କମ୍ପାନୀ ନେଉନି, ରାସ୍ତାକଡ଼ରେ ଶୁଖୁଛି ଆଖୁ

ରସୁଲପୁର, ୧।୪ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ, ସାମନ୍ତରାପୁର, ମଙ୍ଗରାଜପୁର, ଝାଲପଡ଼ା, ଅତଲାପୁର, ବ୍ରହ୍ମବରଦା, ମହେଶ୍ୱରପୁର, ବରୁଆଁ ଭଳି ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଶତାଧିକ ଏକର ଜମିରେ ଆଖୁଚାଷ ହୋଇଥିବା ବେଳେ ଏବେ ଏହା ଅମଳକ୍ଷମ ହୋଇଛି। ଆଖୁ କଟା ହୋଇ ବିଲମୁଣ୍ଡରେ ଗଦା ହୋଇ ରହିଥିଲେ ବି ଲକ୍‌ଡାଉନ୍‌ ଯୋଗୁ ଆଖୁ ନେବାକୁ କମ୍ପାନୀ ଲୋକେ ଆସୁନାହାନ୍ତି। ଏଭଳି ସ୍ଥିତିରେ ୨୦୦ଟନ୍‌ରୁ ଊର୍ଦ୍ଧ୍ୱ ଆଖୁ ରାସ୍ତାକଡରେ ପଡ଼ି ରହିଛି। ଯେତେ ଖରା ଅଧିକ ହେବ, ଆଖୁ ଅମଳ ସେତେ ପ୍ରଭାବିତ ହେବ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ଘଟୁଥିବାରୁ ବହୁ କ୍ଷତି ସହିବାକୁ ପଡ଼ିବ ବୋଲି ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଉକ୍ତ ବ୍ଲକ ଅଞ୍ଚଳରେ ପ୍ରାୟତଃ ୧୦୦୦ ଏକର ଜମିରେ ଆଖୁଚାଷ ହୋଇଛି। ଆଖୁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ଲକ ପକ୍ଷରୁ ୧୫୮ଜଣଙ୍କୁ ଆଖୁଚାଷ ପ୍ରଦର୍ଶନୀ ପାଇଁ ସହାୟତା ଯୋଗାଇ ଦିଆଯାଇଛି। ଏଥିସହ ଶକ୍ତି ସୁଗାର୍ସ ପକ୍ଷରୁ ଚାଷୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଆଖୁ ଚାଷ ଆରମ୍ଭଠାରୁ ଅମଳ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବା ସହ ଆଖୁ କ୍ରୟକରି ଚାଷୀମାନଙ୍କୁ ସେମାନଙ୍କ ପାଉଣା ଯୋଗାଇ ଦିଆଯାଉଛି। ପ୍ରତିବର୍ଷ ଆଖୁଚାଷୀମାନଙ୍କ ସହ କମ୍ପାନୀ ମଧ୍ୟରେ ଏହିଭଳି କାରବାର ହୋଇଆସୁଛି। ଚଳିତବର୍ଷ କରୋନା ପ୍ରଭାବରେ କମ୍ପାନୀ ବନ୍ଦ ଥିବାରୁ ଆଖୁ ସଂଗ୍ରହ କରାଯାଇ ପାରୁନାହିଁ। ଚାଷୀମାନେ ଆଖୁ ଅମଳ କରି ରାସ୍ତାକଡ଼ରେ ଗଦା କରି ରଖିଛନ୍ତି। ଚାଷୀର ଉତ୍ପାଦିତ ଦ୍ରବ୍ୟକୁ ପରିବହନ କରିବାରେ କୌଣସି ଅସୁବିଧା ନ ଥିଲେ ବି କମ୍ପାନୀ କର୍ମଚାରୀମାନେ ଫୋନ ଉଠାଉନାହାନ୍ତି ବୋଲି ଚାଷୀ ନରେନ୍ଦ୍ର ସାହୁ, ସରୋଜ ପାଢୀ, ଗୌତମ ନାୟକ, ପର୍ଶୁରାମ ମୁଦୁଲି, ଭିକାରୀ ଘଡେଇ, ନୀଳମଣି ମହାଳିକ, ସନାତନ ନାୟକ, କାଶୀନାଥ ବିଶ୍ୱାଳ, କାର୍ତ୍ତିକ ରାଉତ, ଗଦାଧର ମଲିକ, ସନାତନ ଦାସ, ତ୍ରୈଲୋକ୍ୟ ନାୟକ ପ୍ରମୁଖ କହିଛନ୍ତି। ଆଖୁ ବିକ୍ରି ହୋଇ ନ ପାରିବାରୁ ଏହା ଖରାରେ ଶୁଖି ଜାଳ ହୋଇଗଲାଣି। ଏହାଛଡା ବିଲରେ ଥିବା ଆଖୁ ଅମଳ ହେବାରେ ବିଳମ୍ବ ହେଉଥିବାରୁ ଉତ୍ପାଦନ କମିବା ସହ ଚାଷୀଙ୍କର ବହୁତ କ୍ଷତି ହେବା ଆଶଙ୍କା ଦେଖାଦେଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ପ୍ରତି କାହାରି ନଜର ନାହିଁ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ରସୁଲପୁର ବ୍ଲକ ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କୁ ପଚାରିବାରେ, ସେ ଏ ସମ୍ପର୍କରେ ଅବଗତ ନାହାନ୍ତି। ଏ ନେଇ ଚାଷୀଙ୍କଠାରୁ ଅଭିଯୋଗ ଆସିଲାପରେ ସରକାରୀ ନିୟମ ଅନୁଯାୟୀ ଯାହା ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଏ ଦିଗରେ କମ୍ପାନୀର କେନ୍‌ ଅଫିସରଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍‌ ଉଠାଇ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri