ହୋଟେଲ ଉପରେ କଡ଼ା ନଜର ରଖିବାକୁ ଡିସିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଜାରି ରହିଛି। ରବିବାର ଡିସିପି ଅନୁପ ସାହୁ ବୈଠକ ଡାକି ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ରାଜଧାନୀର ହୋଟେଲଗୁଡ଼ିକରେ ବିଦେଶୀ ପର୍ଯ୍ୟଟକ ରହୁଛନ୍ତି। ଅନ୍ୟ ରାଜ୍ୟରୁ କରୋନା ସଂକ୍ରମିତ ରୋଗୀ ଆଇସୋଲେଶନ ଓ୍ବାର୍ଡରୁ ଲୁଚି ଆସି ଓଡ଼ିଶା ପଳାଇ ଆସୁଛନ୍ତି। ତେଣୁ ସହରରେ ଥିବା ହୋଟେଲ ଉପରେ କଡା ନଜର ରଖିବାକୁ ଡିସିପି ସାହୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଟେଲରେ ରହୁଥିବା ବିଦେଶୀ ଓ ଅନ୍ୟ ରାଜ୍ୟର ଲୋକଙ୍କ ସମ୍ପର୍କରେ ତଥ୍ୟ ନେବାକୁ କୁହାଯାଇଛି। ଏ ସମ୍ପର୍କରେ ହୋଟେଲ ପକ୍ଷରୁ ତୁରନ୍ତ ଯେପରି ପୋଲିସକୁ ଖବର ଦେବେ ତାହା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ପର୍ଯ୍ୟଟକଙ୍କ ଥଣ୍ଡା, କାଶ ଓ ଛିଙ୍କ ହେଉଛି ତୁରନ୍ତ ପୋଲିସ କିମ୍ବା ହସ୍ପିଟାଲକୁ ଜଣାଇବାକୁ କୁହାଯାଇଛି। ସେହିଭଳି କୌଣସି ସ୍ଥାନରେ ଅଧିକ ଲୋକ ଏକାଠି ହେଉଥିଲେ ପୋଲିସ ପହଞ୍ଚତ୍ ବୁଝାଶୁଝା କରିବାକୁ ପରାମର୍ଶ ଦେଇଛନ୍ତି ଡିସିପି।

ଥାନାରେ ହାତ ଧୋଇବେ ଅଭିଯୋଗକାରୀ
ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ଥାନାକୁ ବିଭିନ୍ନ ଶ୍ରେଣୀର ଲୋକେ ଅଭିଯୋଗ ପାଇଁ ଆସିବା ବେଳେ ଯେପରି ସେମାନେ ଭଲ ଭାବେ ହାତ ଧୋଇ ଅଭିଯୋଗ କରିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି। କମିଶନରେଟ ପୋଲିସ ଅନ୍ତର୍ଗତ ସମସ୍ତ ଥାନାରେ ଏଥିପାଇଁ ସାବୁନ ଓ ପାଣି ରଖାଯାଇଛି। କେବଳ ଅଭିଯୋଗକାରୀ ନୁହେଁ, ତାଙ୍କ ସହ ଆସୁଥିବା ଲୋକଙ୍କ ସମେତ ଥାନା କର୍ମଚାରୀ ହାତ ଧୋଇ ଥାନା ଭିତରକୁ ଯାଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri