ଅତୀତକୁ ଝୁରୁଛି ଶିବମାହାରା

ଆରଡ଼ି,୧୭।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣି ମନ୍ଦିରର ମାହାତ୍ମ୍ୟ ସର୍ବଜନବିଦିତ। ମନ୍ଦିର ବେଢ଼ାକୁ ଲାଗି ରହିଥିବା ପୁଷ୍କରିଣୀ ପୀଠର ଶୋଭାବର୍ଦ୍ଧନ କରୁଛି। ଭକ୍ତମାନେ ଏହାର ଜଳକୁ ପବିତ୍ରତାର ପ୍ରତୀକ ଭାବେ ଗ୍ରହଣ କରିଥାନ୍ତି। ଏଥିରେ ଆଖଣ୍ଡଳମଣିଙ୍କ ସ୍ନାନ ଓ ପୂଜାର୍ଚ୍ଚନା କାର୍ଯ୍ୟ ହୋଇଥାଏ। ଭକ୍ତମାନେ ପୁଷ୍କରିଣୀରେ ସ୍ନାନ କରି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ଆରଡ଼ି ପୀଠର ଅନତି ଦୂରରେ ପୁଣ୍ୟତୋୟା ବୈତରଣୀ ଓ ସାଳନ୍ଦୀ ମିଳିତ ହୋଇ ପ୍ରାୟ ୩୦ କି.ମି. ଦୂରରେ ବଙ୍ଗୋପସାଗରରେ ମିଶିଛନ୍ତି। ସମୁଦ୍ରରେ ଜୁଆର ଉଠିଲେ ବୈତରଣୀର ଜଳରାଶି ଫୁଲି ଉଠି ‘ଶିବମାହାରା’ ନାଳ ଦେଇ ଆଖଣ୍ଡଳମଣି ମନ୍ଦିର ସଂଲଗ୍ନ ପୁଷ୍କରିଣୀରେ ମିଶିଥାଏ। ଏଭଳି ଜଳ ପ୍ରବାହ ଯୋଗୁ ପୁଷ୍କରିଣୀ ଜଳ ଶୁଦ୍ଧ ଓ ସ୍ବଚ୍ଛ ରହୁଥିଲା। କାଳକ୍ରମେ ମାହାରା ଓ ପୁଷ୍କରିଣୀ ପୋତି ହୋଇ ପଡ଼ିବାରୁ ଏହାର ଜଳ ପ୍ରଦୂଷିତ ହୋଇଥିଲା। ଆରଡ଼ି ପୀଠର ବିକାଶ ଯୋଜନାରେ ୨୦୧୫ରେ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରି ବର୍ଷକ ତଳେ ପୋଖରୀ ଖନନ ଶେଷ କରାଯାଇଛି। କିନ୍ତୁ ଶିବମାହାରା ଖୋଳା ଯାଇ ନ ଥିବାରୁ ଏଥିରେ ନଦୀ ଜଳର ପ୍ରବାହ ହୋଇପାରୁ ନାହିଁ। ପୁଷ୍କରିଣୀକୁ ସଂଯୋଗ କରିଥିବା ମାହାରା ପ୍ରବେଶ ପଥରେ ପୋଲ ତିଆରି ବେଳେ ନିମ୍ନଭାଗକୁ ଅଧିକ ଉଚ୍ଚ କରାଯିବାରୁ ଜଳ ପ୍ରବାହରେ ବାଧା ସୃଷ୍ଟି କରୁଛି। ବୈତରଣୀ ଓ ଶିବମାହାରା ସଂଯୋଗସ୍ଥଳ ନିକଟରେ କେତୋଟି ଚିଙ୍ଗୁଡ଼ିଘେରି ଗଢ଼ି ଉଠିବାରୁ ତାହା ମାହାରା ଜଳରାଶିକୁ ଅଧିକ ଦୂଷିତ କରୁଛି। ଆରଡ଼ି ପୀଠର ସର୍ବାଙ୍ଗୀନ ବିକାଶ ଲାଗି ପ୍ରସ୍ତୁତ ମାଷ୍ଟରପ୍ଲାନ କରାଯିବା ସତ୍ତ୍ୱେ ଶିବମାହାରା ଅସୁରକ୍ଷିତ ଅବସ୍ଥାରେ ରହି ଯେମିତି ଅତୀତକୁ ଝୁରି ହେଉଛି। ସ୍ଥାନୀୟ ଅଞ୍ଚଳବାସୀ ଓ ଆରଡ଼ିକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଦୂଷିତ ଶିବମାହାରା ଓ ମନ୍ଦିର ପୁଷ୍କରିଣୀକୁ ଦେଖି କ୍ଷୋଭ ପ୍ରକାଶ କରୁଛନ୍ତି।
ପ୍ରାୟ ୩୫୦ବର୍ଷ ପୂର୍ବେ ଆରଡ଼ି ପୀଠରେ ପ୍ରଭୁଙ୍କର ଅଭ୍ୟୁଦୟ ହୋଇଥିବା କୁହାଯାଏ। ଏହାର ପ୍ରାୟ ଶହେବର୍ଷ ପରେ କନିକାର ତତ୍କାଳୀନ ମହାରାଜା ହରିହର ଭଞ୍ଜ ବାବାଙ୍କ ସ୍ନାନ କାର୍ଯ୍ୟ ପାଇଁ ଉକ୍ତ ପୁଷ୍କରିଣୀ ଖୋଳାଇଥିଲେ। ପୁଷ୍କରିଣୀକୁ ପ୍ରତ୍ୟହ ବୈତରଣୀ ଜଳ ଅଣାଯିବାକୁ ଦୀର୍ଘ ୧ କି.ମି. ଦୂରତା ବିଶିଷ୍ଟ ଶିବମାହାରା ଖୋଳାଯାଇଥିଲା। ଏହାର ଓସାର ୧୫ ଫୁଟ ଓ ଗଭୀରତା ପ୍ରାୟ ୫ଫୁଟ ରହିଥିଲା। ସମୟକ୍ରମେ ଏହି ନାଳ ଓ ପୁଷ୍କରିଣୀ ପୋତି ହୋଇ ପଡ଼ିବାରୁ ଏହାର ପୁନରୁଦ୍ଧାର ଯୋଜନା କରାଯାଇଥିଲେ ବି କେବଳ ପୁଷ୍କରିଣୀ ଖନନରେ କାର୍ଯ୍ୟ ସୀମିତ ରହିଛି। ଜିଲା ପ୍ରଶାସନ ପ୍ରତିବର୍ଷ ଡ୍ରେନେଜ ବିଭାଗକୁ ମାହାରା ଖନନ ପାଇଁ ପରାମର୍ଶ ଦେଉଥିଲେ ବି ତାହା କାର୍ଯ୍ୟକାରୀ ହେଉନାହିଁ। ବର୍ତ୍ତମାନ କେବଳ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ତିଥିରେ ଅଧିକ ଜୁଆର ଆସିଲେ ମାତ୍ର ୫ରୁ ୬ଥର ନଦୀ ଜଳ ଅଳ୍ପ ପରିମାଣରେ ପୁଷ୍କରିଣୀକୁ ଆସୁଛି। ଶିବମାହାରାକୁ ଲାଗି ଗଢ଼ିଉଠିଥିବା ଚିଙ୍ଗୁଡ଼ି ଘେରିର ଦୂଷିତ ଜଳ ମାହାରା ଜଳରେ ମିଶୁଥିବାରୁ ଏହା ଆଖଣ୍ଡଳମଣିଙ୍କ ପବିତ୍ର ପୁଷ୍କରିଣୀକୁ ଅଧିକ ପ୍ରଦୂଷିତ କରୁଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଶିବମାହାରା ଦେଇ ନଦୀଜଳ କିପରି ପୁଷ୍କରିଣୀକୁ ପ୍ରବେଶ କରିପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଥିବା ସାମାଜିକ କର୍ମୀ ସରୋଜ ଦାସ କହିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ମାହାରା ଖନନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଭଦ୍ରକ ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ପୀତାମ୍ବର ସାମଲଙ୍କୁ ପଚାରିବାରୁ କହିଛନ୍ତି, ଆଖଣ୍ଡଳମଣି ପୀଠର ବିକାଶ ପାଇଁ ମାଷ୍ଟରପ୍ଲାନ ଅନୁଯାୟୀ ଶୀଘ୍ର ମାହାରା ଖନନ କରାଯିବ। ଚିଙ୍ଗୁଡ଼ି ଘେରିର ବିଷାକ୍ତ ଜଳ ମାହାରାକୁ ଯଦି ପ୍ରବେଶ କରୁଥିବ ତାହାକୁ ବନ୍ଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri