ବିବାହ କରିବେନି ଆଲିଆ-ରଣବୀର!

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ତଥା ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଦୁଇ ଲଭ୍‌ବାର୍ଡ ବିବାହ କରିବେ ନାହିଁ। କାରଣ ଦେଶରେ ମହାମାରୀ କରୋନା ଭାଇରସ୍‌ ଜାରି ରହିଛି। ଏଭଳି ସ୍ଥିତିରେ ବିବାହ ପ୍ରସ୍ତୁତିର ସମସ୍ତ ଉତ୍ସାହକୁ ଧୂଳିସାତ୍‌ କରିଦେଇଛି ବୋଲି ରଣବୀର ଓ ଆଲିଆ କହିଛନ୍ତି। ଏତଦ୍‌ ବ୍ୟତୀତ ଆଗାମୀ କିଛି ମାସ ଦୁହେଁ ନିଜ କାମକୁ ନେଇ ବ୍ୟସ୍ତ ରହିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଆଲିଆ ଓ ରଣବୀର ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୧କୁ ଏହି ବିବାହ ତାରିଖ ଘୁଞ୍ଚାଇ ଦିଆଯାଇଛି। ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କୁହାଯାଉଛି, ଆଲିଆ ବିବାହ ଲେହେଙ୍ଗା ଡିଜାଇନ ପାଇଁ ସବ୍ୟସାଚୀଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଏବେ ଏହାକୁ ସେ ସ୍ଥଗିତ ରଖିଦେଇଛନ୍ତି। ସୂଚନା ମୁତାବକ ଗତ କିଛି ଦିନରୁ ଆଲିଆ ଓ ରଣବୀର ଦୁହେଁ ଦୁହିଁଙ୍କୁ ଡେଟ କରୁଥିବା ବେଳେ ପ୍ରାୟ ସମୟରେ ଦୁହିଁଙ୍କୁ ଏକାଠି ସ୍ପଟ କରାଯାଇଛି। ଯଦି ଡିସେମ୍ବରରେ ଦୁହିଁଙ୍କ ବିବାହ ହୋଇଥାନ୍ତା ତେବେ ଏହା ଇଭେଣ୍ଟ ଅଫ ଦ ଇୟରରେ ସାମିଲ ହୋଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri