୁଦାୟ ଆମେରିକା ଜନସଂଖ୍ୟାର ମାତ୍ର ୨% ହୋଇଥିଲେ ସୁଦ୍ଧା ସେମାନେ ଉଚ୍ଚଶିକ୍ଷିତ, ଦକ୍ଷତାସମ୍ପନ୍ନ ଓ ସମୃଦ୍ଧ। ଏହି ସମୁଦାୟ ଏକଦା ଡେମୋକ୍ରାଟିକ୍‌ ପାର୍ଟି ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବାବେଳେ ବର୍ତ୍ତମାନ ରିପବ୍ଲିକାନ୍‌ ପାର୍ଟି ଆଡ଼କୁ ମୁହଁାଉଥିବା ଏଥିରେ ଦର୍ଶାଇଛି। ୯ ରଣକ୍ଷେତ୍ର ରାଜ୍ୟରେ ପ୍ରାୟ ୧.୪ ନିୟୁତ ଭାରତୀୟ ବଂଶୋଦ୍ଭବ ଭୋଟର ଅଛନ୍ତି। ତନ୍ମଧ୍ୟରୁ ଓ୍ବିସ୍କୋନ୍‌ସିନରେ ରିପବ୍ଲିକାନ୍‌ ୨୦୧୬ ନିର୍ବାଚନ ବେଳେ ମାତ୍ର ୨୧,୦୦୦ ଭୋଟ ବ୍ୟବଧାନରେ ଜିତିଥିଲେ। ଏହି ରାଜ୍ୟରେ ୩୭,୦୦୦ ଭାରତୀୟ-ଆମେରିକାୟ ବସବାସ କରନ୍ତି। ମହାମାରୀ କରୋନା ଚଳିତବର୍ଷ ଆମେରିକୀୟ ନିର୍ବାଚନରେ ଅନିଶ୍ଚିତତା ସୃଷ୍ଟି କରିଛି। ଏପ୍ରିଲ୍‌ରେ ଓ୍ବିସ୍କୋନ୍‌ସିନ ପ୍ରାଇମେରିଜ୍‌ରେ ହୋଇଥିତ୍ବା ବିଶୃଙ୍ଖଳା ନଭେମ୍ବର ନିର୍ବାଚନ ବେଳେ ମଧ୍ୟ ବଳବତ୍ତର ରହିପାରେ। ବିଶ୍ଳେଷକଙ୍କ ମତରେ ମତଦାନ କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ି ଲାଗିରହିବା ସହ ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ। ରଣକ୍ଷେତ୍ର ରାଜ୍ୟଗୁଡ଼ିକରେ କରୋନା ଭାଇରସ୍‌ ସଂକ୍ରମଣ ସର୍ବାଧିକ ବୃଦ୍ଧି ପାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଦେଶର ସବୁଠୁ ଅଧିକ ମୃତ୍ୟୁ ଘଟିଥିବା ୧୦ଟି ରାଜ୍ୟ ମଧ୍ୟରେ ଟେକ୍ସାସ୍‌ (୧୬,୧୩୨), ଫ୍ଲୋରିଡା (୧୪,୩୧୭), ପେନ୍‌ସିଲଭାନିଆ (୮,୨୨୪), ମିଶିଗାନ (୭,୦୮୩) ଓ ଜର୍ଜିଆ (୭,୦୨୧) ରହିଥିଲା। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବର୍ତ୍ତମାନ ମାତ୍ର ୩୮% ନାଗରିକ କରୋନା ମୁକାବିଲା କ୍ଷେତ୍ରରେ ଟ୍ରମ୍ପ୍‌ଙ୍କ ଉଦ୍ୟମକୁ ଉଚିତ ବୋଲି ସମର୍ଥନ କରିଛନ୍ତି, ଯାହାକି ମାର୍ଚ୍ଚ ତୁଳନାରେ ବହୁତ କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri