ରେଳପଥ ପାଇଁ ଉଜୁଡିବ ୩୨.୭୯୨ ହେକ୍ଟର ଜଙ୍ଗଲ: ଦଶପଲ୍ଲା ରେଞ୍ଜରେ ଚିହ୍ନଟ ପ୍ରକ୍ରିୟା ଶେଷ

ନୟାଗଡ଼ ଅଫିସ,୨୧ା୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଉଦ୍ଦେଶ୍ୟରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜର ଅରାସାହି, କୁଞ୍ଜବନଗଡ, ନିଜ ଅନ୍ଧାରକୋଟ ରେଭିନ୍ୟୁ ଓ ରିଜର୍ଭ ଫରେଷ୍ଟର ୩୨.୭୯୨ ହେକ୍ଟର ଜଙ୍ଗଲ ଉଜୁଡିବ। କାରଣ କୁଞ୍ଜବନଗଡ ଜଙ୍ଗଲରୁ ୭୮୬, ଛଦେଶ ରିଜର୍ଭ ଫରେଷ୍ଟରୁ ୨୦୯୯, ନିଜ ଅନ୍ଧାରକୋଟ ଜଙ୍ଗଲରୁ ୬୪୬ ଗଛ ଏପରି ମୋଟରେ ୩୫୩୧ ଗଛ କଟାଯିବାର ରହିଛି। ଏଥିପାଇଁ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟପକ୍ଷେ ଗଛ କଟାଯିବା ଓ ବୃକ୍ଷ ରୋପଣ ପାଇଁ କାମ୍ପାରେ ରେଳ କର୍ତ୍ତୃପକ୍ଷ ୫୦୦ କୋଟି ଟଙ୍କା ଡିପୋଜିଟ୍‌ କରିଛନ୍ତି।
ଲୋପ ପାଇବ ଜଡିବୁଟି ଔଷଧୀୟ ବୃକ୍ଷ
ଜଡିବୁଟିରେ ଔଷଧ ପ୍ରସ୍ତୁତ କରି ନୟାଗଡ଼ ଜିଲାରେ ଅନେକ ଲୋକ ଜିବୀକା ନିର୍ବାହ କରୁଛନ୍ତି। ଔଷଧ ପାଇଁ ସେମାନେ ଉକ୍ତ ବୃକ୍ଷଗୁଡିକୁ ବ୍ୟବହାର କରୁଛନ୍ତି। ହେଲେ ରେଳପଥ ଯିବା ଦ୍ୱାରା ଆତୁଣ୍ଡି, ଚାର, ଗୋହିଡା, ପଳାସ, କଖଡା, ହରିଡା, ଗୋହିରା, କଇଥ, ଛୈତନା, ଦରଡା, ଦନ୍ତୁରୀ, ଖେରଖୋରୀ ପରି ଔଷଧିୟ ବୃକ୍ଷ ଦଶପଲ୍ଲା ରେଞ୍ଜ ଅର୍ନ୍ତଗତ ଜଙ୍ଗଲରୁ ଲୋପ ପାଇବ। ଅନୁରୂପ ଭାବେ ମୟୂରଚୁଳିଆ, ହସ୍ତୀଯନ୍ତା, ବଜ୍ରମୂଳି, କଣ୍ଟିକପାଳି, ରକ୍ତ ଚିତାପାରୁ, ଜଟାମଂଶୀ, ଚକ୍ର କଦମ୍ବ ପରି ଅନେକ ଔଷଧିୟ ଗଛ ବଳିପଡିବ। ଅନ୍ୟପକ୍ଷେ ଆମ୍ବ, ଶାଳ, ପିଜୁଳି, ନିମ୍ବ ପରି ଗଛ ମଧ୍ୟ କଟାଯିବ । ତେବେ ଔଷଧିୟ ଗଛଗୁଡିକ ପୁଣି ସୃଷ୍ଟି କରାଯିବା କାଠିକର ପାଠ। ଏଥିରୁ ଅଧିକାଂଶ ଗଛର ନଁ। ବନ ବିଭାଗ ଜାଣି ନ ଥିବ।
ବଦଳାଯାଉ ରେଳପଥର ଗତିପଥ
ଜଙ୍ଗଲକୁ ଛାଡି ରେଳପଥର ଗତିପଥ ବଦଳାଇବାକୁ ଦାବି ଉଠିଛି । ଏ ନେଇ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ପୋଡାଡିହର ପରିବେଶବିତ୍‌ ତଥା ସାମାଜିକ କର୍ମୀ ବିଭୂତି ଭୂଷଣ ଦାଶ କୁହନ୍ତି, ବଣପାହାଡ ଘେରା ନୟାଗଡ ଜିଲାର ଔଷଧିୟ ବୃକ୍ଷ ଓ ଜଙ୍ଗଲକୁ ଉଜୁଡା ନ ଯାଉ। ରେଳପଥ ଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଜଙ୍ଗଲକୁ ବାଦ୍‌ ଦେଇ ରେଳପଥର ପୁଣି ସର୍ଭେ କରାଯାଉ। ନଚେତ୍‌ ମୁଁ ପ୍ରଥମେ ନୟାଗଡ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବି। ସୁଫଳ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବି। ରେଳପଥ ଗଲେ ନୟାଗଡ଼ ଜିଲାର ମହାବୀର ଖୋଲଠାରୁ ବୌଦ୍ଧ ଡିଭିଜନ ସଂଲଗ୍ନ କେତେ ଗଛ କଟାଯିବ ତା’ର ଠିକ୍‌ ଉତ୍ତର ମିଳିନି। କେବଳ ନୟାଗଡ ଜିଲାର ତଥ୍ୟ ସୂଚନା ଆଇନରେ ମିଳିଛି। ଆୟୁର୍ବେଦ ଆଚାର୍ଯ୍ୟ ବୃକ୍ଷବାବା ହରିଶରଣ ମହାରାଜା କୁହନ୍ତି, ନୟାଗଡ଼ ଜିଲାର ଜୈବ ବିବିଧତା ଅତ୍ୟନ୍ତ ମନୋରମ। ହେଲେ ଏହାକୁ ସୁରକ୍ଷା କରା ନ ଯାଇ ବିକାଶ ଆଳରେ ଧ୍ୱଂସ ଚାଲିଛି। ଦଶପଲ୍ଲା ରେଞ୍ଜର ଜଙ୍ଗଲ କଟାଯିବାକୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି, ତାହାକୁ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ କରାଯାଉ। ତେବେ ରେଳପଥକୁ ବିରୋଧ କରା ନ ଯାଉ। ଜଙ୍ଗଲକୁ ବାଦ୍‌ ଦେଇ ରେଳପଥ କରାଯାଉ।
ସଚେତନତାର ଆବଶ୍ୟକତା
ଗଛ କଟାଯିବା ଓ ଲଗାଯିବା ପାଇଁ ଟଙ୍କା ମଞ୍ଜୁର ହୋଇଛି। ଗଛ କଟାଯିବା ସୁବିଧା କଥା। ହେଲେ ଯେଉଁ ପରିମାଣ ଓ ଯେଉଁ ପ୍ରଜାତିର ଗଛ କଟାଯିବ ସେହି ଗଛ ଲଗାଇବା ସମ୍ଭବ ନୁହେଁ। ଯେଉଁ ଗଛ ଲଗାଯିବ ସେଥିରେ କିଛି ଲୋକ ଉପକୃତ ହେବେ। ଜିଲାବାସୀଙ୍କର କିଛି ଲାଭ ହେବ ନାହିଁ। ବରଂ କ୍ଷତି ହେବ। ପୁଣି ଗଛ ଲଗାଯିବା ପରେ ବଞ୍ଚତ୍ବ କି ନାହିଁ ତାହା ମଧ୍ୟ କହିବା ମୁସ୍କିଲ। ଏଭଳିସ୍ଥଳେ ସରକାର ରେଳପଥ ନେବା ଲାଗି ଜଙ୍ଗଲ କାଟିବା ଉପରେ ଗୁରୁତ୍ୱ ନ ଦେଇ ବିକଳ୍ପ ଚିନ୍ତା କରନ୍ତୁ ବୋଲି ପରିବେଶବିତ୍‌ ମତ ଦେଉଛନ୍ତି। ପରିବେଶବିତ୍‌ ସଞ୍ଜୟ ସାହୁ, ଗଛ ସାର୍‌ ଅନ୍ତର୍ଯାମୀ ସାହୁ କୁହନ୍ତି, ଜଙ୍ଗଲ କଟାଯିବା ନେଇ ସଚେତନତା ସୃଷ୍ଟି କରାଯାଉ। ଜିଲାବାସୀଙ୍କ ମତାମତ ନିଆଯାଉ। ଯଦି ଲୋକ ଜଙ୍ଗଲକୁ ବଳିଦେଇ ରେଳପଥ କରିବାକୁ ଆଗ୍ରହୀ ତେବେ ନିଆଯାଉ। ନଚେତ୍‌ ଗତିପଥ ବଦଳାଯାଉ। ଆମ ମତରେ ଜଙ୍ଗଲକୁ ଧ୍ୱଂସ କରା ନ ଯାଉ। ରାସ୍ତାକଡରେ ଆଉ ଛାଇ ମିଳୁନି। ଜଙ୍ଗଲ ଲୋପ ପାଇ ଚାଲିଛି। ସରକାର ଓ ଜନସାଧାରଣ ଚିନ୍ତା କରି ରେଲପଥ କାର୍ଯ୍ୟକୁ ତ୍ୱରାନ୍ବିତ କରାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି

ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି।...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି, ପ୍ରଥମ ଦିନରେ…

ଦିଗପହଣ୍ଡି,୮ା୧(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରାଥମିକ ସେବା ସମବାୟ ସମିତି ପରିସରରେ ଗୁରୁବାର ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସମବାୟ ସମ୍ପାଦକ ସୁରେଶ କୁମାର ନନ୍ଦଙ୍କ...

ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ… 

ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri