Posted inଫୁରସତ

ସାଇକେଲରେ ୨୬୩ ଦିନରେ ୨୫ ଦେଶ ବୁଲି ବିଶ୍ୱ ରେକର୍ଡ କଲେ ଏହି ମହିଳା

ଲଣ୍ଡନ, ୧।୮: କ୍ୟାଟ୍‌ ଡିକ୍ସନ (୫୪ ବର୍ଷ) ଓ ରେଜ ମାର୍ସଡେନ (୫୫ ବର୍ଷ)। ବ୍ରିଟେନର ଏହି ଦୁଇ ମହିଳା ସାଇକ୍ଲିଷ୍ଟ ମିଳିତ ଭାବେ ୨୬୩ ଦିନ ୮ ଘଣ୍ଟା ଓ ୭ ମିନିଟ୍‌ରେ ୨୯ ହଜାର କିଲୋ ମିଟର ସାଇକେଲରେ ଯାତ୍ରା କରି ଗିନିଜ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ବ୍ରିଟେନର ଦୁଇ ପୁରୁଷ ସାଇକେଲ ଚାଳକ ଏଡ୍‌ଓ୍ବାର୍ଡ କଲିଅର୍‌ ଓ ଲୁଇସ୍‌ ପଲ୍‌ ସ୍ନେଲଗ୍ରୋଭଙ୍କ ନାମରେ ରହିଥିଲା। ଏହି ଦୂରତାକୁ ଏଡ୍‌ଓ୍ବାର୍ଡ ଓ ଲୁଇସ୍‌ ୨୮୧ ଦିନରେ ଶେଷ କରିଥିଲେ। କ୍ୟାଟ୍‌ ଓ ରେଜ୍‌ ୧୮ ଦିନ କମ୍‌ ସମୟ ନେଇ ଏବେ ନୂତନ ରେକର୍ଡର ଅଧିକାରିଣୀ ହୋଇଛନ୍ତି।

ହୋଇଥିବା ଏହି ଯାତ୍ରା କାଳରେ ଡିକ୍ସନ ଓ ମାର୍ସଡେନ ୨୫ଟି ଦେଶ ଅତିକ୍ରମ କରିଛନ୍ତି। ୨୯ ଜୁନ୍‌ ୨୦୧୯ରେ ଇଂଲଣ୍ଡର ଅକ୍ସଫୋର୍ଡଶାୟରରୁ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ। ଯାହାକି ଲକ୍‌ ଡାଉନ୍‌ ପୂର୍ବରୁ ୧୮ ମାର୍ଚ୍ଚ ୨୦୨୦ରେ ଲଣ୍ଡନରେ ଶେଷ ହୋଇଥିଲା। ଗୋଟିଏ ଦିନରେ ସେମାନେ ୧୨୫ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଥିଲେ। ଡିକ୍ସନ ଓ ମାର୍ସଡେନ ୨୫ଟି ଦେଶରେ ଯାତ୍ରା ସମୟରେ ୩୭ ଲକ୍ଷ ଟଙ୍କା ତାଙ୍କ ଚ୍ୟାରିଟି ସଂସ୍ଥା ପାଇଁ ସଂଗ୍ରହ କରିଥିଲେ। ଯାତ୍ରା କାଳରେ ଉଭୟ ଫ୍ରାନ୍ସ, ମୋନାକୋ, ଇଟାଲୀ, ସ୍ଲୋଭାନିଆ, କ୍ରୋଏସିଆ, ବୋସନିଆ, ଗ୍ରୀସ୍‌, ତୁର୍କୀ, ଜର୍ଜିଆ, ମିଅଁାମାର, ଥାଇଲାଣ୍ଡ, ଭାରତ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆମେରିକା, ମେକ୍ସିକୋ, ମର୍କୋ, ସ୍ପେନ ଦେଇ ସ୍ବଦେଶରେ ପହଞ୍ଚତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri