Posted inଖେଳ

ବିସିସିଆଇ ଆର୍‌ଟିଆଇ ପରିସରଭୁକ୍ତ ନୁହେଁ, ପୂର୍ବ ନିର୍ଦ୍ଦେଶରୁ ଓହରିଲେ ସିଆଇସି

ନୂଆଦିଲ୍ଲୀ,୧୯ା୫(ପି.ଟି.): କ୍ରିକେଟ ପ୍ରଶାସନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ କାର୍ଯ୍ୟକ୍ରମ ପରିଚାଳନା ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାରତର ପ୍ରତିନିଧିତ୍ୱ ସତ୍ତ୍ୱେ ବିସିସିଆଇକୁ ଏକ ସର୍ବସାଧାରଣ ପ୍ରାଧିକରଣ ଭାବେ ବିବେଚନା କରାଯାଇପାରିବ ନାହିଁ। କାରଣ ଏହାର ମାଲିକାନା, ନିୟନ୍ତ୍ରଣ ସରକାର କରୁନାହାନ୍ତି ଏବଂ ଏହା ସରକାରୀ ପାଣ୍ଠି ମଧ୍ୟ ବ୍ୟବହାର କରୁନାହିଁ ବୋଲି ସିଆଇସି ରମେଶ କହିଛନ୍ତି। ବିସିସିଆଇକୁ ଆର୍‌ଟିଆଇ ଆଇନର ଧାରା-୨ (ଜ) ଅଧୀନରେ ‘ସର୍ବସାଧାରଣ ପ୍ରାଧିକରଣ’ ଭାବେ ବର୍ଗୀକୃତ କରାଯାଇପାରିବ ନାହିଁ। ଏଣୁ ଏହି ଆଇନର ବ୍ୟବସ୍ଥାଗୁଡ଼ିକ ବିସିସିଆଇ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ବୋଲି ଦର୍ଶାଇଛନ୍ତି। ଏଥିସହ ୨୦୧୮ରେ ତତ୍କାଳନୀ ସୂଚନା କମିଶନର ଏମ୍‌. ଶ୍ରୀଧର ଆଚାର୍ୟୁଲୁ ଦେଇଥିବା ଆଦେଶରେ ରମେଶ ପରିବର୍ତ୍ତନ ଆଣିଛନ୍ତି।
ସୂଚନାଯୋଗ୍ୟ, ବିସିସିଆଇ କେଉଁ ଅଧିକାରରେ ଭାରତର ପ୍ରତିନିଧିତ୍ୱ କରେ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଲାଗି ଖେଳାଳି ଚୟନ କରେ ସେ ସମ୍ପର୍କିତ ସୂଚନା ପାଇଁ ୨୦୧୮ରେ ଏକ ଆବେଦନ ହୋଇଥିଲା। ଉକ୍ତ ଆବେଦନର ଶୁଣାଣି କରି ତତ୍କାଳୀନ ସିଆଇସି ଏମ୍‌. ଶ୍ରୀଧର ବିସିସିଆଇକୁ ଏକ ସର୍ବସାଧାରଣ ପ୍ରାଧିକରଣ ଭାବେ ବିବେଚନା କରିବା ସହ ଏହାର ସଭାପତି, ସମ୍ପାଦକ ଓ ପ୍ରଶାସନିକ କମିଟିକୁ କେନ୍ଦ୍ରୀୟ ସୂଚନା ଅଧିକାରୀ, ସହାୟକ ସର୍ବସାଧାରଣ ସୂଚନା ଅଧିକାରୀ ଓ ପ୍ରଥମ ଆପିଲିଏଟ୍‌ ଅଧିକାରୀଙ୍କୁ ଆର୍‌ଟିଆଇ ଅଧୀନରେ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ଆଦେଶକୁ ବିସିସିଆଇ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଉକ୍ତ ଆବେଦନର ଶୁଣାଣି ସମୟରେ ହାଇକୋର୍ଟ ବିସିସିଆଇ ବନାମ କ୍ରିକେଟ ଆସୋସିଏଶନ ଅଫ୍‌ ବିହାର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲେଖ କରିବା ସହ ୨୦୨୫ ସେପ୍ଟେମ୍ବରରେ ସିଆଇସିକୁ ଆଇନଗତ ସ୍ଥିତିର ପୁନଃ ସମୀକ୍ଷା କରି ନୂଆ ନିର୍ଦ୍ଦେଶ ଦେବାକୁ କହିଥିଲେ। ଏହି ମାମଲାର ପୁନଃ ସମୀକ୍ଷା କରିବା ପରେ ସିଆଇସି କହିଛି ଯେ, ବିସିସିଆଇ ଏକ ବ୍ୟକ୍ତିଗତ ସ୍ବୟଂଚାଳିତ ସଂସ୍ଥା, ଯାହାକି ତାମିଲନାଡୁ ସୋସାଇଟିଜ୍‌ ରେଜିଷ୍ଟ୍ରେଶନ ଆଇନ ଅଧୀନରେ ପଞ୍ଜୀକୃତ ହୋଇଛି। ଏହାକୁ ସମ୍ବିଧାନ, ସଂସଦ କିମ୍ବା ରାଜ୍ୟ ବିଧାନସଭା କିମ୍ବା ସରକାରଙ୍କ ନିର୍ଦ୍ଦେଶରେ ପ୍ରତିଷ୍ଠା କରାଯାଇନାହିଁ। ତେଣୁ ଏହା ଆର୍‌ଟିଆଇ ପରିସରଭୁକ୍ତ ହେବନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?