Posted inଜାତୀୟ

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରଶ୍ନପତ୍ର ଲିକ୍‌ ପରେ ଏକ ଖବରଦାତା ସମ୍ମିଳନୀରେ ସେ ଦେଇଥିବା ମନ୍ତବ୍ୟ ସଂସଦର ମର୍ଯ୍ୟାଦାହାନି କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ରାଜ୍ୟ ସଭାରେ କଂଗ୍ରେସ ମୁଖ୍ୟ ହୁଇପ୍‌ ଜୟରାମ ରମେଶ ସୋମବାର ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ଧର୍ମେନ୍ଦ୍ର ସଂସଦୀୟ କମିଟି ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ବୋଲି ଜୟରାମ ଅଭିଯୋଗ କରିବା ସହ ଏହା ସଂସଦ ପ୍ରତି ତାଙ୍କର ଅବମାନନା ପ୍ରକାଶ କରୁଛି ବୋଲି କହିଛନ୍ତି।
ରାଜ୍ୟ ସଭା କାର୍ଯ୍ୟ ପରିଚାଳନା ନିୟମାବଳୀର ଧାରା ୧୮୭ ଅନୁଯାୟୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଥିବା ଜୟରାମ କହିଛନ୍ତି। କାରଣ ସେ ସଂସଦ ଓ ସଂସଦୀୟ କମିଟିର ମର୍ଯ୍ୟାଦା ହାନି କରିଥିବା ଜୟରାମ Xରେ ପୋଷ୍ଟ କରିବା ସହ ନୋଟିସର ନକଲ ଶେୟାର କରିଛନ୍ତି। ସଂସଦୀୟ କମିଟି ବା ଏହାର ସଦସ୍ୟଙ୍କ ବିରୋଧରେ ଯେକୌଣସି ମର୍ଯ୍ୟାଦା ହାନିକାରକ ମନ୍ତବ୍ୟ ଉକ୍ତ କମିଟି ତଥା ଗୃହର ଅବମାନନା ବୋଲି ପ୍ରତିପାଦିତ ହୋଇଛି। ସେଥିପାଇଁ ଏହି ମାମଲାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରକ୍ରିୟା ଆରମ୍ଭ କରାଯିବାକୁ ଅନୁରୋଧ କରୁଛି ବୋଲି ଜୟରାମ ଲେଖିଛନ୍ତି।

ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ଲିକ୍‌ ପରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ କରିଥିଲା। ଏହାର ୩ ଦିନ ପରେ ଅର୍ଥାତ୍‌ ମେ’ ୧୫ରେ ଧର୍ମେନ୍ଦ୍ର ଏକ ଖବରଦାତା ସମ୍ମିଳନୀରେ ମର୍ଯ୍ୟାଦା ହାନିକାରକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏନ୍‌ଟିଏ ଉପରେ ଶିକ୍ଷା ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟି କରିଥିବା ସୁପାରିସକୁ ଶିକ୍ଷା ମନ୍ତ୍ରଣାଳୟ କାହିଁକି କାର୍ଯ୍ୟକାରୀ କଲାନାହିଁ ବୋଲି ଖବରଦାତାମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଧର୍ମେନ୍ଦ୍ର କହିଥିଲେ, ସଂସଦୀୟ ସ୍ଥାୟୀ କମିଟିର ଆପତ୍ତି ସମ୍ପର୍କରେ ସେ ଏଠାରେ ମନ୍ତବ୍ୟ ଦେବେ ନାହିଁ। ସେ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ବା ରାଧାକୃଷ୍ଣନ୍‌ କମିଟି ସମ୍ପର୍କରେ କହିବେ। ସଂସଦୀୟ ସ୍ଥାୟୀ କମିଟିରେ ବିରୋଧୀ ଦଳରୁ ସଦସ୍ୟମାନେ ରହିଛନ୍ତି। ସେମାନେ ପ୍ରସଙ୍ଗକୁ ନିର୍ଦ୍ଦିଷ୍ଟ ଢଙ୍ଗରେ ଲେଖିଥାନ୍ତି, ଯାହା ଆପଣମାନେ ଜାଣନ୍ତି। ସେଥିପାଇଁ ଷ୍ଟାଣ୍ଡିଂ କମିଟି ଉପରେ କହିବି ନାହିଁ ବୋଲି ଧର୍ମେନ୍ଦ୍ର କହିଥିବା ଜୟରାମ ଲେଖିଛନ୍ତି। ସଂସଦୀୟ କମିଟି ସଂସଦର ପରିବର୍ଦ୍ଧିତ ରୂପ ଓ ଏହାକୁ ମିନି ପାର୍ଲାମେଣ୍ଟ ବିବେଚନା କରାଯାଏ। ତେଣୁ ସଂସଦ ଓ ସଂସଦୀୟ କମିଟି ଆଗରେ ମନ୍ତ୍ରୀମାନେ ଉତ୍ତରଦାୟୀ ରହିବା ହେଉଛି ଗଣତାନ୍ତ୍ରିକ ନୀତି। ତେବେ ଶିକ୍ଷାମନ୍ତ୍ରୀଙ୍କ ଉପରୋକ୍ତ ଆଚରଣ ଗୃହ ଓ ଏହାର ସଦସ୍ୟମାନଙ୍କୁ ମିଳିଥିବା ବିଶେଷ ଅଧିକାରର ଗମ୍ଭୀର ଉଲ୍ଲଂଘନ ବୋଲି ଜୟରାମ କହିଛନ୍ତି।

 

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?