ବିଚ୍‌ ରାସ୍ତାରେ ଜଣେ ଯୁବକ, ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, କହିଲେ-ଗୁଣ୍ଡାରାଜ ଶାସନ ପାଇଁ…

ଭୁବନେଶ୍ୱର, ୧୯।୫: ବ୍ରହ୍ମପୁରର ବିଚ୍‌ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବା ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି, ଭାଜପାର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ ଚାଲିଛି। ବିଚ୍‌ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି।

ଲାଗୁଛି ଭାଜପା ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି। କୁଆଡ଼େ ଯାଉଛି ପୋଲିସ ପ୍ରଶାସନ, କୁଆଡ଼େ ଯାଉଛି ଆଇନ କାନୁନର ବ୍ୟବସ୍ଥା?

ଭାଜପା ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ? ମିଛ ବାହାସ୍ଫୋଟରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ ଶାସନ ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି। ଭାଜପା ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ। ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଲୁଚାଇ ରଖିଥିଲେ ୪୫ ପିଆଶାଳ ପଟା: ମାଡ଼ିବସିଲା…

ଗୁଡ଼ାରି,୧୯।୫ (ପ୍ରମୋଦ କୁମାର ପତି ) ରାୟଗଡା ଜିଲା ଗୁଡ଼ାରି ରେଞ୍ଜ କର୍ମଚାରୀମାନେ ପେଣ୍ଡିଲି ଗ୍ରାମ ପଞ୍ଚାୟତର ମନ୍ତରଝୋଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୪୫ଟି ପିଆଶାଳ ପଟା…

୧୬ ଦିନର ଛାତିଥରା ଘଟଣା… ନାବାଳିକାଙ୍କୁ ଅପହଣ ପରେ ନିଶା ଇଞ୍ଜେକ୍ସନ ଦେଇ ଗଣବଳାତ୍କାର, ପ୍ରତିବାଦ କରିବାରୁ ସିଗାରେଟ ଚେଙ୍କ

ଲକ୍ଷ୍ନୌ,୧୯।୫: ଉତ୍ତର ପ୍ରଦେଶର ମହୋବାରେ, NEET ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ରୀଙ୍କୁ ଅପହରଣ ପରେ ୧୬ ଦିନ ଧରି ଗଣବଳାତ୍କାର କରାଯାଇଥିବା ନେଇ…

‘ରୋଗୀଣା-ପାଗଳା କୁକୁରମାନଙ୍କୁ ମାରିବା ବିଷୟରେ ବିଚାର କରନ୍ତୁ’: ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୫: ୧୯ ମଇରେ ସୁପ୍ରିମକୋର୍ଟ ବୁଲା କୁକୁର ସମ୍ପର୍କିତ ତାଙ୍କର ପୂର୍ବ ଆଦେଶକୁ ସଂଶୋଧନ କରିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଯେ ୨୦୨୫…

ଧାନବିକ୍ରିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ଟୋକନ୍‌ ପାଇଁ ବରଗଡ଼ ଜିଲାପାଳଙ୍କ ଅଫିସ୍‌ ଘରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍‌ ହୋଇଛନ୍ତି । ବରଗଡ଼ ଜିଲାରେ…

ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ: ସାମିଲ ହେଲେ ବିଧାୟକଙ୍କ ସହ ଏମାନେ…

ଗଞ୍ଜାମ,୧୯।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳିଜଗନ୍ନାଥପୁର ସ୍ଥିତ ପ୍ରଭୁ ଶ୍ରୀ ବାଲି ଲୋକନାଥଙ୍କ ମନ୍ଦିର ପରିସରରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବିଶେଷ…

ଘୋର ଅନର୍ଥ…ଏମିତି କାହିଁକି ହେଲା? ଚାଇନା ଜାହାଜ ଉପରେ ଆକ୍ରମଣ କଲା ରୁଷିଆ, ତାହା ପୁଣି ପୁଟିନଙ୍କ ଗସ୍ତର ୨ ଦିନ ପୂର୍ବରୁ

ବେଜିଂ,୧୯।୫: ୟୁକ୍ରେନ ଦାବି କରିଛି ଯେ ରୁଷିଆ ତାର ଘନିଷ୍ଠ ସହଯୋଗୀ ଚାଇନାର ଏକ ଜାହାଜ ଉପରେ ଆକ୍ରମଣ କରିଛି। ଅଲ ଜାଜିରାର ଏକ ରିପୋର୍ଟ ଅନୁଯାୟୀ,…

ଶାହରୁଖ ନା ସଲମାନ, କାହା ପାଖରେ ଅଛି ଅଧିକ ସମ୍ପତ୍ତି? ଜାଣନ୍ତୁ କିଏ କେତେ କୋଟିର ମାଲିକ

ମୁମ୍ବାଇ: ବଲିଉଡର ଦୁଇ ସବୁଠାରୁ ବଡ଼ ସୁପରଷ୍ଟାର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ ଦେଶ ତଥା ବିଦେଶରେ ପ୍ରବଳ କ୍ରେଜ୍‌ ରହିଛି। ଦଶନ୍ଧି ଦଶନ୍ଧି…

ତୈଳବୀଜ ଶସ୍ୟ ଚାଷ କରିବାକୁ ଯୁବଚାଷୀଙ୍କୁ ଆହ୍ବାନ ଦେଲେ ସମୀର

ବଡ଼ଗାଁ, ୧୯।୫(ଅଶୋକ ଷଡଙ୍ଗୀ): ଭାରତରେ ତୈଳବୀଜ ଉତ୍ପାଦନ ସେତେଟା ହେଉନଥିବାରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତେଲ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri