ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫ୍ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ ଫୋଗତ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି।
ଏହାର ଶୁଣାଣି କରି ଅନ୍ତିମ ନିର୍ଦ୍ଦେଶ ଦେବା ପୂର୍ୱରୁ ଡବ୍ଲ୍ୟୁଏଫ୍ଆଇର ଚୟନ ନୀତୀକୁ ଅଧ୍ୟୟନ କରିବେ ବୋଲି ଦିଲ୍ଲୀ ହାଇକୋର୍ଟ ସୋମବାର କହିଛନ୍ତି। ଭିନେଶ ଗତ ସପ୍ତାହରେ ଜାତୀୟ ଓପନ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଉତ୍ତରପ୍ରଦେଶର ଗୋଣ୍ଡାରେ ପହଞ୍ଚି ଥିଲେ। ଏହି ଇଭେଣ୍ଟ ଜରିଆରେ ସେ ରେସଲିଂକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଥିଲେ। ହେଲେ ଫେଡେରେଶନ ତାଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସର ଜବାବ ରଖିବାକୁ କହିଥିଲା।

