ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। କର୍ମଚାରୀଙ୍କୁ ଜଞ୍ଚଲ ରାସ୍ତାରେ ସୁରକ୍ଷାକର୍ମୀ ଆଣି ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଏହାପରେ ପ୍ରଶାସନ ସେ ସବୁ ଅଞ୍ଚଳରେ ରହିଯାଇଥିବା ଗାଡି ଆଣିବା ବ୍ୟବସ୍ଥା କଲାନାହିଁ। ଫଳରେ ଚିନ୍ତାରେ ପଡିଥିଲେ ଗାଡି ମାଲିକ। ଏଭଳି ପରିସ୍ଥିତିରେ ଜଣେ ମାଲିକ ନିଜେ ତାଙ୍କ ଗାଡି ଫେରାଇ ଆଣିଛନ୍ତି। ଗୋଛାପଡା ଥାନା ବାରାହାଲାକୁ ନିର୍ବାଚନ କାର୍ଯ୍ୟରେ ଗତ ୧୭ ତାରିଖରେ କଟ୍ରିଙ୍ଗିଆର ସମରଜିତ୍ ପଣ୍ଡାଙ୍କ ବୋଲେରୋ (ଓଆର୧୨ଏ-୮୪୧୭) ପୋଲିଂ ପାର୍ଟିକୁ ନେଇ ଯାଇଥିଲା। ସେହିଦିନ ଅପରାହ୍ନରେ ଏକ ଗାଡିରେ ଉକ୍ତ ବୁଥକୁ ତଦାରଖ କରିବାକୁ ଯାଉଥିବା ଏକ ଟିମ୍ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ମହିଳା ଜିଆରଏସ୍ ସଞ୍ଜୁକ୍ତା ଦିଗାଲଙ୍କ ମୃତ୍ୟୁ ହୋଇଥିଲା। ୧୮ ତାରିଖ ନିର୍ବାଚନ ଦିନ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଗାଡିରେ ପୋଲିଂ ପାର୍ଟିଙ୍କୁ ଅଣାଇନଥିଲା। ସେହିଦିନ ଠାରୁ ଗାଡି ବାରାହାଲାରେ ହିଁ ରହିଯାଇଥିଲା। ଗାଡି ମାଲିକ ଗାଡି ଫେରାଇ ଆଣିବାକୁ ପ୍ରଶାସନ ଓ ପୋଲିସ୍କୁ ଅନୁରୋଧ କରିଥିଲେ ମଧ୍ୟ ଆବଶ୍ୟକ ଫୋର୍ସ ନ ଥିବାରୁ ଅକ୍ଷମତା ପ୍ରକାଶ କରିଥିଲେ। ୨ ଦିନ ଭିତରେ ନିର୍ବାଚନ କାର୍ଯ୍ୟ ସରିବାପରେ ଫୋର୍ସ ଆସିଲେ ଗାଡି ଆଣିବାର ବ୍ୟବସ୍ଥା କରାଯିବ ବୋଲି ଉପ ଜିଲାପାଳ ଗାଡି ମାଲିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୪ ଦିନ ବିତିଯାଇଥିଲେ ମଧ୍ୟ ଗାଡି ଫେରାଇ ଆଣିବାକୁ ପ୍ରଶାସନ କୌଣସି ପଦେକ୍ଷପ ନେଲା ନାହିଁ। ମଙ୍ଗଳବାର ମାଲିକ ସମରଜିତ ନିଜେ ଗାଡି ଆଣିବାକୁ ବାହାରିଥିଲେ। ଜଣେ ବନ୍ଧୁଙ୍କ ସହଯୋଗରେ ସନ୍ଧ୍ୟାରେ ସେ ବାରାହାଲାରେ ପହଞ୍ଚତ୍ ରାସ୍ତାରେ ପଡିଥିବା କଟା ଗଛଗୁଡିକୁ ସାଇଡ କରି ବୋଲେରୋକୁ ଆଣି ରାତିରେ କଟ୍ରିଙ୍ଗିଆରେ ପହଞ୍ଚତ୍ଥିଲେ।
Posted inଆଞ୍ଚଳିକ ଖବର, ଗଞ୍ଜାମ View All
‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’
ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...
ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …
ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...
ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ
ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...
ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍, ଆଉ ତା’ ପରେ…
ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...
ପୁରୁଷୋତ୍ତମପୁର ସବ୍-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର
ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...
ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…
ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍ର ପ୍ରୋବେସନ ଆଇଏଏସ୍ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...
ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ
ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...
କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…
ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...
Archives


