ହେଲିକପ୍ଟର ମନିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ପ୍ରଭାବକୁ ଶେଷ କରିବା ଲାଗି ଏବେ ଲକ୍‌ଡାଉନ ଲାଗି ରହିଛି। ମଙ୍ଗଳବାର ଯାଏ ଲକ୍‌ଡାଉନ ଅବଧି ରହିଥିବା ବେଳେ ଏହାକୁ ବଢ଼ାଇବା ଲାଗି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ଓଡ଼ିଶା ସମେତ ତେଲଙ୍ଗାନା ଏବଂ ପଞ୍ଜାବ ଭଳି ରାଜ୍ୟ ଲକ୍‌ଡାଉନ ଅବଧିକୁ ୩୦ ଏପ୍ରିଲ ଯାଏ ବଢାଇ ଦେଇଛନ୍ତି। ଏବେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଥିବାରୁ ଦେଶ ବୃହତ୍‌ ପରିମାଣର କ୍ଷତି ସହୁଛି। କ୍ଷତି ସହୁଥିବା ସେକ୍ଟରଗୁଡିକ ଆର୍ଥତ୍କ ପ୍ୟାକେଜ ଦାବି କରୁଛନ୍ତି। ଏଭଳି ସ୍ଥିତିରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରିଜର୍ଭ ବ୍ୟାଙ୍କଠାରୁ ହେଲିକପ୍ଟର ମନି ନେଇ ଦାବି ରଖିଛନ୍ତି।

ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଏବେ ସରକାର ବିତ୍ତୀୟ ନିଅଣ୍ଟଠାରୁ ଧ୍ୟାନ ହଟାଇବାର ଆବଶ୍ୟକତା ରହିଛି। ବିତ୍ତୀୟ ନିଅଣ୍ଟକୁ ଜିଡିପି ଧାର୍ଯ୍ୟ ଲକ୍ଷ୍ୟର ୩% ପରିବର୍ତ୍ତେ ୫% କରିବା ନେଇ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି। କ୍ୱାଣ୍ଟିଟେଟିଭ ଇଜିଂ ଦ୍ୱାରା ଏହାକୁ ମୋଟ ଜିଡିପିର ୫%କୁ ଜାରି କରିବା ଉପରେ ସେ ମତ ରଖିଛନ୍ତି। ଭାରତର ମୋଟ ଜିଡିପି ଏବେ ପ୍ରାୟ ୩ ଲକ୍ଷ କୋଟି ଡଲାର ରହିଛି। ଏହାର ୫% ବା ୧୫ ହଜାର କୋଟି ଡଲାର ବା ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହେବ। ସୂଚନାଯୋଗ୍ୟ କ୍ୱାଣ୍ଟିଟେଟିଭ ଇଜିଂ ଦ୍ୱାରା ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ନୋଟ୍‌ ଛପାଇଥାଏ। ଏହା ସରକାରଙ୍କ ବଣ୍ଡ କିଣିବା ସହ ସରକାରଙ୍କୁ ଟଙ୍କା ପ୍ରଦାନ କରିଥାଏ। ପରେ କେନ୍ଦ୍ର ସରକାରଙ୍କୁ ଏହି ଅର୍ଥ ଫେରାଇବାକୁ ପଡିଥାଏ।

‘ଆର୍‌ବିଆଇଠାରୁ ଋଣ ନେବାକୁ ରାଜ୍ୟକୁ ସୁବିଧା ମିଳୁ’
ବର୍ତ୍ତମାନର ସ୍ଥିତିରେ ରାଜ୍ୟଗୁଡିକ କରୋନା ବିରୋଧରେ ଲଢିବା ଲାଗି ନଗଦ ଅର୍ଥ ରାଶି ଉଠାଣ ନେଇ ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସମୟରେ ସରକାର ବିତ୍ତୀୟ ନୀତିର ପରିବର୍ତ୍ତନ କରନ୍ତୁ ବୋଲି କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଅଧିକ ନୋଟ୍‌ ଛାପିବା ଏବଂ ଆର୍‌ବିଆଇଠାରୁ ସିଧାସଳଖ ଋଣ କରିବା ସୁବିଧା ରାଜ୍ୟଗୁଡିକୁ ପ୍ରଦାନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ହେଲିକପ୍ଟର ମନି କ’ଣ?
ସାରା ବିଶ୍ୱରେ ଏବେ ହେଲିକପ୍ଟର ମନି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲିକପ୍ଟର ମନି ଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବ ତୁଳନାରେ ବୃହତ୍‌ ପରିମାଣର ନୋଟ୍‌ ଛପାଇଥାଏ। ଏହାକୁ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟଗୁଡିକ ଲାଭ କରିଥିବା ଅର୍ଥ ଆଉ କେନ୍ଦ୍ରୀୟ ବ୍ୟାଙ୍କକୁ ରିଫଣ୍ଡ କରିବାକୁ ପଡି ନ ଥାଏ। ଆମେରିକୀୟ ଅର୍ଥନୀତିଜ୍ଞ ମିଲଟନ୍‌ ଫ୍ରାଏଡ୍‌ମ୍ୟାନ ଏହି ପ୍ରକ୍ରିୟାକୁ ହେଲିକପ୍ଟର ମନିର ନାମ ଦେଇଥିଲେ। ଅର୍ଥ ବ୍ୟବସ୍ଥାର ସ୍ଥିତି ଖରାପ ହେଲେ ସରକାର କେନ୍ଦ୍ରୀୟ ବ୍ୟାଙ୍କ ସହାୟତାରେ ମନି ସପ୍ଲାଇକୁ ବଢାଇ ଦେଇଥାନ୍ତି। ଏହାଦ୍ୱାରା ଚାହିଦା ବଢିବା ସହ ଦରଦାମରେ ମଧ୍ୟ ପରିବର୍ତ୍ତନ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri