ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା (Restricted Category)ରେ ସାମିଲ କରିଛନ୍ତି। ଏହାର ଅର୍ଥ ହେଉଛି, ଏଣିକି ଏହି ସବୁ ଶ୍ରେଣୀର ରୁପା ଆମଦାନୀ କରିବା ପୂର୍ବ ଭଳି ସହଜ ହେବ ନାହିଁ ଏଥିପାଇଁ ସରକାରଙ୍କଠାରୁ ଅତିରିକ୍ତ ଅନୁମତି ନେବାକୁ ପଡ଼ିବ।
ଦେଶରେ ମୂଲ୍ୟବାନ ଧାତୁର କ୍ରମାଗତ ବଢୁଥିବା ଆମଦାନୀକୁ ନିୟନ୍ତ୍ରଣ କରିବା ଏବଂ ବାଣିଜ୍ୟ ନିଅଣ୍ଟ (Trade Deficit) କୁ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ବିଗତ କିଛି ସମୟ ହେବ ସୁନା ଓ ରୁପା ଆମଦାନୀ ଯୋଗୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ବଢୁଥିଲା, ଯାହାକୁ ନେଇ ସରକାର ଚିନ୍ତିତ ଥିଲେ।
ସୁନା ଉପରେ ଆମଦାନୀ ଶୁଳ୍କ (Import Duty) ବୃଦ୍ଧି ପାଇବା ପରେ ଲୋକମାନେ ଏବେ ବିନିଯୋଗ (Investment) ଏବଂ ଅଳଙ୍କାର ପାଇଁ ରୁପା ଆଡ଼କୁ ଅଧିକ ଆକର୍ଷିତ ହୋଇପାରନ୍ତି ବୋଲି ସରକାର ଆଶଙ୍କା କରୁଛନ୍ତି। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ଚାନ୍ଦି ଆମଦାନୀ ଉପରେ ମଧ୍ୟ କଟକଣା କଡ଼ାକଡ଼ି କରିଛନ୍ତି।
ନିକଟରେ ସରକାର ସୁନା ଓ ଚାନ୍ଦି ଉଭୟ ଉପରେ ଆମଦାନୀ ଶୁଳ୍କକୁ ୬% ରୁ ବଢ଼ାଇ ୧୫% କରିଥିଲେ। ଏହା ସତ୍ତ୍ୱେ, ସୁନା ତୁଳନାରେ ଚାନ୍ଦି ଶସ୍ତା ହୋଇଥିବାରୁ ବିନିଯୋଗକାରୀମାନେ ଚାନ୍ଦି କିଣିବା ବଢ଼ାଇ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।
ବର୍ତ୍ତମାନ ସମୟରେ ସରକାର ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ଏବଂ ଟଙ୍କା ଉପରେ ବଢୁଥିବା ଚାପକୁ କମାଇବା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ବିଶ୍ୱ ସ୍ତରରେ ବଢୁଥିବା ଅନିଶ୍ଚିତତା ଏବଂ ଆମଦାନୀ ଖର୍ଚ୍ଚ ବୃଦ୍ଧି ହେତୁ ସରକାର ସତର୍କତା ଅବଲମ୍ବନ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ, ଯଦି ମୂଲ୍ୟବାନ ଧାତୁର ଆମଦାନୀ ଏମିତି କ୍ରମାଗତ ଭାବେ ବଢିଚାଲେ, ତେବେ ଏହା ଚାଲୁଖାତା ନିଅଣ୍ଟ (Current Account Deficit) ଏବଂ ବାଣିଜ୍ୟ ନିଅଣ୍ଟ ଉଭୟକୁ ବଢ଼ାଇଦେବ। ସେଥିପାଇଁ ସରକାର ଆମଦାନୀ ନିୟନ୍ତ୍ରଣ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି।
ସରକାରୀ ସୂଚନା ଅନୁଯାୟୀ, ଏପ୍ରିଲରେ ସୁନା ଏବଂ ରୁପାର ଆମଦାନୀ ପୂର୍ବ ପ୍ରାୟ ୩୦ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଯାଇଛି। ଅଧିକ ଆମଦାନୀ ଶୁଳ୍କ ଏବଂ ଆନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ନୂଆ କଟକଣା ଲାଗୁ ହେବା ପରେ, ଆଗାମୀ ମାସଗୁଡ଼ିକରେ ରୁପା ଆମଦାନୀ ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?