Posted inଜାତୀୟ

ଭାରତରେ ଥାଇ ଚେତାବନୀ ଦେଲେ ଶେଖ ହାସିନା: ମୋ ଅନୁପସ୍ଥିତିର ଅର୍ଥ ନୁହେଁ…

ନୂଆଦିଲ୍ଲୀ,୧୯।୫: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବହୁତ ଶୀଘ୍ର ବାଂଲାଦେଶ ଫେରିବେ। ବର୍ତ୍ତମାନ ଭାରତରେ ରହୁଥିବା ଶେଖ ହାସିନା ଏନେଇ ସଙ୍କେତ ଦେଇଛନ୍ତି। ଏକ ଇମେଲ ସାକ୍ଷାତକାରରେ ତୋବନୀ ଦେଇ କହିଛନ୍ତି, ତାଙ୍କର ଅନୁପସ୍ଥିତି ଅର୍ଥ ନୁହେଁ, ସେ ନୀରବ ଅଛନ୍ତି। ସେ ଦେଶ ପାଇଁ ନିରନ୍ତର ଲଢ଼ୁଛନ୍ତି ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସକ୍ରିୟ ଅଛନ୍ତି।

ହାସିନା କହିଛନ୍ତି, ତାଙ୍କର ପ୍ରତ୍ୟାବର୍ତ୍ତନ କୌଣସି ନିର୍ଦ୍ଦିଷ୍ଟ ତାରିଖ ଉପରେ ନିର୍ଭରଶୀଳ ନୁହେଁ। ପ୍ରଥମ ଏବଂ ସର୍ବୋପରି, ବାଂଲାଦେଶରେ ଏକ ଗଣତାନ୍ତ୍ରିକ ପରିବେଶ, ଅଭିବ୍ୟକ୍ତିର ସ୍ବାଧୀନତା, ରାଜନୈତିକ ଅଧିକାର ଏବଂ ଆଇନର ଶାସନ ପୁନରୁଦ୍ଧାର କରିବା ଅତ୍ୟନ୍ତ ଜରୁରୀ। ଏହା କେବଳ ତାଙ୍କ ନିଜ ପ୍ରତ୍ୟାବର୍ତ୍ତନ ପାଇଁ ନୁହେଁ, ବରଂ ଦେଶର ସ୍ବାଧୀନତା ଏବଂ ଲୋକଙ୍କ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ।

ହାସିନା ପ୍ରକାଶ କରିଛନ୍ତି ଯେ, ସେ ୧୯ଥର ହତ୍ୟା ଉଦ୍ୟମରୁ ବଞ୍ଚିଛନ୍ତି, ତଥାପି ସେ କେବେ ବି ପଛକୁ ଫେରି ନାହାଁନ୍ତି। ଆୱାମୀ ଲିଗ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ନେଇ ସେ ଦୃଢ ଭାବେ କହିଛନ୍ତି, ଏହା ଲୋକଙ୍କର ଏକ ଦଳ ଏବଂ କେବଳ ଏକ ବ୍ୟୁରୋକ୍ରାଟିକ ଡିକ୍ରିମ ଦ୍ୱାରା ଏହାକୁ ଭାଙ୍ଗି ଦିଆଯାଇପାରିବ ନାହିଁ। ଯଦି ଆୱାମୀ ଲିଗକୁ ପ୍ରତିବନ୍ଧକ ମାଧ୍ୟମରେ ଦୂର କରାଯାଇପାରିଥାନ୍ତା, ତେବେ ବାଂଲାଦେଶ ରାଷ୍ଟ୍ର କେବେ ବି ଅସ୍ତିତ୍ୱରେ ଆସି ନ ଥାନ୍ତା। ଲକ୍ଷ ଲକ୍ଷ ସମର୍ଥକ ଏବଂ ହଜାର ହଜାର ନେତା ଆଜି ବାଂଲାଦେଶ ଭିତରେ ଦଳ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ସରକାର ଆୱାମୀ ଲିଗକୁ ଭୟ କରନ୍ତି। ଏହି କାରଣରୁ ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଆଭ୍ୟନ୍ତରୀଣ ଦଳ ସଂସ୍କାର ଏବଂ ତାଙ୍କ ଅନୁପସ୍ଥିତିରେ ଆୱାମୀ ଲିଗର ଭବିଷ୍ୟତ ସମ୍ପର୍କରେ ସେ କହିଛନ୍ତି, ଦଳ ଗଣତାନ୍ତ୍ରିକ ନୀତି ଉପରେ କାର୍ଯ୍ୟ କରେ। ଯଦି କୌଣସି ନେତାଙ୍କ ବିରୋଧରେ ଅଭିଯୋଗ ଆସେ, ତେବେ ଦଳ ନିଜେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରେ। ଦଳ ଏହାର ବିରୋଧୀମାନଙ୍କ ଦ୍ୱାରା ରଚିତ ଷଡ଼ଯନ୍ତ୍ରର ଚାପରେ ଭାଙ୍ଗି ପଡ଼ିବ ନାହିଁ।

ଭାରତ ସହିତ ସମ୍ପର୍କ ବିଷୟରେ କହି ହସିନା କହିଛନ୍ତି ଯେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଐତିହାସିକ। ଭାରତ କେବଳ ଏକ ପଡ଼ୋଶୀ ଦେଶ ନୁହେଁ; ଏହା ବାଂଲାଦେଶରସ୍ବୋଧୀନତା ସଂଗ୍ରାମରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆମ ଦେଶର କିଛି ରାଜନୈତିକ ଏବଂ କଠୋରପନ୍ଥୀ ଗୋଷ୍ଠୀ ଭାରତ ବିରୋଧୀ ବୟାନବାଜି କରି ରାଜନୀତିରେ ନିୟୋଜିତ ହୋଇଛନ୍ତି। ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ମଧ୍ୟ ଠିକ ସେହିପରି କରିଛନ୍ତି।
୨୦୨୪ ମସିହାର ଛାତ୍ର ପ୍ରତିବାଦ ପରେ ଶେଖ ହସିନା କ୍ଷମତାରୁ ହଟିବା ପରଠାରୁ ଭାରତରେ ରହୁଛନ୍ତି। ତାଙ୍କ ଦଳ ଆୱାମୀ ଲିଗ ବର୍ତ୍ତମାନ ବାଂଲାଦେଶରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?