କ୍ଷମା ମାଗିଲେ ଜେନେରାଲ ମିଲେ

ଓ୍ବାଶିଂଟନ,୧୩ା୬: କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ପରେ ଆମେରିକାରେ ନିଆଁ ଜଳୁଥିବାବେଳେ ଟପ୍‌ ଜେନେରାଲ ମାର୍କ ଏ. ମିଲେ ତାଙ୍କର ଏକ ଅବାଞ୍ଛତ୍ତ କାର୍ଯ୍ୟକୁ ନେଇ ଶେଷରେ କ୍ଷମା ମାଗିଛନ୍ତି। ଗତ ସପ୍ତାହରେ ହ୍ବାଇଟ୍‌ ହାଉସ୍‌ ବାହାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ଚାଲିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ସେନା ପୋଷାକରେ ଏକ ଚର୍ଚ୍ଚକୁ ପରିଦର୍ଶନରେ ଯାଇ ଫଟୋ ଉଠାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏହି ପଦକ୍ଷେପକୁ ଜେନେରାଲ ମିଲେ ଭୁଲ ବୋଲି ସ୍ବୀକାର କରିଛନ୍ତି। ଏହାସହ ତାଙ୍କ ଉପସ୍ଥିତି ଯୋଗୁ ଆଭ୍ୟନ୍ତରୀଣ ରାଜନୀତିରେ ସେନାର ସମ୍ପୃକ୍ତି ନେଇ ସାଧାରଣରେ ଧାରଣା ସୃଷ୍ଟି ହୋଇଥିତ୍ବା କହିଛନ୍ତି।
୬୧ ବର୍ଷୀୟ ମାର୍କ ମିଲେ ହେଉଛନ୍ତି ଆମେରିକା ସେନାର ଜଣେ ଜେନେରାଲ ଏବଂ ସଶସ୍ତ୍ର ବଳର ବରିଷ୍ଠତମ ସାମରିକ ଅଧିକାରୀ। ସେ ଜଏଣ୍ଟ ଚିଫ୍‌ସ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଅଧ୍ୟକ୍ଷ (ଦେଶର ସର୍ବୋଚ୍ଚ ସାମରିକ) ପଦରେ ଅବସ୍ଥାପିତ। ଏଭଳି ଏକ ମର୍ଯ୍ୟାଦାଜନକ ପଦବୀରେ ଥାଇ ସେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେବା ଅନୁଚିତ। କିନ୍ତୁ ଜେନେରାଲ ମିଲେ ଗତ ୧ ତାରିଖରେ ଏକ ଭୁଲ କରିଥିଲେ। ସେହିଦିନ ହ୍ବାଇଟ୍‌ ହାଉସ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ଏକତ୍ରିତ ହୋଇ ସ୍ଲୋଗାନ ଦେଉଥିବାବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ ସେମାନଙ୍କୁ ରୋକିବା ପାଇଁ ନ୍ୟାଶନାଲ ଗାର୍ଡ ମୁତୟନ ଲାଗି ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ନ୍ୟାଶନାଲ ଗାର୍ଡ ସୈନ୍ୟମାନେ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଲାଠିଚାର୍ଜ କରି ଭିଡ଼କୁ ଘଉଡ଼ାଇଦେଇଥିଲେ। ଏହାର କିଛି ସମୟ ପରେ ଟ୍ରମ୍ପ୍‌ ସେନା ଅଧିକାରୀମାନଙ୍କ ସହ ଲାଫାୟତ୍‌ ସ୍କୋୟାରସ୍ଥିତ ସେଣ୍ଟ ଜନ୍ସ ଚର୍ଚ୍ଚ ଆଡ଼କୁ ବଢ଼ିଥିଲେ। ଏହି ଚର୍ଚ୍ଚରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନକାରୀମାନେ ହୋହଲ୍ଲା କରୁଥିଲେ। ଟ୍ରମ୍ପ୍‌ ସ୍ଥିତି ପରଖିବା ପାଇଁ ପବିତ୍ର ସ୍ଥାନରେ ପହଞ୍ଚତ୍ଥିବା କୁହାଯାଉଥିଲେ ହେଁ ଏହାକୁ ତାଙ୍କର ଏକ ରାଜନୈତିକ ପଦକ୍ଷେପ ବୋଲି ବିଚାର କରାଯାଉଛି। ଜେନେରାଲ ମିଲେଙ୍କ ଭୁଲ ହେଲା ସେ ମଧ୍ୟ ସେନା ପୋଷାକରେ ଟ୍ରମ୍ପ୍‌ଙ୍କ ସହ ଉକ୍ତ ଚର୍ଚ୍ଚକୁ ଯାଇଥିଲେ। ସେଠାରେ ସେ ଫଟୋ ଅପର୍ଚୁନିଟି (ଫଟୋ ଉଠାଇବା ପାଇଁ ସୁଯୋଗ) ହାତେଇଥିଲେ। ଟ୍ରମ୍ପ୍‌ଙ୍କ ସହ ଜେନେରାଲ ମିଲେଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କର ଏହି କାର୍ଯ୍ୟକୁ ନିନ୍ଦା କରାଯାଇଛି। ଅନେକ ଆଇନପ୍ରଣେତା ଓ ପୂର୍ବତନ ସେନା ଅଧିକାରୀ ଏନେଇ କଡ଼ା ସମାଲୋଚନା କରିଛନ୍ତି। ମାର୍କ ମିଲେ ଏହି ପ୍ରସଙ୍ଗରେ ସେନାକୁ ମଧ୍ୟ ଘରୋଇ ରାଜନୀତି ଭିତରକୁ ଟାଣି ନେଇଥିବା ସେମାନେ କହିଛନ୍ତି।
ବିବାଦ ସୃଷ୍ଟି ହେବା ପରେ ଜେନେରାଲ ମିଲେ ନିଜ ଭୁଲ୍‌ ସ୍ବୀକାର କରିଛନ୍ତି। ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ଏକ ସମାରୋହରେ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ କହିଛନ୍ତି, ଟ୍ରମ୍ପ୍‌ଙ୍କ ସହ ହ୍ବାଇଟ୍‌ ହାଉସ୍‌ରୁ ସେଣ୍ଟ ଜନ୍ସ ଚର୍ଚ୍ଚ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ସେନା ପୋଷାକରେ ଫଟୋ ଉଠାଇବା ତାଙ୍କର ଏକ ଭୁଲ୍‌ ଥିଲା। ତାଙ୍କର ସେଠାରେ ରହିବା ଉଚିତ ନ ଥିଲା। ସେହି କ୍ଷଣ ଓ ସେହି ପରିବେଶରେ ତାଙ୍କର ଉପସ୍ଥିତି ଘରୋଇ ରାଜନୀତିରେ ସେନା ସାମିଲ ଥିବା ନେଇ ଧାରଣା ସୃଷ୍ଟି କରିଛି। ଜଣେ କମିଶନ୍‌ଡ ୟୁନିଫର୍ମଡ ଅଫିସର ଭାବେ ହୋଇ ଏପରି ଅନୁଚିତ କାର୍ଯ୍ୟ କରିଥିବାରୁ ସେ ଅନୁତପ୍ତ। ଏଥିରୁ ସେ ଶିକ୍ଷାଲାଭ କରିଛନ୍ତି ଓ ସମସ୍ତେ ଶିଖିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଜେନେରାଲ ମିଲେ ଆହୁରି କହିଛନ୍ତି, ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ ସେ କ୍ଷୁବ୍ଧ। ଦେଶରେ ଆଫ୍ରିକୀୟ ଆମେରିକୀୟଙ୍କ ପ୍ରତି ଶହ ଶହ ବର୍ଷ ଧରି ଚାଲିଥିବା ଅନ୍ୟାୟର ପ୍ରତିବାଦରେ ଏହି ବିକ୍ଷୋଭକାରୀମାନେ ଆନ୍ଦୋଳନ କରୁଛନ୍ତି।
ପ୍ରକାଶ ଯେ, ମେ ୨୫ରେ ମିନେସୋଟା ରାଜ୍ୟର ମିନିଆପୋଲିସରେ ୨୦ ଡଲାର ଜାଲ ନୋଟକୁ ନେଇ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କୁ ପୋଲିସ ଧରିଥିଲା। ଶ୍ୱେତାଙ୍କ ପୋଲିସ ଅଧିକାରୀ ଡେରେକ୍‌ ଶଉଭିନ୍‌ ଫ୍ଲୟଡ୍‌ଙ୍କୁ ନିଜ ଆଣ୍ଠୁରେ ଚାପି ରଖିବାରୁ ସେ ନିଃଶ୍ୱାସ ପ୍ରଶ୍ୱାସ ନେଇ ନ ପାରି ପ୍ରାଣ ହରାଇଥିଲେ। ସେତେବେଳ ଦୃଶ୍ୟର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆମେରିକାରେ ମୁଣ୍ଡଟେକିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଅଦ୍ୟାବଧି ଦେଶର ୧୪୦ରୁ ଊର୍ଦ୍ଧ୍ୱ ସହରକୁ ଏହି ନିଆଁ ବ୍ୟାପିଛି। ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଓ ଜଳାପୋଡ଼ା ଦେଖିବାକୁ ମିଳୁଛି। ଜର୍ଜ ଫ୍ଲୟଡ୍‌ ସମ୍ପ୍ରତି ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନର ପ୍ରତୀକ ପାଲଟିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri