ସ୍କୁଲ୍‌ ଛୁଟି ବଢ଼ାଇଛି ଅଭିଭାବକଙ୍କ ଚିନ୍ତା

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ଭାରତ ସମେତ ୧୬୩ ରାଷ୍ଟ୍ରକୁ ଗ୍ରାସ କରିସାରିଲାଣି। ଓଡ଼ିଶାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ଇତିମଧ୍ୟରେ ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏ ସ୍କୁଲ ଛୁଟି କରିଦେଇଛନ୍ତି। ଘରୁ ବାହାରିବା ଅଧିକାଂଶଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିବା ବେଳେ ଲୋକେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଉଚିତ ମଣୁଛନ୍ତି। ସେହିଭଳି ମ୍ୟୁଜିୟମ୍‌, ସିନେମା ହଲ୍‌, ବାର୍‌, ରେଷ୍ଟୁରାଣ୍ଟ, ଶପିଂ ମଲ୍‌ ସବୁ ବନ୍ଦ ଥିବାରୁ ଘରେ ରହି ଲୋକେ ବୋର୍‌ ହୋଇଗଲେଣି। ତେବେ ସବୁଠାରୁ ମାତାପିତାଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛନ୍ତି ପିଲାମାନେ। ଘରେ ଅଧିକ ସମୟ ରହିବାକୁ ପଡ଼ୁଥିବାରୁ ସେମାନେ ଟେଲିଭିଜନ୍‌ ଦେଖିବା, ଭିଡିଓ ଗେମ୍ସ ଖେଳିବା, ମୋବାଇଲ ଦେଖିବାରେ ସମୟ କଟାଉଛନ୍ତି। ଦୀର୍ଘ ସମୟ ବସି ଏସବୁ କରୁଥିବାରୁ ମାତାପିତା ସେଥିରୁ ବିରତ ରହିବାକୁ କହିବାରୁ ପିଲେ ଚିଡ଼ିଚିଡ଼ା ହୋଇଯାଉଥିବା ଦେଖିବାକୁ ମିଳୁଛି।
କରୋନା ଭୟରେ କିଛିଦିନ ମଧ୍ୟରେ ଇଣ୍ଟରନେଟ୍‌ ବ୍ୟବହାର ୭୦ ପ୍ରତିଶତ ବଢିଯାଇଥିବା ବେଳେ ଲୋକେ ଓ୍ବେବ୍‌ ସିରିଜ୍‌, ଟେଲିଭିଜନ ଓ ଫିଲ୍ମ ଦେଖି ସମୟ ଅତିବାହିତ କରୁଛନ୍ତି। ବୟସ୍କଙ୍କ ପାଇଁ ନେଟ୍‌ଫ୍ଲିକ୍ସ, ଆମାଜନ୍‌ ପ୍ରାଇମ୍‌ ଏବଂ ହଟ୍‌ଷ୍ଟାର୍‌ ଭଳି ଡିଜିଟାଲ ପ୍ଲାଟ୍‌ଫର୍ମ ସାହାରା ପାଲଟିଥିବା ବେଳେ ଛୋଟ ପିଲାଙ୍କ ପାଇଁ ଏବେ ଘରେ ରହି ସମୟ କାଟିବା କଷ୍ଟ ହୋଇଯାଇଛି। ଅଧିକାଂଶଙ୍କ ପରୀକ୍ଷା ଶେଷ ହୋଇଥିବାରୁ ପାଠପଢ଼ାର ଚିନ୍ତାନାହିଁ। ତେଣେ ମାତାପିତା ଓ ଅଭିଭାବକ ପିଲାଙ୍କୁ ବାହାରକୁ ବୁଲିବାକୁ ଦେଉନାହାନ୍ତି। ଫଳରେ ପିଲାମାନେ ଭିଡିଓ ଗେମ୍ସ, ପେଣ୍ଟିଂ, ଇଣ୍ଟରନେଟ୍‌ ବ୍ରାଉଜିଂ, ଟେଲିଭିଜନରେ କାର୍ଟୁନ୍‌ ଓ ୟୁଟ୍ୟୁବ୍‌ ଭିଡିିଓ ଦେଖି ସମୟ କଟାଉଛନ୍ତି। ଖରାଛୁଟି ହେଲେ ସାଧାରଣତଃ ପିଲାମାନେ ମାମୁ ଘରକୁ କିମ୍ବା ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇଥାଆନ୍ତି। ଭ୍ରମଣ ଉପରେ କଟକଣା ଲାଗିଥିବାରୁ ସେମାନେ ଘରେ ରହି ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ଛୁଆଙ୍କ ଅଳିଅର୍ଦ୍ଦଳି ସହଜରେ ସହିପାରୁ ନ ଥିବା ମାତାପିତା ଓ ପରିବାରବର୍ଗ ସେମାନଙ୍କ ଉପରେ ବିରକ୍ତ ହୋଇ ଯାଉଥିବା ଦେଖିବାକୁ ମିଳୁଛି। କେତେ ଜଣ ମା’ ପିଲାଙ୍କ ଛୁଟି କଟାଇବା ସମୟକୁ ନେଇ ନାନାଦି କଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri