କରୋନା: ତଥ୍ୟ ଦେବେ ଘରୋଇ ହସ୍ପିଟାଲ, ହୋଟେଲ,ଏସ୍‌ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ ଓ ହୋଟେଲ କର୍ତ୍ତୃପକ୍ଷଙ୍କ ପାଇଁ ନୂଆ ଏସ୍‌ଓପି ଜାରି କରାଯାଇଛି। ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ହୋଟେଲ୍‌କୁ ଆସୁଥିବା ପର୍ଯ୍ୟଟକଙ୍କ ସମ୍ପୂର୍ଣ୍ଣ ତଥ୍ୟ ବିଏମ୍‌ସିକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରବିବାର ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ ତୁରନ୍ତ ଘରୋଇ ହସ୍ପିଟାଲ ଓ ହୋଟେଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିଶେଷକରି ହସ୍ପିଟାଲ୍‌କୁ ଆସୁଥିବା କରୋନା ସନ୍ଦିଗ୍ଧଙ୍କ ପାଇଁ ଅଲଗା ୱାର୍ଡର ବ୍ୟବସ୍ଥା କରିବା ସହ ସେମାନଙ୍କ ତଥ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ବିଏମ୍‌ସିକୁ ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ଡାକ୍ତରଖାନା କର୍ତ୍ତୃପକ୍ଷ ଆଇସୋଲେଶନ ୱାର୍ଡ ଓ ଭେଣ୍ଟିଲେଟର ସୁବିଧା ଥିବା ଓ୍ବାର୍ଡ ସଂକ୍ରାନ୍ତରେ ତଥ୍ୟ ଦେବେ। ସେହି ଅନୁସାରେ ଆମକୁ ଆଗାମୀ ଦିନରେ ମୁକାବିଲା କରିବାକୁ ସହଜ ହେବ ବୋଲି କମିଶନର କହିଛନ୍ତି। ଅନ୍ୟପକ୍ଷରେ ହୋଟେଲ୍‌ଗୁଡ଼ିକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମୋବାଇଲ ନମ୍ବର, ଗସ୍ତସୂଚୀ ପ୍ରଦାନ କରିବେ। ହୋଟେଲରେ ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବ କରିବା ପାଇଁ ବିଏମ୍‌ସି ଦ୍ୱାରା ଜାରି ଏସ୍‌ଓପିକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ସବକୁ ଆସୁଥିବା ଲୋକଙ୍କ ପାଇଁ ହ୍ୟାଣ୍ଡୱାସ୍‌ ଓ ସାନିଟାଇଜର ରଖିବା, କାର୍ଯ୍ୟକ୍ରମରେ ଯଥା ସମ୍ଭବ କମ୍‌ ଲୋକଙ୍କ ସମାଗମ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ସେହିପରି ଯେଉଁମାନଙ୍କର ଥଣ୍ଡା, ଜ୍ୱର, କାଶ ହୋଇଥିବ ସେମାନଙ୍କୁ କାର୍ଯ୍ୟକ୍ରମଠାରୁ ଦୂରରେ ରଖିବାକୁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କମିଶନର କହିଛନ୍ତି।

ବିଏମ୍‌ସିରେ ଆଜିଠୁ କାର୍ଯ୍ୟକରିବ ସ୍ବତନ୍ତ୍ର ସେଲ୍‌
ସଚେତନତା ଓ ଅଭିଯୋଗ ପଞ୍ଜୀକରଣ ପାଇଁ ବିଏମ୍‌ସି ଦ୍ୱାରା ଏକ ସ୍ବତନ୍ତ୍ର ସେଲ୍‌ ଗଠନ କରାଯାଇଛି। ସୋମବାରଠାରୁ ଏହି ସେଲ୍‌ ବିଏମ୍‌ସି ମୁଖ୍ୟାଳୟର ମିନି କନ୍‌ଫରେନ୍ସ ହଲ୍‌ରେ ପ୍ରତିଦିନ ସକାଳ ୯ଟାରୁ କାର୍ଯ୍ୟ କରିବ। ସେଲ୍‌ରେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଆଇଟି ଓ ସ୍ବାସ୍ଥ୍ୟ ଅଧିକାରୀ ରହିବେ। ଏହା ବ୍ୟତୀତ ଅନ୍‌ଲାଇନ୍‌ରେ ବିଏମ୍‌ସି ୨୪ ଘଣ୍ଟା ଲୋକଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ ଦେବ ବୋଲି କମିଶନର ଚୌଧାରୀ ପ୍ରକାଶ କରିଛନ୍ତି।

ବିଏମ୍‌ସି କଲ୍ୟାଣ ମଣ୍ଡପ ବୁକିଂ ବନ୍ଦ, ଏସ୍‌ଓପି ମାନିବେ ଘରୋଇ ମଣ୍ଡପ
ବିଏମ୍‌ସି ଦ୍ୱାରା ପରିଚାଳିତ ସମସ୍ତ କଲ୍ୟାଣ ମଣ୍ଡପର ବୁକିଂକୁ ବନ୍ଦ କରାଯାଇଛି। ରବିବାର ଏ ସମ୍ପର୍କରେ ସୂଚନା ଦେଇ କମିଶନର ପ୍ରେମଚାନ୍ଦ ଚୌଧାରୀ କହିଛନ୍ତି, ଆଉ ନୂଆ ବୁକିଂ କରାଯାଉନାହିଁ। ଯେଉଁ ବୁକିଂ ରହିଛି, ତାହାକୁ ମଧ୍ୟ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ ଯେଉଁ ଘରୋଇ କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପରେ ପୂର୍ବରୁ ବୁକିଂ ରହିଛି ସେମାନେ ଉତ୍ସବର ଆୟୋଜନ କରିପାରିବେ। କିନ୍ତୁ ବିମ୍‌ସି ଦ୍ୱାରା କରାଯାଇଥିବା ଏସ୍‌ଓପି ନିୟମକୁ ମାନି ତାକୁ କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି।
ଆଜିଠାରୁ ୩ ସ୍କ୍ବାଡ୍‌ର ଯାଞ୍ଚ ଆରମ୍ଭ
ଘରୋଇ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ପାଇଁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାରଠାରୁ ବିଏମ୍‌ସି ଦ୍ୱାରା ଗଠିତ ୩ ସ୍କ୍ବାଡ୍‌ ଏନେଇ ଯାଞ୍ଚ ଆରମ୍ଭ କରିବେ। ଏହି ସ୍କ୍ବାଡ୍‌ ଘରୋଇ ହସ୍ପିଟାଲ, ହୋଟେଲ ସହ ମଲ ଓ ଘରୋଇ ଶିକ୍ଷାନୁଷ୍ଠାନ ଗସ୍ତ କରି ସ୍ଥିତି ପରଖିବେ। ଦିଆଯାଇଥିବା ଏସ୍‌ଓପିକୁ ପାଳନ କରାଯାଉଛି କି ନାହିଁ ତାହା ଯାଞ୍ଚ କରି ଖିଲାପ କରାଯାଉଥିଲେ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମୁକ୍ତାକାଶ ବ୍ୟାୟାମଶାଳା ବନ୍ଦ, ସିଞ୍ଚନ ହେବ କେମିକାଲ ପାଣି
ଭୁବନେଶ୍ୱର ବିଭିନ୍ନ ପାର୍କରେ ଥିବା ମୁକ୍ତାକାଶ ବ୍ୟାୟାମଶାଳାକୁ ବନ୍ଦ କରିଦିଆଯାଇଛି। ସୋମବାରଠାରୁ ସେଗୁଡ଼ିକୁ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ତାଲା ପକାଇବା ସହ ଜନସାଧାରଣ ଯେପରି ବ୍ୟାୟାମ ଉପକରଣ ବ୍ୟବହାର ନ କରିବେ ସେଥିପ୍ରତି ଧ୍ୟାନ ଦେବେ। ଏଥିସହ ସହରର ପରିମଳ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସହ ବିଭିନ୍ନ ସ୍ଥାନରେ କେମିକାଲ ପାଣି ସିଞ୍ଚନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସିଞ୍ଚନ ପାଇଁ ୧୦୦ ନୂଆ ସ୍ପ୍ରେୟର ମେଶିନ କିଣାଯାଇଛି। ବିଏମ୍‌ସିର ବରିଷ୍ଠ ଅଧିକାରୀ ପ୍ରତିଦିନ ୨ ଘଣ୍ଟା ସଫେଇ ଓ ସିଞ୍ଚନ ବ୍ୟବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କମିଶନର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri