ଧାନ ମଣ୍ଡି ଅନିୟମିତତା, ୨ ସମ୍ପାଦକଙ୍କ ନାମରେ ଏତଲା

କେନ୍ଦ୍ରାପଡା ଅଫିସ, ୨୧ା୩: କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଧାନ ମଣ୍ଡିରେ ସମବାୟ ସମିତି ସମ୍ପାଦକ ଅନିୟମିତତା ଘଟଣାରେ ୨ ସମ୍ପାଦକଙ୍କ ନାମରେ ଜିଲା ପ୍ରଶାସନ ପକ୍ଷରୁ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ସମ୍ପାଦକ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଶାମସୁନ୍ଦରପୁର ସମବାୟ ସମିତି ସମ୍ପାଦକ ତପନ କୁମାର ସ୍ବାଇଁ ଓ ରାଜନଗର ସମବାୟ ସମିତି ସମ୍ପାଦକ ଜ୍ଞାନରଞ୍ଜନ ନାୟକ।
ନାମରେ ଶାମସୁନ୍ଦରପୁର ପଞ୍ଚାୟତ ମୂଳଗଁ। ର ଚାଷୀ ବିଜୟ କୁମାର ରାଉତ ଜିଲାପାଳଙ୍କ ନିକଟରେ ଗତ ଫେବୃୟାରୀରେ ଅଭିଯୋଗ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କ ନାମରେ ଥିବା ଜମିକୁ କେତେଜଣ ବ୍ୟକ୍ତି ଭାଗ ଚାଷ କରୁଥିବା ଦର୍ଶାଇ ଧାନ ବିକ୍ରି କରିଛନ୍ତି। ଏହି ଖବର ଜଣାଇବା ସତ୍ତ୍ୱେ ସମ୍ପାଦକ ସ୍ବାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ଏ ସମ୍ପର୍କରେ ଏଆରସିଏସ୍‌ଙ୍କ ତଦନ୍ତ ପରେ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ପଟ୍ଟାମୁଣ୍ଡାଇ ଥାନାରେ ସମ୍ପାଦକ ସ୍ବାଇଁଙ୍କ ନାମରେ ଅଭିଯୋଗ କରିଛନ୍ତି। ସେହିପରି ରାଜନଗର ସମବାୟ ସମିତି ଅଧୀନ ଚାଷୀ ଭାସ୍କର ଚନ୍ଦ୍ର ଲେଙ୍କାଙ୍କର ମୋଟ ଚାଷ ଜମି ଏ୦.୯୯ଡି। ତେବେ ଭୂଲେଖରେ ଏହି ଜମିର କ୍ଷେତ୍ରଫଳ ୯୯ ଏକର ହୋଇଛି। ଏହି ଭୁଲ୍‌କୁ ନ ସୁଧାରି ସମ୍ପାଦକ ଜ୍ଞାନରଞ୍ଜନ ଭାସ୍କରଙ୍କ ନାମରେ ୨୦ରୁ ଊର୍ଦ୍ଧ୍ୱ ଟୋକନ ଦେଇଥିବା ଜିଲା ଯୋଗାଣ ଅଧିକାରୀଙ୍କ ରାଜନଗର ଥାନା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏହି ଦୁଇଟି ଘଟଣା ଧାନ ମଣ୍ଡିରେ ଅନିୟମିତତାକୁ ଦର୍ଶାଉଥିବା ବେଳେ ଜିଲାର ଚାଷୀ ଧାନବିକ୍ରିରେ ହେଉଥିବା ଅବ୍ୟବସ୍ଥାକୁ ପଦାରେ ପକାଇଛି ବୋଲି ଆଲୋଚନା ହେଉଛି।
ଚାଷୀଙ୍କ ସଂଖ୍ୟା ୩ଲକ୍ଷ ୧୧ ହଜାରରୁ ଅଧିକ। ତେବେ ଚଳିତବର୍ଷ ଧାନ ବିକ୍ରୟ କରିବା ପାଇଁ ୩୨,୨୨୭ ଜଣଙ୍କୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଯୋଗ୍ୟ ବୋଲି ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ମୋଟ ୨୫୧୩ ଭାଗଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିଛନ୍ତି। ବିଭାଗର ସୂଚନା ଚଳିତବର୍ଷ ଜିଲାରୁ ୮ଲକ୍ଷ ୪୮ ହଜାର ଖରିଫ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ମୋଟ ୧୮,୫୬୦ ଚାଷୀଙ୍କୁ ଟୋକନ ମିଳିଥିବା ବେଳେ ମୋଟ ୭ ଲକ୍ଷ ୯୫ ହଜାର କୁଇଣ୍ଟାଲ ଧାନ ଜିଲା ପ୍ରଶାସନ ସଂଗ୍ରହ କରିଛି। ତେବେ ଧାନ ସଂଗ୍ରହରେ ଅନିୟମିତତା ଚଳିତ ବର୍ଷ ହୋଇଥିବା ବିଭିନ୍ନ ଅଞ୍ଚଳର ଚାଷୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri