ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ ଏହାକୁ ନେଇ ଏପର୍ଯ୍ୟନ୍ତ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅନ୍ୟପଟେ ତୋରଣ ଭାଙ୍ଗିବା ଘଟଣାରେ ଆହତ ୨ରିକ୍ସା ଚାଳକ ଭାଇ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଭଙ୍ଗା ତୋରଣକୁ ପ୍ରଥମେ ସରକାରୀ ବସଷ୍ଟାଣ୍ଡ୍‌ ଅଣାଯାଇ ଥିବାବେଳେ ପରେ ରାତାରାତି ତାକୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରକୁ ନିଆଯାଇଛି। ସେଠାରେ ତାହା ମରାମତି ଚାଲିଥିବା ସୂଚନା ମିଳିଛି। କିନ୍ତୁ ଏବେ ମଧ୍ୟ ଘଟଣାସ୍ଥଳ ଏବଂ ଥାନାଛକରେ ଚୂରମାର୍‌ ହୋଇଥିବା ୨ରିକ୍ସା ପଡ଼ି ରହିଛି। ସେହିପରି ସେଠାରେ ଲାଗିଥିବା ସୂଚନା ଫଳକ (ବ୍ୟୟ ଅଟକଳ ନାହିଁ) ମଧ୍ୟ ଫାଳଫାଳ ହୋଇ ପଡ଼ି ରହିଛି। ଏହାକୁ ନେଇ ସହରର ଚା ଖଟିଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚା ଲାଗି ରହିଛି। କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ଜୋର୍‌ ଧରିଛି। କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକି ବସିଛି।
ବରଗଡ଼ ପୌରାଧ୍ୟକ୍ଷା ତଥା ଜିଲା ବିଜେଡି ସଭାନେତ୍ରୀ କଳ୍ପନା ମାଝୀ ଘଟଣା ଦିନରୁ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଛନ୍ତି। ତେବେ ବିଜେଡିର ଧାରଣା ସତ୍ତ୍ୱେ ମାମଲା ରୁଜୁ ହେବା ତ ଦୂରର କଥା, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଷ୍ଟେଶନ ଡାଏରୀରେ ପୋଲିସ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ସେହିପରି ଆମ୍‌ ଆଦ୍‌ମୀ ପାର୍ଟି ଭିଜିଲାନ୍ସ ତଦନ୍ତ ଦାବି କରିଥିବାବେଳେ କଂଗ୍ରେସ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ତଦନ୍ତ ପାଇଁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। କେବଳ ସେତିକି ନୁହେଁ, ଖୋଦ୍‌ ଶାସକ ଦଳର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତୋରଣ ନିର୍ମାଣରେ ପି.ସି. କାରବାର ପ୍ରସଙ୍ଗକୁ ଉଠାଇ ସେ ବିଭାଗୀୟ ଅଧିକାରୀମାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏମ୍‌ପି ପୁରୋହିତ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ, ପୂର୍ତ୍ତ ବିଭାଗ ମନ୍ତ୍ରୀ ଏବଂ ପୂର୍ତ୍ତ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି। ବିଭାଗୀୟ ଅଧିକାରୀଙ୍କ ପି.ସି କାରବାର ମୋହ ଯୋଗୁ ମୋହନ ମାଝୀଙ୍କ ସରକାରକୁ ବଦନାମ୍‌ ଏବଂ ଅପମାନିତ ହେବାକୁ ପଡୁଛି ବୋଲି ସେ କହିଛନ୍ତି। ଏହା ସହିତ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ଜେଲରେ ପୂରାଯାଉ ବୋଲି ଏମ୍‌ପି ପୁରୋହିତ କହିଛନ୍ତି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ଏହି ଘଟଣାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆ ନ ଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟପଟେ ପାରିପାର୍ଶ୍ୱିକ ସ୍ଥିତିରୁ ତୋରଣ ନିର୍ମାଣରେ ହୋଇଥିବା ଦୁର୍ନୀତି ତଥା ଅନିୟମିତତାର ପୋଲ ଧୀରେ ଧୀରେ ଖୋଲିବାରେ ଲାଗିଛି। ଥାନାଛକରେ ଭାଙ୍ଗିଥିବା ଧନୁଯାତ୍ରା ତୋରଣ ସମେତ ସହର ଉପକଣ୍ଠ ହଲଦୀପାଲି ଛକ, ଗଣପତି ହୋଟେଲ ନିକଟ, ଅମ୍ବାପାଲି, ବରଗଡ଼-ଭେଡ଼େନ ରାସ୍ତା ଆଦି ସ୍ଥାନରେ ଏଭଳି ତୋରଣ ନିର୍ମାଣ କରାଯାଇଛି। ସେହିପରି ଭାଜପା ଶାସନକୁ ଆସିବା ପରେ ବରପାଲି, ଅତାବିରା ଆଦି ଅଞ୍ଚଳରେ ଅନୁରୂପ ତୋରଣ ନିର୍ମିତ ହୋଇଛି। କିନ୍ତୁ ସେଠାରେ ରହିଥିବା ସୂଚନା ଫଳକ ଗୁଡ଼ିକରେ ଠିକ୍‌ ଭାବେ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। କୌଣସି ତୋରଣରେ ନିର୍ମାଣର ବ୍ୟୟ ଅଟକଳ କିମ୍ବା ତୋରଣ ନିର୍ମାଣ କରିଥିବା ଏଜେନ୍ସିର ନାମ ନାହିଁ। କେବଳ ତୋରଣ ଉଦ୍‌ଘାଟକ ତଥା ସ୍ଥାନୀୟ ବିଧାୟକଙ୍କ ନାମ ରହିଛି। ତେବେ କୋଟିକୋଟି ଟଙ୍କାରେ ତୋରଣ ନିର୍ମାଣ ହୋଇଥିବାବେଳେ ସେଥିରେ ସେଭଳି ତଥ୍ୟ ଉଲ୍ଲେଖ କରାଯାଇ ନ ଥିବାରୁ ଆରମ୍ଭରୁ ତୋରଣ ନିର୍ମାଣରେ ହୋଇଥିବା ଅନିୟମିତତାକୁ ଲୁଚାଇବା ଉଦ୍ୟମ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି।
କଥା ସେତିକିରେ ସରି ନାହିଁ। ତୋରଣ ଭାଙ୍ଗିବା ପରେ ମଧ୍ୟ ତଦନ୍ତ ବାଟବଣା ହୋଇ ପଡ଼ିବା ସମସ୍ତଙ୍କୁ ଯେତିକି ଚକିତ କରିଦେଇଛି, ତାହା ନିର୍ମାଣ କରିବାରେ ହୋଇଥିବା ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରି ପକାଇଛି। ବରଗଡ଼ ଟାଉନ ଥାନାଛକ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ୪ଦିନ ବିତିଛି। ହେଲେ ବରପାଲିରେ ଭାଙ୍ଗିଥିବା ତୋରଣକୁ ଦୀର୍ଘମାସ ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଫଳରେ ଏଭଳି ଅନିୟମିତତାରେ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri