ଓଜନ ହ୍ରାସ ଔଷଧ ଖାଉଛନ୍ତି କି: ଘଟିପାରେ ଏମିତି…

ନୂଆଦିଲ୍ଲୀ, ୮ା୫ (ପି.ଟି.):ଓଜନ ହ୍ରାସ ପାଇଁ ବ୍ୟବହୃତ ହେଉଥିବା ଏବକାର ଓରାଲ୍‌ ଔଷଧଗୁଡ଼ିକ କେବଳ ଭୋକ କମାଉନାହିଁ, ବରଂ ଏହା ମସ୍ତିଷ୍କର ‘ରିୱାର୍ଡ ସର୍କିଟ’କୁ ସିଧାସଳଖ ପ୍ରଭାବିତ କରୁଛି। ଏହାଦ୍ୱାରା ମଣିଷର ଭାବନାକୁ ନିୟନ୍ତ୍ରଣ କରିଥାଏ। ‘ରିୱାର୍ଡ ସର୍କିଟ’ ହେଉଛି ଏକ ଜଟିଳ ସ୍ନାୟୁ ପ୍ରଣାଳୀ, ଯାହା ଆମକୁ କୌଣସି କାମ କରିବା ପାଇଁ ଉତ୍ସାହିତ କରିଥାଏ ଏବଂ ସେହି କାମ କରିବା ପରେ ଆମକୁ ଖୁସି ବା ଆନନ୍ଦ ଦେଇଥାଏ। ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହି ଔଷଧଗୁଡ଼ିକର ପ୍ରଭାବ ଓଜନ ହ୍ରାସରେ ସୀମିତ ନ ରହି ବ୍ୟକ୍ତିର ଆନନ୍ଦ ବା ଖୁସି ଅନୁଭବ କରିବାର କ୍ଷମତାକୁ ମଧ୍ୟ ପ୍ରଭାବିତ କରିପାରେ।
ସାଧାରଣତଃ ‘ଜିଏସ୍‌ପି-୧ ରିସେପ୍ଟର ଆଗୋନିଷ୍ଟ’ ଶ୍ରେଣୀର ଔଷଧଗୁଡ଼ିକ ପ୍ରଥମେ ଟାଇପ୍‌-୨ ମଧୁମେହର ଚିକିତ୍ସା ପାଇଁ ବିକଶିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଓଜନ ହ୍ରାସ କରିବାରେ ସହାୟକ ହେଉଥିବା ଜଣାପଡ଼ିଥିଲା। ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜେନେଟିକାଲି ଇଞ୍ଜିନିୟରିଂ ମୂଷା ମଡେଲ ସାହାଯ୍ୟରେ ପରୀକ୍ଷା କରି ଦେଖିଛନ୍ତି ଯେ, ନିକଟରେ ଅନୁମୋଦିତ ଡାନୁଗ୍ଲିପ୍ରୋନ ଏବଂ ଅରଫୋଗ୍ଲିପ୍ରୋନ ଭଳି ଓରାଲ୍‌ ଔଷଧଗୁଡ଼ିକ ମସ୍ତିଷ୍କର ଗଭୀର ଅଂଶ ପର୍ଯ୍ୟନ୍ତ ପହଞ୍ଚିପାରୁଛି। ମୁଖ୍ୟ ଗବେଷକ ତଥା ସ୍ନାୟୁବିଜ୍ଞାନୀ ଅଲି ଡି. ଗୁଲରଙ୍କ କହିବା ଅନୁଯାୟୀ, ଏହି ଔଷଧଗୁଡ଼ିକ କେବଳ ଭୋକ କମାଉ ନାହିଁ, ବରଂ ପସନ୍ଦର ଖାଦ୍ୟ ଖାଇବା ପାଇଁ ଥିବା ତୀବ୍ର ଇଚ୍ଛାକୁ ମଧ୍ୟ ହ୍ରାସ କରୁଛି। ଗବେଷଣା ଅନୁସାରେ, ଏହି ଔଷଧଗୁଡ଼ିକ ମସ୍ତିଷ୍କର ‘ସେଣ୍ଟ୍ରାଲ ଆମିଗଡାଲା’ (ଭାବନା ପ୍ରକ୍ରିୟାକରଣ କେନ୍ଦ୍ର) ଏବଂ ଡୋପାମାଇନ୍‌ (ନ୍ୟୁରୋଟ୍ରାନ୍ସମିଟର) ଉତ୍ପାଦନ କରୁଥିବା ନ୍ୟୁରନ ମଧ୍ୟରେ ଥିବା ସର୍କିଟକୁ ସକ୍ରିୟ କରୁଛି। ଏହା ହିଁ ନିର୍ଦ୍ଧାରଣ କରେ ଯେ ଆମେ କୌଣସି ଜିନିଷରୁ କେତେ ଆନନ୍ଦ ପାଇବା। ଡୋପାମାଇନ ହେଉଛି ‘ରିୱାର୍ଡ ସର୍କିଟ’ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯେତେବେଳେ ଆମେ କିଛି ଭଲ ଖାଦ୍ୟ ଖାଉ, ନୂଆ ଜିନିଷ ଶିଖୁ ବା କୌଣସି ସଫଳତା ପାଉ, ମସ୍ତିଷ୍କରେ ଡୋପାମାଇନ କ୍ଷରଣ ହୁଏ। ଏହା ଆମକୁ ‘ଭଲ ଅନୁଭବ’ କରାଏ।
‘ନେଚର’ ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ, ଏହି ଔଷଧଗୁଡ଼ିକର ଅନ୍ୟାନ୍ୟ ଦିଗ ମଧ୍ୟ ରହିଛି। କେତେଜଣ ରୋଗୀଙ୍କ କ୍ଷେତ୍ରରେ ଏହା ଧୂମପାନ ଭଳି ଅଭ୍ୟାସ କମାଇବାରେ ସହାୟକ ହେଉଥିବାବେଳେ ଅନ୍ୟମାନେ ସାଧାରଣ ଆନନ୍ଦଦାୟକ କାର୍ଯ୍ୟରୁ କମ୍‌ ଉତ୍ସାହ ପାଉଥିବା ଅଭିଯୋଗ କରିଛନ୍ତି। ଗବେଷକମାନେ ମତ ଦେଇଛନ୍ତି ଯେ, ଯେହେତୁ ଏହି ଓରାଲ୍‌ ଔଷଧଗୁଡ଼ିକ ଇଞ୍ଜେକ୍ସନ ତୁଳନାରେ ଶସ୍ତା ଏବଂ ସହଜଲବ୍ଧ, ଏହାର ବ୍ୟବହାର ଦ୍ରୁତଗତିରେ ବଢ଼ିବ। ତେଣୁ ଏହାର ବ୍ୟବହାର ପୂର୍ବରୁ ମସ୍ତିଷ୍କ ଓ ବ୍ୟବହାର ଉପରେ ଏହାର ଦୀର୍ଘକାଳୀନ ପ୍ରଭାବକୁ ବୁଝିବା ଏବଂ ଉପଯୁକ୍ତ ତଦାରଖ କରିବା ଅତ୍ୟନ୍ତ ଜରୁରୀ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?